Posted inଖେଳ

ଅଧିନାୟକ ପଦରୁ ହଟାଯିବା ପରେ କୋହଲିଙ୍କ ଫୋନ୍‌ ସୁଇଚ୍‌ ଅଫ୍‌: ପିଲାଦିନର କୋଚ କହିଲେ…

ନୂଆଦିଲ୍ଲୀ.୧୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ବିରାଟ ଟି -୨୦ ବିଶ୍ୱକପରୁ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲା। ଏଭଳି ପରିସ୍ଥିତିରେ ଏବେ ତାଙ୍କୁ କେବଳ ଟେଷ୍ଟ ଫର୍ମାଟରେ ଅଧିନାୟକ ଭାବେ ନଜର ଆସିବେ। କିଛି ଲୋକ ବିରାଟଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପାଇଁ ବିସିସିଆଇର ନିଷ୍ପତ୍ତିକୁ ସଠିକ୍‌ କହୁଥିବାବେଳେ କିଛି ଲୋକ ବିଶ୍ୱାସ କରୁଛନ୍ତି ଯେ ବର୍ତ୍ତମାନ ସମୟରେ ଏହା କରିବା ଠିକ ନୁହେଁ। ବିରାଟଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା ମଧ୍ୟ ଏହି ବିଷୟରେ ନିଜର ମତ ଦେଇଛନ୍ତି।
ରାଜକୁମାର କହିଛନ୍ତି ଯେ, ମୁଁ ବିରାଟଙ୍କ ସହ କଥା ହୋଇ ନାହିଁ। ତାଙ୍କ ଫୋନ ସୁଇଚ ଅଫ କହୁଛି। ଏହାର କାରଣ ଜଣା ପଡିନାହିଁ କିନ୍ତୁ ମୋର ବିଶ୍ୱାସ ଯେ କୋହଲି ଟି -୨୦ ର ଅଧିନାୟକତ୍ୱ ନିଜ ମନରୁ ଛାଡିଥିଲେ। ଏପରି ପରିସ୍ଥିତିରେ, ଚୟନକର୍ତ୍ତାମାନେ ତାଙ୍କୁ କେବଳ ସେତେବେଳେ କହିବା ଉଚିତ୍‌ ଥିଲା ଯେ ଆପଣ ସୀମିତ ଓଭର କ୍ରିକେଟରେ ଅଧିନାୟକ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ନଚେତ୍‌ ତାଙ୍କୁ କୌଣସି ଫର୍ମାଟର ଅଧିନାୟକତ୍ୱରୁ ହଟାଯିବ ନାହିଁ।
ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ରାଜକୁମାର ଆହୁରି କହିଛନ୍ତି, ବିରାଟଙ୍କୁ ଦିନିକିଆ ଅଧିନାୟକତ୍ୱରୁ କାହିଁକି ହଟାଇ ଦିଆଯାଇଛି ସେନେଇ ଚୟନ କମିଟି କୌଣସି କାରଣ ଦର୍ଶାଇ ନାହିଁ। ବିସିସିଆଇ କିମ୍ବା ଚୟନକର୍ତ୍ତା କ’ଣ ଚାହୁଁଛନ୍ତି ମୁଁ ଜାଣେ ନାହିଁ। ଏଠାରେ କୌଣସି ସ୍ବଚ୍ଛତା ନାହିଁ। ଏସବୁ କାହିଁକି ଘଟିଲା ମୁଁ ବୁଝିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri