Posted inଖେଳ

୧୩ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏହି କ୍ରିକେଟର: ପ୍ରଥମ ମ୍ୟାଚ୍‌ରେ କରିଥିଲେ ମାତ୍ର ୧୨ ରନ୍‌; ଏବେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କୋହଲି ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ସେତେବେଳେ ଯୁବ କ୍ରିକେଟର ଥିବା କୋହଲି କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ଏହି ମ୍ୟାଚ୍‌ରେ ସେ ମାତ୍ର ୧୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହି ମ୍ୟାଚ୍‌ରେ ସ୍ବତନ୍ତ୍ରତା ହେଉଛି ଯେ କ୍ୟାରିୟରରେ ଏହି ସୀମିତ ଓଭର କ୍ରିକେଟ ମ୍ୟାଚ୍‌ରେ କୋହଲି ଓପନିଂ କରିଥିଲେ।

ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରୁ କୋହଲି ଓପନିଂ କରି କ୍ରିଜ୍‌ରେ ୩୩ ମିନିଟ ବିତାଇଥିଲେ। ଏହି ସମୟରେ ସେ ୨୨ ବଲ ଖେଳି ୧୨ ରନ୍‌ କରିଥିଲେ। ଶ୍ରୀଲଙ୍କାର ମଧ୍ୟମ ପେସର୍‌ ନୁଓ୍ବାନ କୁଲାସେକରା କୋହଲିଙ୍କୁ ଇନିଂସର ଅଷ୍ଟମ ଓଭରରେ ଆଉଟ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ମାତ୍ର ୧୪୬ ରନରେ ଅଲଆଉଟ୍‌ ହୋଇଥିଲା। ଶ୍ରୀଲଙ୍କା ୯୧ ବଲ୍‌ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲେ।


କ୍ୟାରିୟର ଆରମ୍ଭ ପରର ୧୪ ମ୍ୟାଚ୍‌ ଖେଳିବା ପରେ କୋହଲି ଶତକ ମାରିଥିଲେ। ୨୦୦୯ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ୧୦୦ ରନ୍‌ କରିଥିଲେ। ଏହାପରଠାରୁ ତାଙ୍କର ଶତକ ମାରିବା ଆରମ୍ଭ ହୋଇଥିଲା। ଏଯାବତ ସେ ଦିନିକିଆ କ୍ରିକେଟରେ ୪୯ ଶତକ ମାରିଛନ୍ତି। ଏବେ ସେ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ରନ୍‌ ଚେସର୍‌ ଭାବେ ନିଜର ପ୍ରତିଛବି ପ୍ରତିଷ୍ଠା କରିଛନ୍ତି।

କୋହଲି ୨୫୪ ଏକଦିବସୀୟ ମ୍ୟାଚ୍‌ ଖେଲି ୧୨,୧୬୯ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷରେ ତାଙ୍କର ୧୮୩ ରନ୍‌ ସର୍ବଶ୍ରେଷ୍ଠ ଭାବେ ଗଣାଯାଏ। ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ଏହି ବ୍ୟାଟ୍ସମ୍ୟାନ୍‌ ମହାନ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri