କୋଭିଡ୍‌ କଟକଣା ଉଲ୍ଲଂଘନକୁ ନେଇ ପ୍ରଶାସନର ତଦନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୮ା୧ (ଡି.ଏନ୍‌.ଏ.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନୀ ସହ ସାମାଜିକ କଟକଣା ଜାରି ହୋଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜୟଚନ୍ଦ୍ରପୁର ତାରିଣୀ ମହାବିଦ୍ୟାଳୟ ପରିସରରେ ରବିବାର ମଧ୍ୟାହ୍ନରେ ହୋଇଥିବା ଏକ ଦଳୀୟ ସଭା ଓ ଭୋଜିଭାତକୁ ନେଇ ରାଜନୀତି ସରଗରମ ହୋଇଉଠିଛି। କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରାଯାଇଥିବା ନେଇ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ଜଣାପଡ଼ିବା ପରେ ଜିଲାପାଳ ଅମୃତ ଋତୁରାଜ ସୋମବାର ଏହାର ତଦନ୍ତ କରିବାକୁ ମହାକାଳପଡ଼ା ତହସିଲଦାର ଓ ମାର୍ଶାଘାଇ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶ ଯେ, ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିକାଶ ଦାସ ଓ କଟକ ଜିଲା ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝିଙ୍କ ସମେତ କେତେଜଣ ଲୋକ ଏକତ୍ରିତ ହୋଇ ଭୋଜିଭାତର ଆୟୋଜନ କରିଥିଲେ। ଉଭୟଙ୍କ ଘର ମହାକାଳପଡ଼ା ବ୍ଲକର ରୋମିତ ପଞ୍ଚାୟତରେ। ଖବରପାଇ ପଞ୍ଚାୟତର ଏକ ରାଜନୈତିକ ଦଳର କର୍ମୀମାନେ ସେଠାରେ ପହଞ୍ଚତ୍ଥିଲେ। ଫଳରେ ଗହଳି ବଢ଼ିବା ସହ କୋଭିଡ୍‌ କଟକଣାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା। ସରକାରୀ ଅନୁଷ୍ଠାନରେ ଦଳୀୟ ବୈଠକକୁ ରାଜନେତାମାନେ ତୀବ୍ର ନିନ୍ଦା କରିଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅପରାହ୍ନରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଓ ମାର୍ଶାଘାଇ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନ୍‌ଗୋ ମହାବିଦ୍ୟାଳୟରେ ପହଞ୍ଚତ୍ ଅଧ୍ୟକ୍ଷ ଓ ଅନ୍ୟ ଷ୍ଟାଫଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାସଙ୍କୁ ପଚାରିବାରେ ମୋର ବିବାହ ବାର୍ଷିକ ଉତ୍ସବ ପାଳନ ପାଇଁ ଗଁାର ପ୍ରଶାନ୍ତ ଯିଏ କି ସାଲେପୁର ଏସ୍‌ଡିପିଓ ଅଛନ୍ତି ଓ ସାଲେପୁରର ଆଉ ଜଣେ ବନ୍ଧୁଙ୍କ ପରିବାର ଏକାଠି ହୋଇଥିଲୁ। ଆମେ ୩ ଜଣ ସମସ୍ତେ ଗଁା ବାହାରେ ରହୁ। କଲେଜରେ ଆମେ ଏକାଠି ହୋଇଥିବାର ଖବର ପାଇ ପଞ୍ଚାୟତରୁ କେତେଜଣ ଲୋକ ପହଞ୍ଚତ୍ ଆମକୁ ନିର୍ବାଚନରେ ସାହାଯ୍ୟ ପାଇଁ କହିଥିଲେ। ମାତ୍ର ଏହା ଆମର ଘରୋଇ ଉତ୍ସବ ହୋଇଥିବାରୁ ସେମାନଙ୍କୁ ମାତ୍ର ୧୦ ମିନିଟ୍‌ ମଧ୍ୟରେ ସେଠାରୁ ବିଦା କରି ଦେଇଥିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତିରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୧୭।୪: ଶନିବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ। ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଜିଲା ଓକିଲ ସଂଘର ବିକ୍ଷୋଭ

ବରଗଡ ଅଫିସ,୨୩।୯: ପଶ୍ଚିମ ଓ ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଜିଲା ଓକିଲ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟବନ୍ଦ ଆନ୍ଦୋଳନକୁ...

ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା...

୫୫ବର୍ଷ ପରେ ବି ହେଉନି ସମାଧାନ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ଅଧୀନ ବଡ଼କମଣ୍ଡରା ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଅଭିଭାବକମାନେ ସୋମବାର ସ୍କୁଲରେ ତାଲା ପକାଇ...

ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ

ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ...

ପୂରଣ ହେବ ରାମିଆଳ ସେତୁ ସ୍ବପ୍ନ

ଭୁବନ, ୨୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ପ୍ରବାହିତ ରାମିଆଳ ନଦୀ ଉପରେ ନିର୍ମାଣ ହେବ ସେତୁ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର...

ମାସ ହେଲା ନିଖୋଜ ଥିଲେ, ମିଳିଲା ମୃତଦେହ

ଟିକିରି,୪।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଦୁଡୁକାଲ ଗ୍ରାମର ବାବୁଲା ଗୌଡ଼ ଗତ ୬ ତାରିଖରେ କୌଣସି କାରଣରୁ ଘରୁ ପଳାଇ ଯାଇଥିଲେ।...

ଅବ୍ୟବସ୍ଥା ଘେରରେ ଭାଲିଆମୁଣ୍ଡା ସାପ୍ତାହିକ ବଜାର: ବ୍ୟବସାୟୀ ବସିବାକୁ ନାହିଁ ଆବଶ୍ୟକ ପିଣ୍ଡି

ଲୋଇସିଂହା,୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ସପ୍ତାହିକ ବଜାର ଅବ୍ୟବସ୍ଥା ଘେରରେ ରହିଛି। ବଜାରରେ ବ୍ୟବସାୟୀମାନେ ବିକ୍ରିବଟା କରିବା ଲାଗି ପିଣ୍ଡିର ଅଭାବ ରହିଛି।...

Advertisement
Archives

Model This Week