Posted inଖେଳ

ଭାରତକୁ ବଡ଼ ଝଟ୍‌କା; ଟିମ୍‌ରୁ ବାଦ ପଡ଼ିଲେ କୋହଲି

ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ପରେ ଟି-୨୦ ସିରିଜ ଉପରେ କବ୍ଜା କରିନେଇଛି ଭାରତ। ଏବେ ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି। କୋଲକାତାରେ ଏହାର ତୃତୀୟ ମୁକାବିଲା ଖେଳାଯିବ। ହେଲେ ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍‌କା ଲାଗିଛି। କାରଣ ଭାରତର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ତୃତୀୟ ମ୍ୟାଚ୍‌ରୁ ବାହାର ହୋଇଛନ୍ତି। ସେ ହେଲେ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ କୋହଲିଙ୍କୁ ବାୟୋ ବବଲ୍‌ ବ୍ରେକ୍‌ ଦିଆଯାଇଛି। ଏଣୁ ସେ ଘରକୁ ଯାଇଛନ୍ତି।

କହିରଖୁଛୁ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ କୋହଲି ବେଶ ଭଲ ପ୍ରଦର୍ଶନ କରିଥିଲେ। ସେ ୪୧ ବଲ୍‌ରେ ବିସ୍ଫୋରକ ୫୨ରନ୍‌ର ଇନିଂସ ଖେଳିଥିଲେ। ଏହାଛଡ଼ା ଅଧିନାୟକ ପଦ ଛାଡ଼ିବା ସତ୍ତ୍ୱେ ପଡ଼ିଆରେ ଥିବା ସମୟରେ ସେ ରୋହିତ ଶର୍ମାଙ୍କୁ ପରାମର୍ଶ ଦେଇ ଆସୁଥିଲେ। ହେଲେ ଆଗାମୀ ମ୍ୟାଚ୍‌ରେ ତାହା ଦେଖିବାକୁ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗ୍ରାଣ୍ଡସ୍ଲାମ ବିଜୟିନୀ

ପ୍ୟାରିସ, ୬।୨ (ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିକ୍ସଡ ଡବଲ୍‌ ଟାଇଟଲ୍‌ ବିଜୟିନୀ ଆମେରିକାର ଆବିଗେଲ୍‌ ସ୍ପିଅର୍ସ ଟେନିସରୁ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ବିଫଳ...

ରୋହିତଙ୍କ କୀର୍ତ୍ତିମାନ

ବର୍ମିଂହାମ, ୩।୭ (ପି.ଟି.)-ଭାରତୀୟ ତାରକା ଓପନର ରୋହିତ ଶର୍ମା ମଙ୍ଗଳବାର ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ୯୨...

ଟୁଇଟ୍‌ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…

ନୂଆଦିଲ୍ଲୀ,୧୮।୧୧:  ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ...

ପୁଷ୍ପା ଅବତାରରେ ୟୁଜବେନ୍ଦ୍ର ଚହଲ: କହିଲେ ଫାୟାର ହୁଁ ମେଁ…

ଲକ୍ଷ୍ନୌ,୨୨।୨: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି। ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ...

ଷଷ୍ଠ ବିଜୟ ସହ ମୁମ୍ବାଇ ପୁଣି ଶୀର୍ଷରେ

ଆବୁଧାବି, ୧୭।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି।...

ଅଜୟ ସିଂ ବିଏଫ୍‌ଆଇ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୨(ପି.ଟି.): ଅଜୟ ସିଂ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)ର ଅଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ...

ଟିମ୍‌ ଇଣ୍ଡିଆ ବସ୍‌ରେ ଧୋନୀଙ୍କ ସିଟ୍‌ ୬ ମାସ ଧରି ପଡ଼ିଛି ଖାଲି: ୟୁଜବେନ୍ଦ୍ର ଚହଲଙ୍କ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧: ଟିମ୍‌ ଇଣ୍ଡିଆରେ ଗତ ୬ ମାସ ଧରି ମହେନ୍ଦ୍ର ସିଂ ଧୋନୀ ସାମିଲ୍‌ ନାହାଁନ୍ତି। ତେବେ ଟିମ୍‌ ଇଣ୍ଡିଆ ବ୍ୟବହାର କରୁଥିବା ବିସିସିଆଇର ବସ୍‌ରେ...

ପୂରା ଆଇପିଏଲ୍‌ ପାଇଁ ଉପଲବ୍ଧ ହେବେ ନାହିଁ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୨୮।୧: ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣର ଶେଷ ଆଡ଼କୁ ଇଂଲଣ୍ଡ ଟେଷ୍ଟ ଖେଳାଳିଙ୍କୁ ସ୍ବଦେଶ ଫେରିବାକୁ ପଡ଼ିପାରେ। କାରଣ ସେହି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌...

Advertisement
Archives

Model This Week