Posted inଫୁରସତ

ଆଙ୍ଗୁଳିରେ ଜଳାଇଲେ ଗ୍ୟାସ, ବାଳକଙ୍କ କମ୍ବଳ ଟ୍ରିକ୍‌ ହୋଇଗଲା ଭାଇରାଲ 

ଲାଇଟର, ମ୍ୟାଚିସ କିମ୍ବା  କୌଣସି ଜଳାଉଥିବା ସାମଗ୍ରୀ ବିନା  ଜଣେ ବାଳକ ଗ୍ୟାସ ଚୁଲାକୁ  ଜଳାଉଛନ୍ତି। ଏ ନେଇ  ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତେବେ ଭିଡିଓ ଦେଖିବା ପରେ ଅଧିକାଂଶ ୟୁଜର୍ସ ଏହା ଏକ କୌଶଳ କହିଥିବା ବେଳେ  ଅନ୍ୟ କେତେକ ବାଳକଟିର ଚମତ୍କାର ସ୍ପାର୍କ ଅଛି ବୋଲି କହୁଛନ୍ତି।  ଆଉ କେତେକ ଏହା ପଛରେ ଥିବା ବିଜ୍ଞାନକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଛନ୍ତି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଳକ ଜଣଙ୍କ ଚେୟାରରେ ଚକାଆସନ ପକାଇ ବସିଛନ୍ତି। ପାଖରେ ଏକ ଗ୍ୟାସ ଚୁଲା ଅଛି ଏବଂ ସେ ନିଜ ଆଙ୍ଗୁଠିକୁ ଚୁଲାର  ବନର୍ର୍‌ ପାଖରେ ରଖିଛନ୍ତି । ବନର୍ର୍‌ ଚାଲିଛି। ପରେ ଆଉ ଜଣେ ବାଳକ ଆସି ଚେୟାରରେ ବସିଥିବା ଯୁବକଙ୍କ ମୁଣ୍ଡ ଉପରେ ଏକ କମ୍ବଳ ରଖି ଶୀଘ୍ର ତାଙ୍କୁ ଟାଣି ନେଇଯାଉଛନ୍ତି। ପରେ ଗ୍ୟାସ ଚୁଲା ଜଳିବାକୁ ଲାଗୁଛି। ତେବେ ଏହା ପଛରେ କ’ଣ ବିଜ୍ଞାନ ରହିଛି ଜଣା ନାହିଁ।  ମାତ୍ର ୟୁଜର୍ସ ଏହାକୁ ସାଂଘାତିକ ବୋଲି କହୁଛନ୍ତି । ସେ କହିଛନ୍ତି ଯେ ଲୋକମାନେ ଏଭଳି ଭିଡିଓ ଦେଖିବା ପରେ ଘରେ ଏସବୁ  କରିବାକୁ ଚେଷ୍ଟା କରିବେ  ଯାହା   ଅତ୍ୟନ୍ତ ବିପଜ୍ଜନକ।
ବର୍ତ୍ତମାନ ଏହି ବାଳକଙ୍କର କାର୍ଯ୍ୟ  ଇଣ୍ଟରନେଟରେ ଭାଇରାଲ ହେଉଛି।   ଏହି ଭିଡିଓଟି ଜାନୁଆରୀ ୧୧ରେ @ ମଦନ_ ଚିକ୍ନା ନାମକ ଜଣେ ଏକ୍ସ ବ୍ୟବହାରକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା । ସେ କ୍ୟାପସନରେ ଲେଖିଛନ୍ତି – ବାଳକ ଷ୍ଟାଟିକ ଶକ୍ତି ଉତ୍ପାଦନ କରି ଗ୍ୟାସ ଚୁଲା ଜଳାଲେ। ପ୍ରକୃତରେ, ଭାରତ    ଆରମ୍ଭ କାରୀଙ୍କ ପାଇଁ ନୁହେଁ । ୟୁଜସଏହି ଭିଡିଓ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?