Posted inଜାତୀୟ

ଶୁକ୍ରବାର ନମାଜ ପରେ କିଛି ରାଜ୍ୟରେ ବ୍ୟାପିଛି ହିଂସା, ହାୱଡାରେ ଇଣ୍ଟରନେଟ ବନ୍ଦ

କୋଲକାତା,୧୧ ।୬: ପ୍ରଫେଟ ମହମ୍ମଦଙ୍କୁ ନେଇ ନୁପୁର ଶର୍ମା ଦେଇଥିବା ଟିପ୍ପଣିକୁ ବିରୋଧ କରି ଏବେ ସାରା ଦେଶରେ ହିଂସା ପରିସ୍ଥିତି ଉପୁଜିଛି । ଭାଜପାରୁ ନିଲମ୍ବିତ ନୁପୁର ଶର୍ମାଙ୍କ ଗିରଫ ଦାବି କରି କିଛି ରାଜ୍ୟରେ ମୁସଲମାନ ସମ୍ପ୍ରଦାୟର ଲୋକେ ରାଜରାସ୍ତାକୁ ଚାଲି ଆସିଛନ୍ତି । ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ରାଞ୍ଚିରେ ସବୁଠାରୁ ଅଧିକ ହିଂସା ଦେଖିବାକୁ ମିଳିଛି । କୋଲମାତା, ମଧ୍ୟ ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବି ହିଂସା ଉପୁଜିଛି ।
ବିରୋଧ ପ୍ରଦର୍ଶନ କରୁଥିବା ଲୋକେ କୋଲକାତାରେ ୨ଟି ଭାଜପା କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି । ଏହାସହ ପ୍ରଦର୍ଶନକାରୀ ଡୋମଜୁର ଥାନାରେ ଆକ୍ରମଣ କରିବାରୁ ୧୨ ପୋଲିସ ଆହତ ହୋଇଛନ୍ତି । ଏହାପରେ ସେଠାରେ ଜୁନ ୧୩ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।
ରାଞ୍ଚିରେ ଶୁକ୍ରବାର ହୋଇଥିବା ହିଂସାରେ ଗୁଳି ବାଜିବାରୁ ୨ ଜଣ ବ୍ୟକ୍ତି ଆହତ ହୋଇଥିଲେ । ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କର ଶନିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣେ ହେଲେ ମୁଦସ୍‌ସିର ଓରଫ କୈଫି ବୋଲି କୁହାଯାଉଛି । ରାଜେନ୍ଦ୍ର ଆର‌୍ୟୁବିଜ୍ଞାନ ସଂସ୍ଥାନ(ରିମ୍ସ)ରେ ଏମାନଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଆଉ ୮ଜଣ ଆହତଙ୍କ ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ବିରୋଧରେ ନୁପୁର ଶର୍ମା ଦେଇଥିବା ଟିପ୍ପଣିକୁ ନେଇ ସାରା ଦେଶରେ ଲୋକେ ରାଜରାସ୍ତାକୁ ଚାଲି ଆସିଛନ୍ତି । ମୁଖ୍ୟ ରାସ୍ତାରେ ମୁସଲମାନ ସମ୍ପ୍ରଦାୟର ଲୋକେ ରାଲି ବାହାର କରି ନୁପୁର ଶର୍ମାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ଏହାସହ ନୁପୁରଙ୍କ କୁଶପୁତ୍ତଳିକା ଦାହ କରାଯିବା ଓ ଏହା ଧିରେ ଧିରେ ହିଂସାର ରୂପ ନେଇ ସାରା ଦେଶକୁ ବ୍ୟାପିଗଲାଣି କହିଲେ ଚଳେ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri