Posted inଫୁରସତ

ପ୍ରଥମେ ଟ୍ରାଫିକ ପୋଲିସକୁ ଏଇଠି ହିଁ ପିଟିବି ବୋଲି ଧମକ ଦେଲେ; ହେଲେ ଥାନାକୁ ଯିବା ପରେ ମୁଁ ଭୁଲ କରିଛି କହି କାନ୍ଦିଲେ ଏହି ବ୍ୟକ୍ତି; ଭିଡିଓ…

ନୂଆଦିଲ୍ଲୀ: ମହରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଭାଇରାଲ ହେଉଛି। ବାସ୍ତବରେ ଯେତେବେଳେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲେ ସେ ତାଙ୍କୁ ଧମକାଇବା ଆରମ୍ଭ କରି ଦେଇଥିଲେ। ଏପରିକି ମୁଁ ଏଠାରେ ହିଁ ତୁମକୁ ପିଟିବି ବୋଲି କହିଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ପୋଲିସ ଷ୍ଟେଶନ ନିଆଯାଇଥିଲା, ସେ ସେଠାରେ କାନ୍ଦିବାକୁ ଲାଗିଥିଲେ। ସାର୍‌ ଭୁଲ ହୋଇଯାଇଛି ବୋଲି କହିଥିଲେ।

ବେଆଇନ ଭାବେ ପାର୍କିଂ କରାଯାଇଥିବାରୁ ଟ୍ରାଫିକ ପୋଲିସ ଉକ୍ତ ବ୍ୟକ୍ତିଙ୍କ ନାଲି କାର୍‌କୁ ଜବତ କରିବାକୁ ଆସିଥିଲା। ଏହାକୁ ନେଇ ବ୍ୟକ୍ତିଜଣଙ୍କ ରାଗି ଯାଇଥିଲେ। ତାଙ୍କ ସହ ଥିବା ଜଣେ ମହିଳାରେ ନିଆଁରେ ଘିଅ ଢ଼ାଳିବାର କାମ କରୁଥିଲେ। ସେ ପୋଲିସ କର୍ମଚାରୀଙ୍କୁ ଧମକ ଦେଇ ‘ତୁମେ କିପରି କାର୍‌ ଟାଣି ପାରିବ? ଏହା କଣ ତୁମ ବାପାଙ୍କ କାର୍‌ କି? ଏଠାରେ ତୁମକୁ ମୁଁ ମାରିବି। ତୁମର ୟୁନିଫର୍ମ ବାହାର କର। ପାଞ୍ଚ ମିନିଟ ପାଇଁ ବାହାର କର। ଏହା ହେଉଛି ତୁମ ୟୁନିଫର୍ମର ଶକ୍ତି। ମୁଁ ଏହାକୁ ଅଧା ଚିରି ଦେବି ବୋଲି କହିଥିଲେ।

ହେଲେ କିଛି ସମୟ ପରେ ଦୃଶ୍ୟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ରାସ୍ତାରେ ଧମକାଉଥିବା ବ୍ୟକ୍ତିଙ୍କୁ ଅନ୍ୟ ଏକ ଭିଡିଓରେ ପୋଲିସ ଷ୍ଟେଶନରେ କାନ୍ଦୁଥିବା ଏବଂ ପୋଲିସକୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା। ଡ୍ୟୁଟିରେ ଥିବା ଟ୍ରାଫିକ କର୍ମଚାରୀଙ୍କ ସହ ଅସଦାଚରଣକୁ ନେଇ ଉଭୟ ପୁରୁଷ ଓ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫଳରେ ବ୍ୟକ୍ତିଜଣଙ୍କ ମୁଁ ଏଭଳି କାହା ସହ କରିବି ନାହିଁ, ମୁଁ ଭୁଲ କରିଛି। ଏଥିପାଇଁ ଦୁଃଖିତ ବୋଲି କହିଥିବା ଭିଡିଓରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri