‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱ ସମୟର ଅପେକ୍ଷା ପରେ ଲୋୟର ସୁକ୍‌୍‌ତେଲ ଜଳସେଚନ ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ପ୍ରଭାବିତ ଗଁା ଲୋକେ ଜିଲାର ବୃହତ୍‌ ସ୍ବାର୍ଥ ପାଇଁ ନିଜର ଭିଟାମାଟି ଛାଡିବାକୁ ରାଜି ହେବା ସହ ବିସ୍ଥାପିତ ହେବା ଆରମ୍ଭ କରିଛନ୍ତି। ଏତିକିବେଳେ ପ୍ରଶାସନ ବିସ୍ଥାପିତ ହେଉଥିବା ଲୋକଙ୍କ ପ୍ରତି ସଦୟ ହେବା ସହ ସେମାନଙ୍କୁ ସବୁ ପ୍ରକାର ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ଉଚିତ୍‌। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ କମ୍‌ କଷ୍ଟ ସ୍ବୀକାର କରିବାକୁ ପଡିନାହିଁ। ଆଜି ଯେତେବେଳେ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଲୋକେ ପ୍ରକଳ୍ପକୁ ସମର୍ଥନ କରି ଭିଟାମାଟି ଛାଡୁଛନ୍ତି ଠିକ୍‌ ଏତିକିବେଳେ ପ୍ରଶାସନ ଏଭଳି କୌଣସି ପଦକ୍ଷେପ ନେବା ଅନୁଚିତ ଯାହା ପ୍ରକଳ୍ପ ଓ ବିସ୍ଥାପନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।
ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲି ଗ୍ରାମର ଲୋକଙ୍କୁ ବିସ୍ଥାପିତ କରିବାକୁ ଯାଇ ପ୍ରଶାସନ ଗଁାରୁ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରିଥିବା ଘଟଣା ପରିପେକ୍ଷୀରେ ବିଧାୟକ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବୁଡିଅଞ୍ଚଳବାସୀଙ୍କ କୌଣସି ପ୍ରକାର ମାନବ ଅଧିକାର ଉଲ୍ଲଂଘନ ଯେପରି ହେବନାହିଁ ସେ ଦିଗରେ ପ୍ରଶାସନ ସଜାଗ ହେବା ଉଚିତ୍‌। ବିଦ୍ୟୁତ୍‌୍‌ ଯୋଗାଣ ଓ ପାଣି ଯୋଗାଣ ବିଚ୍ଛିନ୍ନ କରି ଲୋକଙ୍କୁ ଗଁା ଛାଡିବାକୁ ବାଧ୍ୟ କଲେ ଲୋକେ ସହଯୋଗ କରିବା ଛାଡି ପୁଣି ଥରେ ଆନ୍ଦୋଳନ ମୁହଁା ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲିରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପରେ ସେଠାକାର ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଉପଜିଲାପାଳଙ୍କୁ ଫୋନ୍‌ କରି ସ୍ଥିତି ଉପରେ ଅବଗତ କରିବା ସହ ଦାୟିତ୍ୱର ସହ କାର୍ଯ୍ୟ କରିବା ଏବଂ କୌଣସି ପରିସ୍ଥିତିରେ ଯେଭଳି ଲୋକଙ୍କ ମାନବାଧିକାର ଓ ମୌଳିକ ଅଧିକାର ହନନ ହେବନାହିଁ ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିବା ବିଧାୟକ ମିଶ୍ର କହିଛନ୍ତି। ବିଧାୟକ ମିଶ୍ର କହିଛନ୍ତି ଯେ, ଲୋୟର ସୁକ୍‌ତେଲ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଲୋକେ ଜୋରଦାର ଆନ୍ଦୋଳନ କରିଥିଲେ। ଫଳରେ ପ୍ରକଳ୍ପ ବହୁ ବିଳମ୍ବିତ ହୋଇଛି। ଆଜି ସ୍ଥାନୀୟ ଲୋକେ ପ୍ରକଳ୍ପକୁ ସମର୍ଥନ କରୁଛନ୍ତି। ଏଭଳି ସମୟରେ ପ୍ରଶାସନ ମଧ୍ୟ ସେମାନଙ୍କ ପ୍ରତି ଉଦାର ହେବାର ଆବଶ୍ୟକତା ରହିଛି। ବୁଡି ଅଞ୍ଚଳରୁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବା ପାଇଁ ଲୋକେ ଆାଜି ବି ତାଙ୍କର ଉପଯୁକ୍ତ ପ୍ରାପ୍ୟ ପାଇଁ ଅପେକ୍ଷା କରିଛନ୍ତି। ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ବିସ୍ଥାପନ କଲୋନୀ ରହିବା ଯୋଗ୍ୟ ହୋଇନାହିଁ ବୋଲି ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ଧମକ ଚମକ ଦେଇ ନିଜ ଅଞ୍ଚଳରୁ ହଟେଇବା ସ୍ପଷ୍ଟ ଭାବେ ମାନବ ଅଧିକାରର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ପ୍ରଥମ ବର୍ଷାଜଳ ପ୍ରବେଶ କରିବା ପରେ ଲୋକଙ୍କୁ ଶୀଘ୍ର ବିସ୍ଥାପିତ କରିବାକୁ ଯାଇ ପ୍ରଶାସନ ବିଦ୍ୟୁତ୍‌ କାଟ ଓ ପାଣି ଯୋଗାଣ ବନ୍ଦ କରିଥିବା ନେଇ କେତେଜଣ ଅଭିଯୋଗ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri