ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ

ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି, ଆପରାଧିକ ଆଇନ ବିଷୟରେ ଶାସନ ସ୍ବେଚ୍ଛାଚାରୀ ହେବା କଥା ନୁହେଁ। ଏହି ବିଷୟଟି ଗୁରୁତ୍ୱପୂର୍ଣ୍ଣ କାରଣ ଆପରାଧିକ ଆଇନ ଜୀବନ ନଷ୍ଟ କରିବାର କ୍ଷମତା ରଖେ ବୋଲି ନିକଟରେ ଜଣେ ବିଚାରପତି ଏକ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିବା କଲେଜ ଛାତ୍ରଙ୍କ ଏକ ଗୋଷ୍ଠୀକୁ ମନେ ପକାଇ ଦେଇଥିଲେ। ଏଠାରେ ଏପରି ବି ଘଟୁଛି। ସରକାରଙ୍କ ଦ୍ୱାରା ଆପରାଧିକ ଆଇନର ଅନୌପଚାରିକ ପ୍ରୟୋଗ ପରେ ବ୍ୟକ୍ତି ଦୀର୍ଘ ସମୟ ଧରି ଲଢ଼ିବା ପାଇଁ ସଂଘର୍ଷ କରିବାକୁ ହୁଏ ବୋଲି ଭାରତୀୟମାନେ ଧରି ନେଇଛନ୍ତି। ଆମ ଗଣତନ୍ତ୍ରରେ ନାଗରିକମାନେ ସାଧାରଣତଃ ପୋଲିସ, ନ୍ୟାୟାଳୟ ଏବଂ ସରକାରଙ୍କୁ ଭୟ କରିବା ସ୍ବାଭାବିକ ହୋଇପାରିବ ନାହିଁ। ହେଲେ ଏବେ ଭୟ ଭାରତର ଗଣତନ୍ତ୍ରରେ ଏକ ଅଂଶ ପାଲଟିଛି। ଚଳିତ ସପ୍ତାହର ଦୁଇଟି ମୁଖ୍ୟ ଖବର ଏହାର ଅର୍ଥକୁ ବ୍ୟାଖ୍ୟା କରିବ। ପ୍ରଥମ ଶୀର୍ଷକ ହେଉଛି, ‘ଆଲ୍ଲାହାବାଦ ହାଇକୋର୍ଟ ଅଭିଯୁକ୍ତଙ୍କ ଗୋଡ଼କୁ ଗୁଳି ଚଳାଇଥିବା ଉତ୍ତର ପ୍ରଦେଶ ପୋଲିସକୁ ସମାଲୋଚନା କରିଛନ୍ତି’। ଉପର ଶୀର୍ଷକରେ ଲେଖା ଅଛି, ‘ଖଣ୍ଡପୀଠ କହିଛନ୍ତି,ଏପରି ଆଚରଣ ସମ୍ପୂର୍ଣ୍ଣ ଭାବରେ ସ୍ବୀକାରଯୋଗ୍ୟ ନୁହେଁ, କାରଣ ଦଣ୍ଡ ଦେବାର କ୍ଷମତା କେବଳ କୋର୍ଟଙ୍କର ରହିଛି’। ଦ୍ୱିତୀୟ ଶୀର୍ଷକଟି ହେଉଛି, ‘ଉତ୍ତରାଖଣ୍ଡର ଧର୍ମାନ୍ତରୀକରଣ ଆଇନ ଅନୁଯାୟୀ କରାଯାଇଥିବା ମାମଲାଗୁଡ଼ିକ କୋର୍ଟରେ ପଡ଼ିରହୁଛି: ୭ ବର୍ଷରେ ୫ଟିର ବିଚାର ସମ୍ପୂର୍ଣ୍ଣ ହେବା ସହ ସେଥିରେ ସମସ୍ତ ୫ଜଣ ଦୋଷମୁକ୍ତ ହୋଇଛନ୍ତି’। ପ୍ରଥମ ଶୀର୍ଷକ ବିଷୟରେ ଉତ୍ତର ପ୍ରଦେଶ ସରକାର ଗତ ବର୍ଷ ଜୁଲାଇରେ ପ୍ରକାଶ କରିଥିଲେ ଯେ, ୨୦୧୭ ପରଠାରୁ ୯,୪୬୭ ଜଣଙ୍କ ଗୋଡ଼କୁ ଗୁଳି କରାଯାଇଛି। ଅର୍ଥାତ୍‌ ୯ ବର୍ଷ ଧରି ପ୍ରତିଦିନ ପ୍ରାୟ ୩ ଜଣଙ୍କ ଗୋଡ଼କୁ ଉତ୍ତର ପ୍ରଦେଶ ପୋଲିସ ଗୁଳି କରିଛି। କୋର୍ଟ ଅନୁଧ୍ୟାନ କରିଥିଲେ ଯେ, ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିବା କିମ୍ବା ବିନା ପ୍ରକ୍ରିୟାରେ ଦଣ୍ଡ ଦେବା ପାଇଁ ଲୋକଙ୍କୁ ଗୁଳି କରାଯାଉଛି। କୋର୍ଟ କହିଛନ୍ତି,ଏହା ନ୍ୟାୟିକ ପ୍ରକ୍ରିୟାର ହସ୍ତକ୍ଷେପ ଏବଂ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ବୟାନ ରେକର୍ଡିଂ ଏବଂ ତଦନ୍ତ ଉପରେ କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରୁନାହିଁ। ପୋଲିସ ଅଧିକାରୀମାନେ ବିଚାରପତିଙ୍କୁ ବିଶେଷକରି ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦେବା ପାଇଁ ଚାପ ପକାଇବା ବିଷୟରେ କୋର୍ଟ ଚିନ୍ତା ପ୍ରକଟ କରିଥିଲେ। ବିଚାରପତି କହିଛନ୍ତି, ପୋଲିସ ଷ୍ଟେଟ୍‌ ହେବା ଅର୍ଥାତ୍‌ ପୋଲିସ ସାହାଯ୍ୟରେ ଲୋକଙ୍କ ସ୍ବାଧୀନତାକୁ ନିୟନ୍ତ୍ରଣ କରିବା ପାଇଁ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁମତି ଦେଇପାରିବେ ନାହିଁ। ଦ୍ୱିତୀୟ ରିପୋର୍ଟର ଶୀର୍ଷକ ଥିଲା, ଉତ୍ତରାଖଣ୍ଡର ଧର୍ମାନ୍ତରୀକରଣ ଆଇନ ଅନୁଯାୟୀ ମାମଲାଗୁଡ଼ିକ କୋର୍ଟରେ ପଡ଼ିରହିଛି। ଉଲ୍ଲେଖନୀୟ ଯେ, ‘ଲଭ୍‌ ଜିହାଦ’ର ଷଡ଼ଯନ୍ତ୍ର ତତ୍ତ୍ୱ ପ୍ରସାରିତ ହେବା ପରେ ଭାଜପା ଦ୍ୱାରା ଅନେକ ରାଜ୍ୟରେ ପ୍ରଣୀତ ଆଇନଗୁଡ଼ିକ ମଧ୍ୟରେ ଉତ୍ତରାଖଣ୍ଡ ଧର୍ମ ସ୍ବାଧୀନତା ଆଇନ, ୨୦୧୮ ଥିଲା ପ୍ରଥମ। ଏହା ମୁସଲମାନ ଏବଂ ହିନ୍ଦୁଙ୍କ ମଧ୍ୟରେ ବିବାହର ଅପରାଧୀକରଣ କରେ, ଯଦି ଦମ୍ପତିଙ୍କ ମଧ୍ୟରୁ ଜଣେ ଧର୍ମ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଏହି ଆଇନ କହେ, ଯଦି କୌଣସି ବ୍ୟକ୍ତି ତାଙ୍କ ପୂର୍ବପୁରୁଷଙ୍କ ଧର୍ମକୁ ଫେରି ଆସନ୍ତି, ତେବେ ‘ପୈତୃକ ଧର୍ମ’ର ଅର୍ଥ କ’ଣ ତାହା ବ୍ୟାଖ୍ୟା ନ କରି ଏହାକୁ ଧର୍ମ ପରିବର୍ତ୍ତନ ବୋଲି ବିବେଚନା କରାଯିବ ନାହିଁ। ଏହାର ଅର୍ଥ ହେଉଛି ଜଣେ ହିନ୍ଦୁ ଧର୍ମକୁ ଧର୍ମ ପରିବର୍ତ୍ତନ କଲେ ତାହା ଧର୍ମାନ୍ତରୀକରଣ ବୋଲି ଗଣାଯିବ ନାହିଁ। ଲଭ୍‌ ଜିହାଦ୍‌ ବିବାହର ଅଭିଯୋଗ ଦାଖଲ ହେବା ମାତ୍ରେ ଜଣେ ଜିଲା ମାଜିଷ୍ଟ୍ରେଟ ପୋଲିସ ମାଧ୍ୟମରେ ସେହି ପ୍ରସ୍ତାବିତ ଧର୍ମ ପରିବର୍ତ୍ତନର ପ୍ରକୃତ ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ କାରଣ ସମ୍ପର୍କରେ ତଦନ୍ତ କରିବେ। ଯେଉଁମାନେ ସରକାରଙ୍କ ନିକଟରେ ନିର୍ଦ୍ଧାରିତ ନିୟମ ମୁତାବକ ଆବେଦନ ନ କରି ନିଜର ଧର୍ମ ପରିବର୍ତ୍ତନ କରନ୍ତି ଏବଂ ଏଥିପାଇଁ ସରକାରଙ୍କ ଅନୁମତି ନ ନେଇଥାନ୍ତି , ତେବେ ପୋଲିସ ତଦନ୍ତ ପରେ ସେମାନଙ୍କୁ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ହେବ। ଏହି ଆଇନ ୭ ବର୍ଷ ଧରି କାର୍ଯ୍ୟକାରୀ ହେଉଛି। ଏହି ସମୟ ମଧ୍ୟରେ ୫ଟି ମାମଲାର ବିଚାର ଶେଷ ହୋଇଛି ଏବଂ ସବୁଥିରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ବିଚାର ସମୟରେ ଆହୁରି ୭ଟି ମାମଲା ଖାରଜ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି, କୋର୍ଟ ରେକର୍ଡରୁ ଏହା ସ୍ପଷ୍ଟ ଯେ ପ୍ରାମାଣିକ ବା ସାକ୍ଷ୍ୟ ମାନଦଣ୍ଡ ପ୍ରାୟତଃ ପାଳନ କରାଯାଇ ନାହିଁ, ସହମତିଭିତ୍ତିକ ସମ୍ପର୍କକୁ ଅପରାଧ ଭାବେ ଦର୍ଶଯାଇଛି ଏବଂ ତଦନ୍ତ ଓ ମାମଲା ରୁଜୁ କରିବାରେ ପ୍ରକ୍ରିୟାଗତ ତ୍ରୁଟି ରହିଛି।
ଏହି ରିପୋର୍ଟ କରୁଥିବା ଖବରକାଗଜର ସମ୍ପାଦକୀୟରେ ପ୍ରକାଶ ପାଇଥିବା ଶୀଷର୍କ ହେଉଛି-‘ଉତ୍ତରାଖଣ୍ଡରେ ନ୍ୟାୟପାଳିକା ନାଗରିକଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟରୁ ସୁରକ୍ଷା ଦିଏ’। ଏହା ହାସ୍ୟାସ୍ପଦ, କାରଣ ସେମାନଙ୍କୁ ଯେଉଁ ଦଣ୍ଡ ଦିଆଯାଇଛି ତାହା ବାସ୍ତବତାକୁ ପ୍ରତିପାଦନ କରେ। ଆମ ସମୟରେ, ଆମ ଚାରିପାଖରେ ଯାହା ଘଟୁଛି ତାହା ଦେଖି ସେଥିରୁ ଆମେ ଦୁଇଟି ନିଷ୍କର୍ଷରେ ପହଞ୍ଚତ୍ପାରିବା । ପ୍ରଥମତଃ ସମଗ୍ର ଭାରତରେ କର୍ତ୍ତୃପକ୍ଷଗୁଡ଼ିକ ଭାଜପା ସରକାର ଯାହା ଚାହୁଁଛନ୍ତି ତାହା ସହିତ ନିଜକୁ ଖାପଖୁଆଇ ଚାଲିବା ପାଇଁ ଜାଣିଶୁଣି ଆଇନ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ରହିବ ନାହିଁ ବୋଲି ଜାଣି ଆତ୍ମବିଶ୍ୱାସର ସହିତ ଏହା କରୁଛନ୍ତି । ଦ୍ୱିତୀୟ କଥା ହେଉଛି, ଆମେ ଯେଉଁଠାରୁ ଆରମ୍ଭ କରିଥିଲୁ ସେହି ବିଷୟକୁ ଫେରିଯିବା। ତେବେ ଏକ ଗଣତାନ୍ତ୍ରିକ ସମାଜର କର୍ତ୍ତୃପକ୍ଷଗୁଡ଼ିକ ଜାଣିଶୁଣି ଆଇନର ଶାସନ, ବିଶେଷକରି ଅପରାଧ ଆଇନର ଉଲ୍ଲଂଘନ କଲେ ଏହାର କ୍ଷଣସ୍ଥାୟୀ ଏବଂ ଦୀର୍ଘକାଳୀନ ପରିଣାମ ଦେଖିବାକୁ ମିଳେ। କ୍ଷଣସ୍ଥାୟୀ ପରିଣାମ ହେଉଛି ସରକାରଙ୍କ କାର୍ଯ୍ୟ ଦ୍ୱାରା ଜୀବନ ନଷ୍ଟ ହୋଇଯାଏ, ଯାହା ଆମେ ଦେଖିବାକୁ ପାଉଛୁ। ଦୀର୍ଘକାଳୀନ ପରିଣାମ ସମଗ୍ର ଦେଶ ଏବଂ ସମାଜକୁ ପ୍ରଭାବିତ କରେ। ଯେଉଁ ଦେଶ ନିଜକୁ ଆଇନର ଶାସନ ବିଷୟରେ ମିଛ କହେ, ସେ କ୍ଷେତ୍ରରେ ସମାଜରେ ଆଇନ ଶାସନର ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ଗଣତନ୍ତ୍ରର ସୁଫଳ ମିଳିବା ଆଶା କ୍ଷୀଣ ହୋଇଯାଏ।

Dharitri – Odisha’s No.1 Odia Daily

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?