Categories: ଖେଳ

ଚେତାବନୀ ଦେଲେ ବିରାଟ କୋହଲି

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବୁଧବାରଠାରୁ ଲିଡ୍ସର ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ ବିରାଟ କୋହଲି ପୁଣି ଥରେ ଖେଳୁଥିବା ଏକାଦଶ ଘୋଷଣା କରିନାହାଁନ୍ତି। ତୃତୀୟ ମ୍ୟାଚ୍‌ରେ ବିରାଟ କୋହଲି ଲର୍ଡସ ଖେଳିଥିବା ଏକାଦଶରେ ପରିବର୍ତ୍ତନ ନ କରିବାକୁ ଇସାରା ଦେଇଛନ୍ତି। ଏହାର ଅର୍ଥ ଅର୍ଥ ପୁଣି ଥରେ ଆର ଅଶ୍ୱିନଙ୍କୁ ବେଞ୍ଚରେ ବସିବାକୁ ପଡିବ। ବିରାଟ କୋହଲି ଇଂଲଣ୍ଡ ଦଳକୁ ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ଦଳ ବିରୋଧରେ ଉତ୍ତେଜନାମୂଳକ କାର୍ଯ୍ୟ ହୁଏ, ତା’ହେଲେ ତାଙ୍କ ଖେଳାଳିମାନେ ନିଶ୍ଚିତ ପ୍ରତିଶୋଧ ନେବେ। ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଛନ୍ତି ଯେ, ତାଙ୍କ ଦଳ ଚୁପ୍‌ ବସିବ ନାହିଁ କି ପଛକୁ ହଟିବ ନାହିଁ। ଯେକୌଣସି ଗ୍ରାଉଣ୍ଡରେ ଇଂଲଣ୍ଡକୁ ପରାସ୍ତ କରିପାରିବେ ବୋଲି ସେ କହିଛନ୍ତି।

Share