Posted inଖେଳ

ବିରାଟ-ଅନୁଷ୍କାଙ୍କ ରୋମାଣ୍ଟିକ୍‌ ଫଟୋ ଉଠାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଦେଖିଲେ କହିବେ ସାବାସ୍‌

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଏବେ ୟୁଏଇରେ ଅଛନ୍ତି। ସେ ବିରାଟ ଖେଳୁଥିବା ମ୍ୟାଚ୍‌ ବେଳେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି। ସମୟ ମିଳିଲେ କୋହଲି ଅନୁଷ୍କାଙ୍କୁ ସମୟ ଦେବାକୁ ପଛାଉନାହାନ୍ତି। ରାଜସ୍ଥାନଠାରୁ ବେଙ୍ଗାଲୁରୁ ମ୍ୟାଚ୍‌ ଜିତିବା ପରେ ଅନୁଷ୍କା ସହ ବିରାଟ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସଙ୍କ ଦ୍ୱାରା ଉଠାଯାଇଥିବା ଏହି ଫଟୋରେ ବିରୁଷ୍କାଙ୍କୁ ଆରବିୟାନ୍‌ ଗଲ୍ଫରେ ରୋମାଣ୍ଟିକ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଏହି ଫଟୋ ଦୁବାଇସ୍ଥିତ ଆଟଲାଣ୍ଟିକ୍ସ, ଦ ପାମ୍‌ ରିସୋର୍ଟରେ ଉଠାଯାଇଛି। ଏହି ଫଟୋ ଦେଖି ପ୍ରଶଂସକ ଫଟୋଗ୍ରାଫର ଡିଭିଲିୟର୍ସଙ୍କୁ ସାବାସ୍‌ କହିବାକୁ ଭୁଲୁନାହାନ୍ତି। କିଛି ସେଲିବ୍ରିଟି ମଧ୍ୟ ଏହି ଫଟୋକୁ ପ୍ରଶଂସା କରୁଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିରାଟ କୋହଲି ଆଗାମୀ ବର୍ଷ ଜାନୁଆରୀରେ ପିତା ହେବେ ବୋଲି ଘୋଷଣା କରିଥିଲେ।

View this post on Instagram

❤️🌅 pic credit – @abdevilliers17 😃

A post shared by Virat Kohli (@virat.kohli) on


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନ୍‌ଙ୍କ ଦଳ ନାଇଟ୍‌ ରାଇଡର୍ସର ହ୍ୟାଟ୍ରିକ ବିଜୟ

ନୂଆଦିଲ୍ଲୀ, ୨୪।୮: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଏକ ମୁକାବିଲାରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୧୯ ରନରେ ବାର୍ବାଡସ୍‌ ଟ୍ରାଇଡେଣ୍ଟସ୍‌କୁ ପରାସ୍ତ କରିଛି। ବଲିଉଡ୍‌ ଅଭିନେତା...

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଜିତିଲା ଇଂଲଣ୍ଡ

କାର୍ଡିଫ, ୨୬ା୬ (ଏପି)-ବର୍ଷାରେ ପ୍ରଭାବିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ...

ଦ୍ୱିଶତକ କରିବାରେ ଯଶସ୍ବୀ ସର୍ବକନିଷ୍ଠ

ବେଙ୍ଗାଲୁରୁ,୧୬୧୦- ମୁମ୍ବାଇ ଟିନଏଜର ଯଶସ୍ବୀ ଜୈସ୍ବାଲ ଏଠାରେ ବୁଧବାର ଖେଳାଯାଇଥିବା ଝାଡ଼ଖଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିର ମ୍ୟାଚ୍ରେ ଦ୍ୱିଶତକ କରି ରେକର୍ଡ ବୁକ୍ରେ ସ୍ଥାନ...

ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି।...

ଦେଶର ହୃଦୟ ଜିତିଲେ ପ୍ରମୋଦ

ନୂଆଦିଲ୍ଲୀ,୪।୯: ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଶନିବାର ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌୩) ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।...

ଟିମ୍‌ ପାକିସ୍ତାନ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ଇମ୍ରାନ

ଦୁବାଇ,୧୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ପରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ସାନ୍ତ୍ୱନା ଦେଇଛନ୍ତି ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ...

ବିସିସିଆଇ ସିଇଓ ଜୋହରିଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟକାରୀ ଅଫିସର ରାହୁଲ ଜୋହରି ଇସ୍ତଫା ପତ୍ର ଦେଇଛନ୍ତି। ମାତ୍ର ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ...

ଭୁଟାନରେ ହଜି ଯାଇଥିଲେ ବିରାଟ, ଡରି ଯାଇଥିଲେ ଅନୁଷ୍କା; କିଛି ଏଭଳି…

ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍‌ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।...

Advertisement
Archives

Model This Week