Posted inଖେଳ

ଲଗାତାର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ବଦଳିଗଲା ବିରାଟଙ୍କ ମନୋଭାବ; ଦଳକୁ ନେଇ କହିଲେ…

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ଦ୍ୱିତୀୟ କ୍ରମାଗତ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ ପରେ ସେ ଅତ୍ୟନ୍ତ ଦୃଢ଼ ମନା ସହ ବିବୃତ୍ତି ରଖିଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷ ଚମତ୍କାର ବିଜୟ ପାଇଁ ସେ ବୋଲର୍‌ଙ୍କୁ ଶ୍ରେୟ ଦେବା ସହ ଏହା ଦଳ ପାଇଁ ଭଲ ସଙ୍କେତ ବୋଲି କହିଥିଲେ।

ଶେଷ ୯ ଓଭରରେ ରାଜସ୍ଥାନ ଟିମ୍‌ ୪୯ ରନ୍‌ କରିପାରିଥିଲା। ଏହି ସମୟ ମଧ୍ୟରେ ୮ ଉଇକେଟ ଯାଇଥିଲା। ଫଳରେ ରାଜସ୍ଥାନ ୯ ଉଇକେଟରେ ୧୫୦ ରନ୍‌ର ଟାର୍ଗେଟ ଆର୍‌ସିବିକୁ ଦେଇଥିଲା। ପରେ ୩ ଉଇକେଟ ହରାଇ ଆର୍‌ସିବି ୧୭.୧ ଓଭରରେ ଏହାକୁ କରିନେଇ ସହଜ ବିଜୟ ନିଜ ନାମରେ କରିଥିଲା।

ତେବେ ମ୍ୟାଚ୍‌ ପରେ ଦଳର ବିଜୟକୁ ନେଇ ଉତ୍ସାହିତ ଥିଲେ କୋହଲି। ସେ କହିଥିଲେ, ଆମେ ଜାଣୁ ଆମ ପାଖରେ ଭଲ ବୋଲର୍‌ ଅଛନ୍ତି। ଯଦି ଆମେ ଉଇକେଟ ନେଉଛୁ ତେବେ ବିକଳ୍ପ ଖୋଲିଯିବ। ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ନିଜ ଭୁଲକୁ ଦେଖିବା ସହ ଅନୁରୂପ ଭାବେ ଖେଳିବାକୁ ଚେଷ୍ଟା କରିଥିଲେ। ଭଲ ବୋଲିଂ ସହ ପ୍ରାରମ୍ଭିକ ବ୍ୟାଟିଂ ଭଲ ଯାଇଥିଲା। ଫଳରେ ଦଳ ମଜଭୂତ ପ୍ରତ୍ୟାବର୍ତ୍ତନ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ରାୟପୁର,୨୧ା୧: ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ...

ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର: ରାମକୁମାର, ଅଙ୍କିତା ଦ୍ୱିତୀୟ ରାଉଣ୍ଡରେ

ମେଲବୋର୍ନ, ୧୧ା୧ (ପି.ଟି.)-ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଓ ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏପର୍ଯ୍ୟନ୍ତ ଏକ...

ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି):ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ...

‘ଜିଲାସ୍ତରରେ ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ’

ଭୁବନେଶ୍ୱର,୨୬ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ହେଲେ ଜିଲାସ୍ତରରେ ସ୍ବଳ୍ପ ବ୍ୟୟରେ ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ। ସମ୍ପ୍ରତି ଇମ୍ଫାଲଠାରେ କେନ୍ଦ୍ର କ୍ରୀଡ଼ା ଓ...

ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଏବେ ଦଳ ସହ ଲଣ୍ଡନରେ ଅଛନ୍ତି। ଏବେ କୌଣସି ମ୍ୟାଚ୍‌ ନ ଥିବାରୁ ସେ ପ୍ରେମିକା ତଥା ଅଭିନେତ୍ରୀ ଆଥିଆ...

କଠିନ ପରିସ୍ଥିତିର ସମ୍ମୁଖୀନ ହେବାରେ ସିଏସ୍‌କେ ମୋତେ ସାହାଯ୍ୟ କରିଛି: ଧୋନୀ

ଚେନ୍ନାଇ,୪ା୩(ପି.ଟି.)- ଜଣେ ସଫଳ ଖେଳାଳି ଓ କଠିନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌କୁ ଶ୍ରେୟ ଦେଇଛନ୍ତି ଭାରତୀୟ ଦଳର...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ...

ପୂର୍ବତନ ସୌରାଷ୍ଟ୍ର କୋଚ୍‌ ବାବାଭାଇଙ୍କ ପରଲୋକ

ରାଜକୋଟ,୩୧।୭(ପି.ଟି): ପୂର୍ବତନ ସୌରାଷ୍ଟ୍ର କୋଚ୍‌ ଓ ମ୍ୟାନେଜର ହସମୁଖଭାଇ ଜୋଶୀ ଗୁରୁବାର ପରଲୋକ ଗମନ କରିଛନ୍ତି। ବାବାଭାଇ ଭାବେ ବେଶ୍‌ ଜଣାଶୁଣା ଥିବା ଏହି ଜୋଶୀ...

Advertisement
Archives

Model This Week