Posted inଖେଳ

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍‌! ଶେଷରେ ୫ ଇନିଂସ ପରେ…

ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍‌। କେପ୍‌ଟାଉନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ବାକି ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ଗୋଟିଏ ପରେ ଗୋଟିଏ ଖସୁଥିବା ବେଳେ କୋହଲି ପ୍ରଶଂସନୀୟ ବ୍ୟାଟିଂ କରି ପଡ଼ିଆରେ ସଂଘର୍ଷ ଜାରି ରଖିଥିଲେ। ସେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସଫଳ ହୋଇଥିବା ବେଳେ ଶତକ ମାରିବାରେ ବିଫଳ ହୋଇଥିଲେ।

କୋହଲି ୨୦୨୧ ସେପ୍ଟେମ୍ବରରେ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ସେହି ଇନିଂସରେ ୫୦ ରନ୍‌ ସ୍କୋର କରିଥିଲେ। ଏହାପରଠାରୁ ସେ ମଇଦାନରେ ସଂଘର୍ଷ କରୁଥିଲେ। କାରଣ ତାଙ୍କ ବ୍ୟାଟ୍‌ରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳୁ ନ ଥିଲା। ଶେଷରେ ୫ ପାଳି ଅପେକ୍ଷା କରିବା ପରେ ମଙ୍ଗଳବାର ସେ ୨୦୦ ବଲ୍‌ରେ ୭୯ ରନ୍‌ର ଚମତ୍କାର ଇନିଂସ ଖେଳିଛନ୍ତି। ଏଣୁ ତାଙ୍କ ବ୍ୟାଟିଂକୁ ନେଇ କ୍ରମାଗତ ଭାବେ ଉଠୁଥିବା ପ୍ରଶ୍ନର ଜବାବ ଦେବାକୁ ସେ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତେ ଦୂରରେ ରହିଗଲେ ଅଂଶୁ

ନୂଆଦିଲ୍ଲୀ, ୮।୧୦: ମହିଳା ରେସଲିଂରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସଫଳତାଠାରୁ ହାତେ ଦୂରରେ ରହିଯାଇଛନ୍ତି ଅଂଶୁ ମଲିକ। ଗୁରୁବାର ନରଓ୍ବେର ଓସଲୋଠାରେ...

ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌: କହିଲେ, କରୋନା ଛଡେଇ ନେଲା..

ଲକ୍ଷ୍ନୌ,୧୩।୫: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂଙ୍କ ପିତା ଶିବ ପ୍ରସାଦ ସିଂଙ୍କର କରୋନାରେ ମୃତ୍ୟୁ ହୋଇଛି। ଆରପି ସିଂ ଟୁଇଟର ମାଧ୍ୟମରେ ଏହି...

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଲକ୍ଷ୍ୟ ଆଗେଇଲେ, ସାଇନା, ପ୍ରଣୀଥ୍‌ ନିରାଶ

ବର୍ମିଂହାମ୍‌, ୧୨।୩ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତର ଲକ୍ଷ୍ୟ ସେନ୍‌ ଦମ୍‌ଦାର ଆରମ୍ଭ କରିଛନ୍ତି। କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ...

ଅଷ୍ଟ୍ରେଲିଆନ୍‌ ଓପନ୍‌ : ସେରେନା, ଜୋକୋଭିଚ୍‌, ଫେଡ୍‌ରରଙ୍କ ବିଜୟ ଅଭିଯାନ

ମେଲବୋର୍ନ, ୨୦।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ତଥା ଅଷ୍ଟ୍ରେଲିଆନ ଓପନ୍‌ର ୧୦୮ତମ ସଂସ୍କରଣ ସୋମବାରଠାରୁ ସ୍ଥାନୀୟ ମେଲବୋର୍ନ ପାର୍କଠାରେ ଆରମ୍ଭ ହୋଇଛି। ମହିଳା ଓ...

ଡି’ ଭିଲର୍ସଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ କୋହଲି

ଅହମ୍ମଦାବାଦ,୨୮।୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍‌ରେ ହରାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ସାଥି ଖେଳାଳି ଏବି ଡି’...

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ...

ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ଇସ୍‌ଲାମବାଦ୍‌, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍‌ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍‌,...

Advertisement
Archives

Model This Week