Posted inଖେଳ

୧୩ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏହି କ୍ରିକେଟର: ପ୍ରଥମ ମ୍ୟାଚ୍‌ରେ କରିଥିଲେ ମାତ୍ର ୧୨ ରନ୍‌; ଏବେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କୋହଲି ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ସେତେବେଳେ ଯୁବ କ୍ରିକେଟର ଥିବା କୋହଲି କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ଏହି ମ୍ୟାଚ୍‌ରେ ସେ ମାତ୍ର ୧୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହି ମ୍ୟାଚ୍‌ରେ ସ୍ବତନ୍ତ୍ରତା ହେଉଛି ଯେ କ୍ୟାରିୟରରେ ଏହି ସୀମିତ ଓଭର କ୍ରିକେଟ ମ୍ୟାଚ୍‌ରେ କୋହଲି ଓପନିଂ କରିଥିଲେ।

ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରୁ କୋହଲି ଓପନିଂ କରି କ୍ରିଜ୍‌ରେ ୩୩ ମିନିଟ ବିତାଇଥିଲେ। ଏହି ସମୟରେ ସେ ୨୨ ବଲ ଖେଳି ୧୨ ରନ୍‌ କରିଥିଲେ। ଶ୍ରୀଲଙ୍କାର ମଧ୍ୟମ ପେସର୍‌ ନୁଓ୍ବାନ କୁଲାସେକରା କୋହଲିଙ୍କୁ ଇନିଂସର ଅଷ୍ଟମ ଓଭରରେ ଆଉଟ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ମାତ୍ର ୧୪୬ ରନରେ ଅଲଆଉଟ୍‌ ହୋଇଥିଲା। ଶ୍ରୀଲଙ୍କା ୯୧ ବଲ୍‌ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲେ।


କ୍ୟାରିୟର ଆରମ୍ଭ ପରର ୧୪ ମ୍ୟାଚ୍‌ ଖେଳିବା ପରେ କୋହଲି ଶତକ ମାରିଥିଲେ। ୨୦୦୯ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ୧୦୦ ରନ୍‌ କରିଥିଲେ। ଏହାପରଠାରୁ ତାଙ୍କର ଶତକ ମାରିବା ଆରମ୍ଭ ହୋଇଥିଲା। ଏଯାବତ ସେ ଦିନିକିଆ କ୍ରିକେଟରେ ୪୯ ଶତକ ମାରିଛନ୍ତି। ଏବେ ସେ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ରନ୍‌ ଚେସର୍‌ ଭାବେ ନିଜର ପ୍ରତିଛବି ପ୍ରତିଷ୍ଠା କରିଛନ୍ତି।

କୋହଲି ୨୫୪ ଏକଦିବସୀୟ ମ୍ୟାଚ୍‌ ଖେଲି ୧୨,୧୬୯ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷରେ ତାଙ୍କର ୧୮୩ ରନ୍‌ ସର୍ବଶ୍ରେଷ୍ଠ ଭାବେ ଗଣାଯାଏ। ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ଏହି ବ୍ୟାଟ୍ସମ୍ୟାନ୍‌ ମହାନ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri