ଗାଇଡ୍‌ଲାଇନ ଉଲ୍ଲଂଘନ, ଲକ୍ଷେ ଟଙ୍କା ଫାଇନ

କେନ୍ଦ୍ରାପଡ଼ା ଅଫିସ,୨ା୯: କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏନ୍‌ପିଏ (ନନ୍‌ ଫର୍ମିଂ ଆସେଟ୍‌ସ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଅଛି। ଏହି ସମୟରେ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ୧ ଲକ୍ଷ ଟଙ୍କା ଆର୍‌ବିଆଇ (ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ପକ୍ଷରୁ ଫାଇନ ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଗତ ଜୁନ୍‌ ୩୦ରେ ବ୍ୟାଙ୍କ ପକ୍ଷରୁ ଡିଏ (ଡିୟରନେସ୍‌ ଆଲାଉନ୍‌ସ) ବୃଦ୍ଧି ପ୍ରସ୍ତାବ (ଚିଠି ନଂ.୨୩୯)କୁ ଡେପୁଟି ରେଜିଷ୍ଟ୍ରାର ଅଗଷ୍ଟ ୨୯ରେ ଏହା ଉପରେ ଆପତ୍ତି ଦର୍ଶାଇଛନ୍ତି। ଗତ ଅଗଷ୍ଟ ୨୯ରେ ଆର୍‌ବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଯାଦବ ଏକ ପ୍ରେସ୍‌ ରିଲିଜ ଜାରି କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୈତିକ ସ୍ଥିତି ତନଖି ହୋଇଥିଲା। ଏଥିରେ ଆର୍‌ବିଆଇର କେତେକ ଗାଇଡଲାଇନ କାର୍ଯ୍ୟକାରୀ ହୋଇନାହିଁ। ଏହି ଅନିୟମିତତା ପାଇଁ ପୂର୍ବରୁ ଫାଇନ କାହିଁକି ହେବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏ ନେଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟର ତର୍ଜମା ପରେ ଲକ୍ଷେ ଟଙ୍କା ଫାଇନ ହୋଇଛି।
ସୂଚନାଯୋଗ୍ୟ, ଏପରି କାରଣ ପାଇଁ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମେତ ଦେଶର ମୋଟ ୮ଟି ବ୍ୟାଙ୍କକୁ ଫାଇନ ହୋଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ଦି ବିଶାଖାପଟନମ୍‌ କୋ ଅପରେଟିଭ ବ୍ୟାଙ୍କ ଉପରେ ୫୫ ଲକ୍ଷ ଟଙ୍କା, ନେଲୋର ଜିଲା ଗାନ୍ଧୀନଗରସ୍ଥ ଦି ନେଲୋର କୋଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କା, କାକିନାଡାସ୍ଥ ଆନ୍ଧ୍ରପ୍ରଦେଶ ଆଣ୍ଡ କାକିନାଡା କୋ ଅପରେଟିଭ ଟାଉନ ବ୍ୟାଙ୍କ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶ ପ୍ରତାପଗଡସ୍ଥ ନ୍ୟାଶନାଲ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ ୫ ଲକ୍ଷ ଟଙ୍କା, ତାମିଲନାଡୁ ରାଜ୍ୟ ତିରୁଚିରାପଲ୍ଲୀସ୍ଥ କୈଳାସପୁରମ୍‌ର ଭାରତ ହେଭି ଇଲେକ୍ରିକାଲ୍‌ସ ଏମ୍ପଲୟିଜ କୋଅପରେଟିଭ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା, କେରଳ ରାଜ୍ୟ ପଲକ୍କଡ ଜିଲା ଓଟାପାଲାମର ଓଟାପାଲମ କୋଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କା, ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦର ଦି ଦାରୁସାଲାମ କୋ ଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରାଯାଇଛି। ସେହିପରି ଅଗଷ୍ଟ ୨୯ରେ ଡେପୁଟି ରେଜିଷ୍ଟ୍ରାର ଡିଏ ବୃଦ୍ଧି ଉପରେ ଆପତ୍ତି ଉଠାଇ ଅର୍ବାନ ବ୍ୟାଙ୍କକୁ ଏକ ଚିଠି (ଚିଠି ନଂ. ୧୩୩୨୮) କରିଛନ୍ତି। ଓଡ଼ିଶା ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟିରେ ୮୦ ପ୍ରତିଶତ ଡିଏ ପାଇଁ ବ୍ୟବସ୍ଥା ଥିବା ବେଳେ ୧୩୨ ପ୍ରତିଶତ ଡିଏ କେଉଁ ପରିସ୍ଥିତିରେ କରିବା ଓ ଅନ୍ୟ ଖର୍ଚ୍ଚ କାଗଜପତ୍ର ଦର୍ଶାଇବା ପାଇଁ ଏହି ଚିଠିରେ ଦର୍ଶାଯାଇଛି। ଏ ସମ୍ପର୍କରେ ଅର୍ବାନ ବ୍ୟାଙ୍କ ସିଇଓ ରାଜୀବ ପଣ୍ଡା କହିଛନ୍ତି, ଋଣ ଗ୍ରହୀତାଙ୍କ ତାଲିକାର କାଟେଗୋରି ରହିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଅଛି। ତେବେ ବ୍ୟାଙ୍କକୁ ମିଳିଥିବା ସିଷ୍ଟମରେ ଉଚ୍ଚ, ମଧ୍ୟମ ଓ ନିମ୍ନ ଋ଼ଣ ଗ୍ରହୀତାଙ୍କ ତାଲିକା ରହିବାର ବ୍ୟବସ୍ଥା ନାହିଁ। ଋଣ ଗ୍ରହୀତାଙ୍କ କାଟେଗୋରି ତାଲିକା ହାତଲେଖା ବ୍ୟବହାର ହେଉ ନ ଥିବାରୁ ଏପରି ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri