Posted inଖେଳ

ପଡିଆରେ ‘ପୁଷ୍ପା’ ଡ୍ୟାନ୍ସ କଲେ କୋହଲି: ଦେଖନ୍ତୁ ଭିଡିଓ

ମୋହାଲି,୭।୩: ଭାରତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ ଏବଂ ୨୨୨ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ ଉଭୟ ଦଳ ପାଇଁ ସ୍ବତନ୍ତ୍ର ଥିଲା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ ଥିବାବେଳେ ଶ୍ରୀଲଙ୍କା ଦଳ ୩୦୦ ତମ ମ୍ୟାଚ ଖେଳିଥିଲା। ୧୦୦୦ ତମ ଟେଷ୍ଟ ମ୍ୟାଚ ଖେଳିବାରେ ବିରାଟ ଦ୍ୱାଦଶ ଭାରତୀୟ ଖେଳାଳି ହୋଇଥିଲେ। ତେବେ ଏହି ଐତିହାସିକ ମ୍ୟାଚରେ ସେ ମାତ୍ର ୪୫ ରନ ସ୍କୋର କରିଥିଲେ। ବିରାଟ ବ୍ୟାଟିଂରେ ସେତେଟା ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ମ୍ୟାଚର ତୃତୀୟ ଦିନରେ ସେ ପଡ଼ିଆରେ ନାଚିଥିଲେ, ଯାହାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୋହାଲି ଟେଷ୍ଟର ତୃତୀୟ ଦିନରେ ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ଇନିଂସର ୫୧ ଓଭରରେ ଲାସିଥ ଆମ୍ବୁଲଡେନିଆଙ୍କୁ ଆଉଟ୍‌ କରିଥିଲେ। କୋହଲି ପଡିଆ ମଝିରେ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲ୍‌ରେ ‘ମେନ ଝୁକେଗା ନେହଁି’ ଷ୍ଟେପ୍‌ କରିଥିଲେ। ବିରାଟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୂର୍ବରୁ ମଧ୍ୟ ଅନେକ ଖେଳାଳି ପଡିଆରେ ‘ପୁଷ୍ପା’ ଫିଲ୍ମ ଷ୍ଟାଇଲରେ ସେଲିବ୍ରେଶନ କରୁଥିବା ଦେଖାଯାଇଥିଲା।
ବିରାଟଙ୍କ ୧୦୦ ତମ ଟେଷ୍ଟ ପାଇଁ ବିସିସିଆଇ ୫୦ ପ୍ରତିଶତ ପ୍ରଶଂସକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦେଇଥିଲା। ପ୍ରଶଂସକମାନେ ଉତ୍ସାହର ସହିତ କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରିଥିଲେ। କିନ୍ତୁ ତାହା ହୋଇପାରିଲା ନାହ। ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ।

https://twitter.com/Mr_Cupid_ForEvr/status/1500422837563052038

https://twitter.com/imVKohliOne8/status/1500324569722195969

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

ଏହିଦିନ ଭାରତ ସହ ମୁକାବିଲା କରିବ ‘ଡ୍ରାମେବାଜ୍‌’, ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି। ଫେବୃଆରୀ ୧ରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ ତାଙ୍କ ଦଳ ଟି-୨୦ ବିଶ୍ୱକପରେ ଭାରତ…

ଭାରତ ସହିତ ମ୍ୟାଚକୁ ନେଇ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଟାଣି ଆଣିଲା ପାକିସ୍ତାନ! ‘ମୁଁ ଭୟ କରେ ନାହିଁ…’ ବୋଲି ଏକ ସ୍ପଷ୍ଟ ଧମକ ମଧ୍ୟ …

ଇସଲାମାବାଦ,୧୦।୨: ବର୍ଷ ବର୍ଷ ଧରି ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଏକ ଟି-୨୦ ମ୍ୟାଚ ଖେଳିବାକୁ ରାଜି ହୋଇଛି, ମ୍ୟାଚ ହେବ…

ବାଂଲାଦେଶକୁ ନେଇ ICC ନେଲା ବଡ଼ ନିଷ୍ପତ୍ତି: କ୍ରିକେଟ୍‌ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୧୦।୨: ଭାରତରେ T20 ବିଶ୍ୱକପ ମ୍ୟାଚ ଖେଳିବାକୁ ମନା କରିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ଦଣ୍ଡ ଲାଗୁ କରାଯିବ ନାହିଁ। ICC ଘୋଷଣା…

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri