Posted inଖେଳ

ଆର୍‌ସିବି ଦଳର ନେତୃତ୍ୱ ଛାଡ଼ିବାକୁ ଯାଉଛନ୍ତି କୋହଲି

ଦୁବାଇ,୧୯।୯: ଭାରତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଏଠାରେ ଚାଲିଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ ଶେଷ ହେବା ପରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଅଧିନାୟକ ପଦ ଛାଡ଼ିଦେବେ। ତାଙ୍କର ଏଭଳି ନିଷ୍ପତ୍ତି ସମ୍ପର୍କରେ ସେ ରବିବାର ସୂଚନା ଦେଇଛନ୍ତି।

୨୦୧୩ରେ ଡାନିଏଲ ଭିଟୋରିଙ୍କ ପରେ ଆରସିବି ଦଳର ନେତୃତ୍ୱ ଭାର ନେଇଥିଲେ କୋହଲି। ୯ଟି ଆଇପିଏଲ ସିଜନରେ କୋହଲିଙ୍କ ନେତୃତ୍ୱରେ ଆର୍‌ସିବି ଏପର୍ଯ୍ୟନ୍ତ ୧୩୨ ମ୍ୟାଚ୍‌ ଖେଳିଛି। ସେଥିରୁ ୬୨ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିବା ବେଳେ ୬୬ଟି ମ୍ୟାଚ୍‌ରେ ଦଳକୁ ପରାଜୟର ମହଁ ଦେଖିବାକୁ ପଡ଼ିଥିଲା। ଫଳାଫଳ ଶୂନ୍ୟ ରହିଥିଲା ଅନ୍ୟ ୪ ମ୍ୟାଚ୍‌।

ପ୍ରତିଭାଶାଳୀ ଖେଳାଳିଙ୍କ ଗ୍ରୁପ୍‌ର ନେତୃତ୍ୱ ନେବା ମୋ ପାଇଁ ଏକ ପ୍ରେରଣାଦାୟୀ ଯାତ୍ରା ଥିଲା। ଲଗାତାର ଦଳର ଉନ୍ନତିରେ ସହଯୋଗ କରିଥିବା ଆର୍‌ସିବି ମ୍ୟାନେଜମେଣ୍ଟ, କୋଚ୍‌, ସପୋର୍ଟ ଷ୍ଟାଫ, ଖେଳାଳି ଓ ପୂରା ବାଙ୍ଗାଲୋର ପରିବାରକୁ ଧନ୍ୟବାଦ ଜଣାଉଛୁ। ଦଳର ନେତୃତ୍ୱ ଛାଡ଼ିବା ମୋ ପାଇଁ ସହଜ ନିଷ୍ପତ୍ତି ନ ଥିଲା। କିନ୍ତୁ ଫ୍ରାଞ୍ଚାଇଜର ହିତ ପାଇଁ ବହୁ ଚିନ୍ତା କରି ଏଭଳି ନିଷ୍ପତ୍ତି ନେଇଛି। ଆର୍‌ସିବି ପରିବାର ସର୍ବଦା ମୋ ହୃଦୟ ନିକଟରେ ରହିବ। ମୁଁ ଯେଉଁ ପର୍ଯ୍ୟନ୍ତ ସନ୍ନ୍ୟାସ ନେଇ ନାହିଁ, ସେପର୍ଯ୍ୟନ୍ତ କେବଳ ଆର୍‌ସିବି ପାଇଁ ଖେଳିବି ବୋଲି କୋହଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୋହଲିଙ୍କ ନେତୃତ୍ୱାଧୀନ ଆର୍‌ସିବି ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ସୋମବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?