Posted inଖେଳ

ଶୀର୍ଷରେ କୋହଲି; ଖସିଲେ ବୁମରା

ଦୁବାଇ, ୩୧।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଜାୟ ରଖିଛନ୍ତି ଶୀର୍ଷ ସ୍ଥାନ। ଅନ୍ୟପକ୍ଷରେ ଭାରତୀୟ ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରାଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିଲକ୍ଷିତ ହୋଇଛି ଅବନତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା କୋହଲିଙ୍କ ପାଖରେ ଏବେ ୮୭୦ ପଏଣ୍ଟ ରହିଛି, ଯାହାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ। ଟିମ୍‌ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଦୁଇ ବରିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜାମ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ୍‌ରେ ଖେଳି ନ ଥିବା ବୁମରା ପୂର୍ବ ଅପେକ୍ଷା ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ସ୍ଥାନରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚ୍‌ରେ ଘାତକ ବୋଲିଂ କରି ୩ ଉଇକେଟ ହାତେଇଥିବା ଭୁବନେଶ୍ୱର କୁମାରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଆସିଛି ଉନ୍ନତି। ୯ଟି ସ୍ଲଟ୍‌ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ୱର। ୨୦୧୭ ସେପ୍ଟେମ୍ବର ପରେ ଏହା ତାଙ୍କର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ଭାସ୍କୋ,୨୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ...

ଧୋନୀଙ୍କଠାରୁ କାହିଁକି ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ

ବଦୋଦରା, ୨୮।୬- ଭାରତୀୟ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନଙ୍କ କ୍ୟାରିୟର ଉତ୍‌ଥାନ ପତନ ମଧ୍ୟରେ ଶେଷ ହୋଇଯାଇଥିଲା। ପଠାନ ଏଭଳି ଜଣେ କ୍ରିକେଟର୍‌...

ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା...

ଜାଣିଶୁଣି ସଚିନଙ୍କୁ ଏକ ରନ୍‌ ଦେଇ ଫସାଇବାକୁ ଚାହିଁଥିଲେ ଏହି ଦୁର୍ଦ୍ଧର୍ଷ ବୋଲର୍‌; ସନ୍ୟାସ ଘୋଷଣା ପରେ କହିଲେ…

ଜୋହାନ୍ସବର୍ଗ,୪।୯: ନିଜ ସମୟର ସର୍ବୋତ୍ତମ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଡେଲ୍‌ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଦ୍ରୁତ ବୋଲିଂ...

ଟ୍ରଟ୍‌ ଇଂଲଣ୍ଡ ବ୍ୟାଟିଂ କୋଚ୍‌

ଲଣ୍ଡନ,୩।୮(ପି.ଟି.): ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ୩...

୪ ମାସରେ ୧୦ କିଲୋ ଓଜନ କମାଇଲେ ଏହି କ୍ରିକେଟର

ବ୍ରିସ୍‌ବେନ୍‌, ୧୪।୧: ଭାରତୀୟ କ୍ରିକେଟ୍‌ ଦଳର ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଗତ କିଛି ମାସ ହେବ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ...

ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟର ବାସନ୍ଦ

ସିଡ୍‌ନୀ,୧୮।୧୧- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ) ଦଳ ହବର୍ଟ ହିରକେନ୍ସ ଖେଳାଳି ଏମିଲି ସ୍ମିଥଙ୍କୁ ଏକ ବର୍ଷ ଲାଗି ବାସନ୍ଦ...

ଗୋଲଶୂନ୍ୟ ରହିଲା କ୍ଲାସିକୋ

ବାର୍ସିଲୋନା,୧୯।୧୨- ଚଳିତ ଲା ଲିଗା ଲିଗ୍‌ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ଲାସିକୋ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ରିୟଲ ମାଡ୍ରିଡ୍‌ ଓ ପଏଣ୍ଟ ଟେବୁଲ ଟପ୍ପର...

Advertisement
Archives

Model This Week