୫ ବ୍ୟାକ୍ଟେରିଆ ନେଇଛି ୬.୮ ଲକ୍ଷ ଭାରତୀୟଙ୍କ ଜୀବନ

ଓ୍ବାଶିଂଟନ୍‌, ୨୩।୧୧: ଜଟିଳ ଓ ପ୍ରାଣଘାତୀ ରୋଗଗୁଡ଼ିକରେ ବିଶ୍ୱର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ପାଇଁ ବ୍ୟାକ୍ଟେରିଆ ସଂକ୍ରମଣ ବା ଇନ୍‌ଫେକ୍ସନ୍‌ କାଳ ସାଜୁଛି। ଭାରତରେ ମଧ୍ୟ ବହୁ ଲୋକ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଉପଯୁକ୍ତ ଔଷଧ ଉପଲବ୍ଧ ନ ହେବାରୁ ସେମାନଙ୍କ ମୃତ୍ୟୁ ଘଟୁଛି। ୨୦୧୯ରେ ଇନ୍‌ଫେକ୍ସନ କାରଣରୁ ଭାରତରେ ମୋଟ ୬.୮ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ଲାନ୍‌ସେଟ୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିଲାଗି ୫ ପ୍ରମୁଖ ବ୍ୟାକ୍ଟେରିଆ ଇ.କୋଲି, ଏସ୍‌. ନିମୋନିଆ, କେ.ନିମୋନିଆ, ଏସ୍‌. ୟୁରେୟସ୍‌ ଏବଂ ଏ. ବଉମାନକୁ ଦାୟୀ କରାଯାଉଛି। ଇ.କୋଲି ବ୍ୟାକ୍ଟେରିଆ ସର୍ବାଧିକ ୧.୬ ଲକ୍ଷ ଲୋକଙ୍କ ଜୀବନ ନେଇଛି।
୨୦୧୯ରେ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ବିଶ୍ୱରେ ୭୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୫୪.୯%ଙ୍କ ପ୍ରାଣହାନି ଏହି ୫ ବ୍ୟାକ୍ଟେରିଆ ସଂକ୍ରମଣ ହେତୁ ଘଟିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ତଥ୍ୟ ଅନୁସାରେ ପାଖାପାଖି ୩୩ ପ୍ରକାର ବ୍ୟାକ୍ଟେରିଆ ପାଥୋଜେନ୍‌ (ଜର୍ମ) ସାରା ବିଶ୍ୱରେ ୧୧ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି କରିଛନ୍ତି। ଏସ୍‌. ୟୁରେୟସ୍‌ ବ୍ୟାକ୍ଟେରିଆ ସଂକ୍ରମଣ ବିଶେଷକରି ୧୩୫ ଦେଶରେ ଦେଖାଯାଇଥିବାବେଳେ ୧୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷେ ଏସ୍‌. ନିମୋନିଆ ସଂକ୍ରମଣର ଶିକାର ହୋଇ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ବର୍ଷ ପୂର୍ବେ ପ୍ରମୁଖ ୩ ବ୍ୟାକ୍ଟେରିଆ ଦ୍ୱାରା ସୃଷ୍ଟ ସଂକ୍ରମଣ ଯୋଗୁ ବିଶ୍ୱରେ ୬ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨ ନିୟୁତ ଆକ୍ରାନ୍ତଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଅନିୟମିତତା ଦେଖାଯାଇଥିବାବେଳେ ୧ ନିୟୁତଙ୍କ ପେଟରେ ସଂକ୍ରମଣ ଦେଖାଯାଇଥିଲା। ବିଭିନ୍ନ ରୋଗୀଙ୍କ ଶରୀରରେ ସଂକ୍ରମଣର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ ।
ସଂକ୍ରମଣଜନିତ ମୃତ୍ୟୁ ରୋକିବା ପାଇଁ ଗ୍ଲୋବାଲ୍‌ ହେଲ୍‌ଥ କମ୍ୟୁନିଟି ପକ୍ଷରୁ ବହୁମୁଖୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଗ୍ଲୋବାଲ ବର୍ଡନ୍‌ ଅଫ୍‌ ଡିଜିଜ୍‌, ଇନଜ୍ୟୁରିଜ୍‌ ଆଣ୍ଡ୍‌ ରିସ୍କ ଫ୍ୟାକ୍ଟର (ଜିବିଡି) ପକ୍ଷରୁ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ସଂକ୍ରମଣ ବୋଝକୁ ଦୂର କରିବା ଲାଗି ଆଣ୍ଟିବାୟୋଟିକ୍‌ର ବ୍ୟବହାରକୁ କମାଇବା ଜରୁରୀ। ସେହିପରି ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଟିକା ପ୍ରସ୍ତୁତ କରାଯିବା ସହ ମହଜୁଦ ଔଷଧକୁ ସଂକ୍ରମଣ ରୋକିବାରେ ବ୍ୟବହାର ପଦ୍ଧତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?