Posted inଜାତୀୟ

ଆସାମ-ମେଘାଳୟ ସୀମାରେ ଅଶାନ୍ତି

ଗୁଆହାଟୀ/ ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମେଘାଳୟର ଓ୍ବେଷ୍ଟ ଜାଇନ୍ତିଆ ହିଲ୍ସର ମୁକ୍‌ରୋହ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ବେଆଇନ କାଠ ଚାଲାଣକୁ ନେଇ ହିଂସାକାଣ୍ଡ ଘଟିଛି। କାଠଭର୍ତ୍ତି ଏକ ଟ୍ରକ୍‌କୁ ଆସାମ ବନ ବିଭାଗର ଏକ ଟିମ୍‌ ଅଟକାଇଥିଲା। ଟ୍ରକ୍‌ଟି ନ ଅଟକି ଦ୍ରୁତଗତିରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ବନ ଅଧିକାରୀମାନେ ଗୁଳି କରି ଏକ ଟାୟାରକୁ ପଙ୍କଚର କରିଦେଇଥିଲେ। ଡ୍ରାଇଭର, ହେଲ୍ପର ଓ ଆଉ ଜଣେ ବ୍ୟକ୍ତିଙ୍କୁ ଧରାଯାଇଥିବାବେଳେ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଫରେଷ୍ଟ ଗାର୍ଡମାନେ ଘଟଣା ସମ୍ପର୍କରେ ଜିରିକେଣ୍ଡିଂ ଥାନାକୁ ସୂଚନା ଦେଇ ପୋଲିସ ସହାୟତା ମାଗିଥିଲେ। ସେଠାରେ ପୋଲିସ ପହଞ୍ଚତ୍ବା ପରେ ସକାଳ ୫ଟାରେ ମେଘାଳୟ ସୀମାର ବହୁ ଗ୍ରାମବାସୀ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ। ସେମାନେ ଫରେଷ୍ଟ ଗାର୍ଡ ଓ ପୋଲିସ କର୍ମଚାରୀମାନଙ୍କୁ ଘେରାଉ କରିବା ସହ ଗିରଫ ବ୍ୟକ୍ତିମାନଙ୍କୁ ତୁରନ୍ତ ଛାଡ଼ିଦେବାକୁ ଦାବି କରିଥିଲେ। ଏତିକିରେ ଅଧିକାରୀମାନେ ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଆସାମର ଫରେଷ୍ଟ ଗାର୍ଡ ବିଦ୍ୟାସିଂ ଲେଖ୍‌ତେଙ୍କ ସମେତ ମେଘାଳୟର ଖାସି ସମ୍ପ୍ରଦାୟର ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି କିନ୍ତୁ ନିୟନ୍ତ୍ରଣାଧୀନ ଥିବା ଓ୍ବେଷ୍ଟ କର୍ବି ଆଙ୍ଗଲୋଙ୍ଗ୍‌ ଏସ୍‌ପି ଇମ୍‌ଦାଦ୍‌ ଅଲୀ ସୂଚନା ଦେଇଛନ୍ତି। ତେବେ ଫରେଷ୍ଟ ଗାର୍ଡ ବିଦ୍ୟାସିଂଙ୍କ ଦେହରେ କିପରି ଗୁଳି ବାଜିଲା ତାହା ସ୍ପଷ୍ଟ ହୋଇ ନ ଥିବା ଏସ୍‌ପି କହିଛନ୍ତି। ମେଘାଳୟ ମୁ୍‌ଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି। ଆସାମ ପୋଲିସ ପ୍ରଥମେ ଗୁଳି ଚଳାଇଥିବା ସେ କହିଛନ୍ତି। ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଟୁଇଟର ଭଳି ସୋସିଆଲ ମିଡିଆର ଦୁରୁପଯୋଗ ହେଲେ ଶାନ୍ତିଭଙ୍ଗ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମେଘାଳୟ ସରକାର ୭ ଜିଲାରେ ମୋବାଇଲ ଇଣ୍ଟରନେଟ୍‌/ ଡେଟା ସେବାକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦେଇଛନ୍ତି। ଏଥିସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାଙ୍ଗ୍‌ମା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri