Posted inଖେଳ

ଅଧିନାୟକ ପଦରୁ ହଟାଯିବା ପରେ କୋହଲିଙ୍କ ଫୋନ୍‌ ସୁଇଚ୍‌ ଅଫ୍‌: ପିଲାଦିନର କୋଚ କହିଲେ…

ନୂଆଦିଲ୍ଲୀ.୧୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ବିରାଟ ଟି -୨୦ ବିଶ୍ୱକପରୁ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲା। ଏଭଳି ପରିସ୍ଥିତିରେ ଏବେ ତାଙ୍କୁ କେବଳ ଟେଷ୍ଟ ଫର୍ମାଟରେ ଅଧିନାୟକ ଭାବେ ନଜର ଆସିବେ। କିଛି ଲୋକ ବିରାଟଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପାଇଁ ବିସିସିଆଇର ନିଷ୍ପତ୍ତିକୁ ସଠିକ୍‌ କହୁଥିବାବେଳେ କିଛି ଲୋକ ବିଶ୍ୱାସ କରୁଛନ୍ତି ଯେ ବର୍ତ୍ତମାନ ସମୟରେ ଏହା କରିବା ଠିକ ନୁହେଁ। ବିରାଟଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା ମଧ୍ୟ ଏହି ବିଷୟରେ ନିଜର ମତ ଦେଇଛନ୍ତି।
ରାଜକୁମାର କହିଛନ୍ତି ଯେ, ମୁଁ ବିରାଟଙ୍କ ସହ କଥା ହୋଇ ନାହିଁ। ତାଙ୍କ ଫୋନ ସୁଇଚ ଅଫ କହୁଛି। ଏହାର କାରଣ ଜଣା ପଡିନାହିଁ କିନ୍ତୁ ମୋର ବିଶ୍ୱାସ ଯେ କୋହଲି ଟି -୨୦ ର ଅଧିନାୟକତ୍ୱ ନିଜ ମନରୁ ଛାଡିଥିଲେ। ଏପରି ପରିସ୍ଥିତିରେ, ଚୟନକର୍ତ୍ତାମାନେ ତାଙ୍କୁ କେବଳ ସେତେବେଳେ କହିବା ଉଚିତ୍‌ ଥିଲା ଯେ ଆପଣ ସୀମିତ ଓଭର କ୍ରିକେଟରେ ଅଧିନାୟକ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ନଚେତ୍‌ ତାଙ୍କୁ କୌଣସି ଫର୍ମାଟର ଅଧିନାୟକତ୍ୱରୁ ହଟାଯିବ ନାହିଁ।
ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ରାଜକୁମାର ଆହୁରି କହିଛନ୍ତି, ବିରାଟଙ୍କୁ ଦିନିକିଆ ଅଧିନାୟକତ୍ୱରୁ କାହିଁକି ହଟାଇ ଦିଆଯାଇଛି ସେନେଇ ଚୟନ କମିଟି କୌଣସି କାରଣ ଦର୍ଶାଇ ନାହିଁ। ବିସିସିଆଇ କିମ୍ବା ଚୟନକର୍ତ୍ତା କ’ଣ ଚାହୁଁଛନ୍ତି ମୁଁ ଜାଣେ ନାହିଁ। ଏଠାରେ କୌଣସି ସ୍ବଚ୍ଛତା ନାହିଁ। ଏସବୁ କାହିଁକି ଘଟିଲା ମୁଁ ବୁଝିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri