Posted inଖେଳ

ଅପେକ୍ଷାର ଫଳ ମିଠା, ପୁରୁଣା ରୂପରେ…

ନୂଆଦିଲ୍ଲୀ,୨୦।୫: କଥାରେ ଅଛି ଅପେକ୍ଷାର ଫଳ ମିଠା। ସେଭଳି କିଛି ଘଟିଛି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ। ଦୀର୍ଘ ୩ ବର୍ଷ ହେଲା ଫର୍ମରେ ନ ଥିବାକୁ ନେଇ ସମାଲୋଚିତ ହୋଇ ଆସୁଛନ୍ତି ସେ। ବ୍ୟକ୍ତିଗତ ଭାବେ ବିଫଳ ହେବା ଯୋଗୁ ସେ ଅଧିନାୟକ ପଦ ମଧ୍ୟ ଛାଡ଼ି ଖେଳାଳି ଭାବେ ଦଳ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରିଥିଲେ। ଏହା ସତ୍ତ୍ୱେ ବିଫଳ ହୋଇ ଆସୁଥିଲେ ବିରାଟ। ହେଲେ ଚଳିତ ଆଇପିଏଲ୍‌ ସିଜନ୍‌ରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ସେ। ଆବଶ୍ୟକତା ସମୟରେ ୭୩ ରନ୍‌ର ଇନିଂସ କରି ଦଳକୁ ଜିତାଇଛନ୍ତି ସେ। ଏଥିଲାଗି ତାଙ୍କୁ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ଭାବେ ଚୟନ କରାଯାଇଥିଲା।

ବିରାଟଙ୍କ ଏହି ଇନିଂସ ତାଙ୍କର ଶୁପ୍ତ ଆତ୍ମବିଶ୍ୱାସକୁ ଉଠାଇବ ବୋଲି କୁହାଯାଉଛି। ଏହି ପାଳିରେ ପ୍ରଶଂସକ ତାଙ୍କୁ ପୁରୁଣା ରୂପରେ ଦେଖିଥିଲେ। ବିରୋଧି ଦଳର ବୋଲର୍‌ଙ୍କ ଉପରେ ଭାରି ପଡ଼ିଥିଲେ ସେ। ଯେତେବେଳେ ସେ ମହମ୍ମଦ ଶାମୀଙ୍କ ବଲ୍‌ରେ ପ୍ରଥମ ଶଟ୍‌ ମାରିଥିଲେ ସେତେବେଳେ ଦିନ ତାଙ୍କର ହୋଇପାରେ ବୋଲି ଭାବିଥିବା ସେ ପ୍ରକାଶ କରିଛନ୍ତି।
୨୦୧୯ରେ ଶେଷଥର ପାଇଁ ବିରାଟ ଶତକ ମାରିଥିଲେ। ଏହାପରଠାରୁ ସେ ଶତକଟିଏ ମାରି ନାହାନ୍ତି। କେବଳ ଏତିକି ନୁହେଁ ରନ୍‌ କରିବାରେ ମଧ୍ୟ ସେ ବିଫଳ ହେଉଛନ୍ତି। ଆଇପିଏଲ୍‌ ୨୦୨୨ରେ ସେ ୩ ଥର ଗୋଲ୍ଡେନ୍‌ ଡକ୍‌ରେ ଆଉଟ୍‌ ହୋଇ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ।

ତେବେ ବିରାଟ ଏଯାବତ ୧୪ ମ୍ୟାଚ୍‌ ଖେଳିଥିବା ବେଳେ ୩୦୯ ରନ୍‌ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ରହିଛି। ଏହାଛଡ଼ା ତାଙ୍କ ପାଳିରେ ୩୦ ଚୌକା ଏବଂ ୭ ଛକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri