Posted inଖେଳ

୮ ବର୍ଷ ପରେ ବୋଲିଂ କଲେ ବିରାଟ: ବିଶ୍ୱକପ୍‌ରେ ଏହାଥିଲା ଚତୁର୍ଥ ଓଭର

ପୁଣେ,୨୦ା୧୦: ପୁଣେରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପଡ଼ିଆ ଛାଡିବାକୁ ପଡ଼ିଥିଲା।

ମ୍ୟାଚ୍‌ର ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ ଫଲୋ ଥ୍ରୁରେ ବଲ୍‌ ରୋକିବାକୁ ପ୍ରୟାସ କରିଥିବା ବେଳେ ତାଙ୍କ ଗୋଇଠି ମୋଡି ହୋଇଯାଇଥିଲା। ଓଭରର ତୃତୀୟ ବଲରେ ଲିଟନ୍‌ ଦାସ ଏକ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ମାରିଥିବା ବେଳେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ପାଣ୍ଡ୍ୟା। ବଲ୍‌ ରୋକିପାରି ନ ଥିବା ବେଳେ ଗୋଡ ଘୋଷାଡି ହୋଇ ଯାଇଥିଲା। ପାଣ୍ଡ୍ୟା ଛିଡା ହେବାକୁ ଅସମର୍ଥ ଥିବାବେଳେ ବିରାଟ କୋହଲି ଆଉ ୩ଟି ବଲ୍‌ ପକାଇ ଓଭର ସମାପ୍ତ କରିଥିଲେ। ସୂର୍ଯ୍ୟକୁମାର ଯାଦବ ସବ୍‌ଷ୍ଟିଚ୍ୟୁଟ୍‌ ଫିଲ୍ଡର ଭାବରେ ପଡିଆକୁ ଆସିଥିଲେ।

ବିଶ୍ୱକପରେ କୋହଲିଙ୍କ ଏହା ଚତୁର୍ଥ ଓଭର। ପୂର୍ବରୁ ୨୦୧୧ କ୍ରିକେଟ ବିଶ୍ୱକପର କ୍ୱାର୍ଟର ଫାଇନାଲ ଓ ଫାଇନାଲରେ ସେ ଗୋଟିଏ ଲେଖାଏ ଓଭର ବୋଲିଂ କରିଥିଲେ। ଏହା ବ୍ୟତୀତ ୨୦୧୫ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ମଧ୍ୟ ଗୋଟିଏ ଓଭର ବୋଲିଂ କରିଥିଲେ। ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ ବିଶ୍ବକପରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିରାଟ ବୋଲିଂ କରିଥିଲେ। ଏହା ଦେଖି ଦର୍ଶକ କୋହଲିଙ୍କୁ ଉତ୍ସାହିତ କରିଥିଲେ। ନିଜ ତିନିଟି ବଲ୍‌ରେ ମାତ୍ର ୨ ରନ୍‌ ବ୍ୟୟ କରି କୋହଲି ପ୍ରଶଂସକଙ୍କ ଆଶା ପୂରଣ କରିଥିଲେ। ଶେଷ ଥର ପାଇଁ ସେ ୨୦୧୭, ଅଗଷ୍ଟ ୩୧ରେ ଶ୍ରୀଲଙ୍କା ବିପକ୍ଷରେ ୨ ଓଭର ବୋଲିଂ କରି ୧୨ ରନ୍‌ ଦେଇଥିଲେ। ବିଶ୍ବକପ୍‌ରେ ଶେଷ ଥର ଲାଗି ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଗୋଟିଏ ଓଭର ବୋଲିଂ କରି ୭ ରନ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri