ଗାଇଡ୍‌ଲାଇନ ଉଲ୍ଲଂଘନ, ଲକ୍ଷେ ଟଙ୍କା ଫାଇନ

କେନ୍ଦ୍ରାପଡ଼ା ଅଫିସ,୨ା୯: କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏନ୍‌ପିଏ (ନନ୍‌ ଫର୍ମିଂ ଆସେଟ୍‌ସ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଅଛି। ଏହି ସମୟରେ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ୧ ଲକ୍ଷ ଟଙ୍କା ଆର୍‌ବିଆଇ (ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ପକ୍ଷରୁ ଫାଇନ ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଗତ ଜୁନ୍‌ ୩୦ରେ ବ୍ୟାଙ୍କ ପକ୍ଷରୁ ଡିଏ (ଡିୟରନେସ୍‌ ଆଲାଉନ୍‌ସ) ବୃଦ୍ଧି ପ୍ରସ୍ତାବ (ଚିଠି ନଂ.୨୩୯)କୁ ଡେପୁଟି ରେଜିଷ୍ଟ୍ରାର ଅଗଷ୍ଟ ୨୯ରେ ଏହା ଉପରେ ଆପତ୍ତି ଦର୍ଶାଇଛନ୍ତି। ଗତ ଅଗଷ୍ଟ ୨୯ରେ ଆର୍‌ବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଯାଦବ ଏକ ପ୍ରେସ୍‌ ରିଲିଜ ଜାରି କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୈତିକ ସ୍ଥିତି ତନଖି ହୋଇଥିଲା। ଏଥିରେ ଆର୍‌ବିଆଇର କେତେକ ଗାଇଡଲାଇନ କାର୍ଯ୍ୟକାରୀ ହୋଇନାହିଁ। ଏହି ଅନିୟମିତତା ପାଇଁ ପୂର୍ବରୁ ଫାଇନ କାହିଁକି ହେବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏ ନେଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟର ତର୍ଜମା ପରେ ଲକ୍ଷେ ଟଙ୍କା ଫାଇନ ହୋଇଛି।
ସୂଚନାଯୋଗ୍ୟ, ଏପରି କାରଣ ପାଇଁ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମେତ ଦେଶର ମୋଟ ୮ଟି ବ୍ୟାଙ୍କକୁ ଫାଇନ ହୋଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ଦି ବିଶାଖାପଟନମ୍‌ କୋ ଅପରେଟିଭ ବ୍ୟାଙ୍କ ଉପରେ ୫୫ ଲକ୍ଷ ଟଙ୍କା, ନେଲୋର ଜିଲା ଗାନ୍ଧୀନଗରସ୍ଥ ଦି ନେଲୋର କୋଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କା, କାକିନାଡାସ୍ଥ ଆନ୍ଧ୍ରପ୍ରଦେଶ ଆଣ୍ଡ କାକିନାଡା କୋ ଅପରେଟିଭ ଟାଉନ ବ୍ୟାଙ୍କ ଲିମିଟେଡ ଉପରେ ୧୦ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶ ପ୍ରତାପଗଡସ୍ଥ ନ୍ୟାଶନାଲ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ ୫ ଲକ୍ଷ ଟଙ୍କା, ତାମିଲନାଡୁ ରାଜ୍ୟ ତିରୁଚିରାପଲ୍ଲୀସ୍ଥ କୈଳାସପୁରମ୍‌ର ଭାରତ ହେଭି ଇଲେକ୍ରିକାଲ୍‌ସ ଏମ୍ପଲୟିଜ କୋଅପରେଟିଭ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା, କେରଳ ରାଜ୍ୟ ପଲକ୍କଡ ଜିଲା ଓଟାପାଲାମର ଓଟାପାଲମ କୋଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କା, ତେଲଙ୍ଗାନା ରାଜ୍ୟ ହାଇଦ୍ରାବାଦର ଦି ଦାରୁସାଲାମ କୋ ଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଫାଇନ କରାଯାଇଛି। ସେହିପରି ଅଗଷ୍ଟ ୨୯ରେ ଡେପୁଟି ରେଜିଷ୍ଟ୍ରାର ଡିଏ ବୃଦ୍ଧି ଉପରେ ଆପତ୍ତି ଉଠାଇ ଅର୍ବାନ ବ୍ୟାଙ୍କକୁ ଏକ ଚିଠି (ଚିଠି ନଂ. ୧୩୩୨୮) କରିଛନ୍ତି। ଓଡ଼ିଶା ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟିରେ ୮୦ ପ୍ରତିଶତ ଡିଏ ପାଇଁ ବ୍ୟବସ୍ଥା ଥିବା ବେଳେ ୧୩୨ ପ୍ରତିଶତ ଡିଏ କେଉଁ ପରିସ୍ଥିତିରେ କରିବା ଓ ଅନ୍ୟ ଖର୍ଚ୍ଚ କାଗଜପତ୍ର ଦର୍ଶାଇବା ପାଇଁ ଏହି ଚିଠିରେ ଦର୍ଶାଯାଇଛି। ଏ ସମ୍ପର୍କରେ ଅର୍ବାନ ବ୍ୟାଙ୍କ ସିଇଓ ରାଜୀବ ପଣ୍ଡା କହିଛନ୍ତି, ଋଣ ଗ୍ରହୀତାଙ୍କ ତାଲିକାର କାଟେଗୋରି ରହିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଅଛି। ତେବେ ବ୍ୟାଙ୍କକୁ ମିଳିଥିବା ସିଷ୍ଟମରେ ଉଚ୍ଚ, ମଧ୍ୟମ ଓ ନିମ୍ନ ଋ଼ଣ ଗ୍ରହୀତାଙ୍କ ତାଲିକା ରହିବାର ବ୍ୟବସ୍ଥା ନାହିଁ। ଋଣ ଗ୍ରହୀତାଙ୍କ କାଟେଗୋରି ତାଲିକା ହାତଲେଖା ବ୍ୟବହାର ହେଉ ନ ଥିବାରୁ ଏପରି ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri