Posted inଖେଳ

ଜବରଦସ୍ତ ଫର୍ମରେ ଅଧିନାୟକ: ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରି ଭାଙ୍ଗିଲେ ଏକାଧିକ ରେକର୍ଡ

ପୁଣେ,୨୩।୩: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆ ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋହଲି ୫୦ ବଲ୍‌ରେ ୬ ଚୌକା ସହ ନିଜର ୬୧ତମ ଅର୍ଦ୍ଧଶତକ ପୂରଣ କରି ଏକାଧିକ ରେକର୍ଡ ଭାଙ୍ଗିଛନ୍ତି।

କୋହଲି ଶିଖର ଧଓ୍ବନଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ। ସେଥିରେ ସେ ୫୬ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ। ତେବେ ସ୍ବଦେଶରେ ଦିନିକିଆ ଅଧିନାୟକ ଭାବେ ସର୍ବାଧିକ ଅର୍ଦ୍ଧଶତକ କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ଏ.ବି ଡିଭିଲିୟର୍ସଙ୍କ ସମକକ୍ଷ ହୋଇଛନ୍ତି ସେ। ୩୩ ପାଳିରେ କୋହଲି ୧୭ ଥର ଏଭଳି କରିଛନ୍ତି। ସେ ସ୍ବଦେଶରେ ଅଧିନାୟକ ଭାବେ ୨୦୦୦ ଦିନିକିଆ ରନ୍‌ କରିବାରେ ସଫଳ ହୋଇଥିବା ଖେଳାଳି ପାଲଟିଛନ୍ତି। ସେ ଏଯାବତ ୨୦୪୮ରନ୍‌ କରିଛନ୍ତି। କୋହଲି ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବା ମାମଲାରେ ସଚିନ ତେନ୍ଦୁଲକର(୩୬)ଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ଏହି ମାମଲାରେ ସେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଛନ୍ତି। ଏହାଛଡ଼ା କୋହଲି ମହାନ ସଚିନଙ୍କ ପରେ ସ୍ବଦେଶରେ ୧୦,୦୦୦ ଅନ୍ତରାଷ୍ଟ୍ରୀୟ ରନ୍‌ ପୂରଣ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁରୁକୁଳ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ...

ଦିନିକିଆ ଦଳରେ ନଟରାଜନ ସାମିଲ

ସିଡ୍‌ନୀ, ୨୮।୧୧(ପି.ଟି.)- ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ବାମହାତୀ ପେସର ଟି. ନଟରାଜନଙ୍କୁ ସାମିଲ କରାଯାଇଛି। ସଇନୀଙ୍କ...

ଫେସବୁକ୍‌ରୁ ପ୍ରେମ ବିବାହ, ଇନ୍‌ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ

ଭାରତୀୟ ଓପନର୍‌ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ...

ଅଷ୍ଟ୍ରେଲିଆ ଟି୨୦ ଦଳର ଜର୍ସି ଚୟନ କରିବେ ଫ୍ୟାନ

ମେଲବୋର୍ନ, ୨୦।୩- ଅଷ୍ଟ୍ରେଲିଆନ ପ୍ରଶଂସକ ଏବେ ଜାତୀୟ ଦଳର ଟି୨୦ ଜର୍ସି ଚୟନ କରିପାରିବେ। ‘ଡିଜାଇନ ଦି କିଟ୍‌’ ଅନଲାଇନ ପ୍ରୋଗ୍ରାମରେ ଫ୍ୟାନଙ୍କ ଦ୍ୱାର ପ୍ରସ୍ତୁତ...

ଆଇସିସି ବିଶ୍ୱକପ: ଅଷ୍ଟ୍ରେଲିଆ- ପାକିସ୍ତାନ ମୁକାବିଲା

ଟଣ୍ଟନ,୧୨।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣରେ ବୁଧବାର ପାକିସ୍ତାନ ଓ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦି...

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ...

ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ...

ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ଢାକା,୪।୧୨: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ଭାରତକୁ ୧ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ...

Advertisement
Archives

Model This Week