‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱ ସମୟର ଅପେକ୍ଷା ପରେ ଲୋୟର ସୁକ୍‌୍‌ତେଲ ଜଳସେଚନ ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ପ୍ରଭାବିତ ଗଁା ଲୋକେ ଜିଲାର ବୃହତ୍‌ ସ୍ବାର୍ଥ ପାଇଁ ନିଜର ଭିଟାମାଟି ଛାଡିବାକୁ ରାଜି ହେବା ସହ ବିସ୍ଥାପିତ ହେବା ଆରମ୍ଭ କରିଛନ୍ତି। ଏତିକିବେଳେ ପ୍ରଶାସନ ବିସ୍ଥାପିତ ହେଉଥିବା ଲୋକଙ୍କ ପ୍ରତି ସଦୟ ହେବା ସହ ସେମାନଙ୍କୁ ସବୁ ପ୍ରକାର ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ଉଚିତ୍‌। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ କମ୍‌ କଷ୍ଟ ସ୍ବୀକାର କରିବାକୁ ପଡିନାହିଁ। ଆଜି ଯେତେବେଳେ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଲୋକେ ପ୍ରକଳ୍ପକୁ ସମର୍ଥନ କରି ଭିଟାମାଟି ଛାଡୁଛନ୍ତି ଠିକ୍‌ ଏତିକିବେଳେ ପ୍ରଶାସନ ଏଭଳି କୌଣସି ପଦକ୍ଷେପ ନେବା ଅନୁଚିତ ଯାହା ପ୍ରକଳ୍ପ ଓ ବିସ୍ଥାପନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।
ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲି ଗ୍ରାମର ଲୋକଙ୍କୁ ବିସ୍ଥାପିତ କରିବାକୁ ଯାଇ ପ୍ରଶାସନ ଗଁାରୁ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରିଥିବା ଘଟଣା ପରିପେକ୍ଷୀରେ ବିଧାୟକ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବୁଡିଅଞ୍ଚଳବାସୀଙ୍କ କୌଣସି ପ୍ରକାର ମାନବ ଅଧିକାର ଉଲ୍ଲଂଘନ ଯେପରି ହେବନାହିଁ ସେ ଦିଗରେ ପ୍ରଶାସନ ସଜାଗ ହେବା ଉଚିତ୍‌। ବିଦ୍ୟୁତ୍‌୍‌ ଯୋଗାଣ ଓ ପାଣି ଯୋଗାଣ ବିଚ୍ଛିନ୍ନ କରି ଲୋକଙ୍କୁ ଗଁା ଛାଡିବାକୁ ବାଧ୍ୟ କଲେ ଲୋକେ ସହଯୋଗ କରିବା ଛାଡି ପୁଣି ଥରେ ଆନ୍ଦୋଳନ ମୁହଁା ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲିରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପରେ ସେଠାକାର ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଉପଜିଲାପାଳଙ୍କୁ ଫୋନ୍‌ କରି ସ୍ଥିତି ଉପରେ ଅବଗତ କରିବା ସହ ଦାୟିତ୍ୱର ସହ କାର୍ଯ୍ୟ କରିବା ଏବଂ କୌଣସି ପରିସ୍ଥିତିରେ ଯେଭଳି ଲୋକଙ୍କ ମାନବାଧିକାର ଓ ମୌଳିକ ଅଧିକାର ହନନ ହେବନାହିଁ ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିବା ବିଧାୟକ ମିଶ୍ର କହିଛନ୍ତି। ବିଧାୟକ ମିଶ୍ର କହିଛନ୍ତି ଯେ, ଲୋୟର ସୁକ୍‌ତେଲ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଲୋକେ ଜୋରଦାର ଆନ୍ଦୋଳନ କରିଥିଲେ। ଫଳରେ ପ୍ରକଳ୍ପ ବହୁ ବିଳମ୍ବିତ ହୋଇଛି। ଆଜି ସ୍ଥାନୀୟ ଲୋକେ ପ୍ରକଳ୍ପକୁ ସମର୍ଥନ କରୁଛନ୍ତି। ଏଭଳି ସମୟରେ ପ୍ରଶାସନ ମଧ୍ୟ ସେମାନଙ୍କ ପ୍ରତି ଉଦାର ହେବାର ଆବଶ୍ୟକତା ରହିଛି। ବୁଡି ଅଞ୍ଚଳରୁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବା ପାଇଁ ଲୋକେ ଆାଜି ବି ତାଙ୍କର ଉପଯୁକ୍ତ ପ୍ରାପ୍ୟ ପାଇଁ ଅପେକ୍ଷା କରିଛନ୍ତି। ପ୍ରଶାସନ ଦ୍ୱାରା ତିଆରି ହୋଇଥିବା ଅସ୍ଥାୟୀ ବିସ୍ଥାପନ କଲୋନୀ ରହିବା ଯୋଗ୍ୟ ହୋଇନାହିଁ ବୋଲି ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ଧମକ ଚମକ ଦେଇ ନିଜ ଅଞ୍ଚଳରୁ ହଟେଇବା ସ୍ପଷ୍ଟ ଭାବେ ମାନବ ଅଧିକାରର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ପ୍ରଥମ ବର୍ଷାଜଳ ପ୍ରବେଶ କରିବା ପରେ ଲୋକଙ୍କୁ ଶୀଘ୍ର ବିସ୍ଥାପିତ କରିବାକୁ ଯାଇ ପ୍ରଶାସନ ବିଦ୍ୟୁତ୍‌ କାଟ ଓ ପାଣି ଯୋଗାଣ ବନ୍ଦ କରିଥିବା ନେଇ କେତେଜଣ ଅଭିଯୋଗ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri