Posted inଜାତୀୟ

ସାଧାରଣତନ୍ତ୍ର ଦିବସରେ ହୋଇପାରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ,୧୮ ।୧: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରେ ବ୍ୟାପକ ପରିମାଣର ହିଂସା ହୋଇପାରେ ବୋଲି ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି । ଆଇଏସର ଇସାରାରେ ଘାଟିରେ ଆଇଇଡି ବିସ୍ଫୋରଣର ଯୋଜନା କରାଯାଇଛି । ଏହା ବ୍ୟତୀତ ସୁରକ୍ଷାକର୍ମୀ, ପୋଲିସ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପରିବେଶକୁ ଖରାପ କରିବାକୁ ଚେଷ୍ଟା କରାଯାଇପାରେ । ଏଲଓସି ଓ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ସୁରକ୍ଷା ପ୍ରତିଷ୍ଠାନ ଉପରେ ଡ୍ରୋନ ଆକ୍ରମଣ ମଧ୍ୟ ହୋଇପାରେ । ଏଥିପାଇଁ ଜୈଶ-ଇ-ମୋହମ୍ମଦ ଓ ଲସ୍କଇ-ଇ-ତୋଏବାକୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି । ବିଭିନ୍ନ ମାଧ୍ୟମରୁ ଏହି ଖବର ମିଳିଥିବା କହିଛି ସୁରକ୍ଷା ଏଜେନ୍ସି । ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଯୁବକମାନଙ୍କୁ ଉତ୍ସାହିତ କରାଯାଉଛି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଯୁବକମାନଙ୍କୁ ଉସକାଇବା ସହ ଆତଙ୍କବାଦୀଙ୍କ ସହ ସାମିଲ ହେବାକୁ ପ୍ରେରଣା ଦିଆଯାଉଛି । ଏବେ ବାନ୍ଦିପୋରା ଓ ଶ୍ରୀନଗରରେ ଏହାର ସଙ୍କେତ ମିଳିସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri