Posted inଖେଳ

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ଭିନୁ ମଙ୍କଡ଼

ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍‌ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ ଲେଖାଏ ଖେଳାଳିଙ୍କୁ ତାଲିକାଭୁକ୍ତ କରାଯାଇଛି। ଜୁନ୍‌ ୧୮ରେ ସାଉଥାମ୍ପଟନଠାରେ ଭାରତ ବନାମ ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ଆଇସିସି ଏହି ଘୋଷଣା କରିଛି। ଟେଷ୍ଟ କ୍ରିକେଟ ଇତିହାସରେ ଖେଳ ପ୍ରତି ଏହି ୧୦ଜଣ କିମ୍ବଦନ୍ତୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେମାନଙ୍କୁ ସାମିଲ କରାଯିବା ଦ୍ୱାରା ହଲ୍‌ ଅଫ୍‌ ଫେମ୍‌ ତାଲିକାର ସଦସ୍ୟ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ତାଲିକାଭୁକ୍ତ କିମ୍ବଦନ୍ତୀମାନେ ହେଲେ ପ୍ରାରମ୍ଭିକ ଯୁଗ (୧୯୧୮ ପୂର୍ବରୁ) ପାଇଁ ଦକ୍ଷିଣ ଆଫ୍ରିକାର ଅବ୍ରେ ଫକ୍‌ନର ଓ ଅଷ୍ଟ୍ରେଲିଆର ମଣ୍ଟି ନୋବଲ, ଆନ୍ତଃ ଯୁଦ୍ଧ ଯୁଗ (୧୯୧୮ରୁ୧୯୪୫) ପାଇଁ ଓ୍ବେଷ୍ଟଇଣ୍ଡିଜର ସାର୍‌ ଲିଏରି କନଷ୍ଟାଣ୍ଟିନ୍‌ ଓ ଅଷ୍ଟ୍ରେଲିଆର ଷ୍ଟାନ ମ୍ୟାକ୍‌କେବ୍‌, ଯୁଦ୍ଧର ପରବର୍ତ୍ତୀ ଯୁଗ (୧୯୪୬ରୁ ୧୯୭୦) ପାଇଁ ଇଂଲଣ୍ଡର ଟେଡ୍‌ ଡେକ୍ସଟର ଓ ଭାରତର ଭିନୁ ମଙ୍କଡ, ଅନ୍ତର୍ଜାତୀୟ ଦିନିକିଆ ଯୁଗ (୧୯୭୧ରୁ ୧୯୯୫) ପାଇଁ ଓ୍ବେଷ୍ଟଇଣ୍ଡିଜର ଦେସ୍‌ମଣ୍ଡ ହେନ୍ସ ଓ ଇଂଲଣ୍ଡର ବବ୍‌ ଓ୍ବିଲ୍ସ ଏବଂ ଆଧୁନିକ ଯୁଗ (୧୯୯୬ରୁ ୨୦୧୬)ପାଇଁ ଜିମ୍ବାଓ୍ବେର ଆଣ୍ଡି ଫ୍ଲାଓ୍ବାର ଓ ଶ୍ରୀଲଙ୍କାର କୁମାର ସଙ୍ଗକାରା। ମଙ୍କଡ଼ଙ୍କୁ ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚନା କରାଯାଇଥାଏ। ସେ ୪୪ ଟେଷ୍ଟ ମ୍ୟାଚ ଖେଳି ୩୧.୪୭ ଆଭରେଜରେ ୨,୧୦୯ ରନ ସଂଗ୍ରହ କରିଛନ୍ତି। ସେ ୩୨.୩୨ ଆଭରେଜରେ ୧୬୨ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଓ ବାମହାତୀ ଧିମା ରକ୍ଷଣଶୀଳ ବୋଲର ଥିଲେ। ସେ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଲଡର୍‌ସଠାରେ ହାସଲ କରିଥିଲେ। ସେ ୭୨ ଓ ୧୮୪ ରନ କରିବା ସହ ମ୍ୟାଚରେ ୯୭ ଓଭର ବୋଲିଂ କରିଥିଲେ। ସେ ହେଉଛନ୍ତି ବିଶ୍ୱର ତୃତୀୟ କ୍ରିକେଟର ଯିଏକି ଟେଷ୍ଟ କ୍ରିକେଟରେ ପ୍ରତ୍ୟେକ ପୋଜିଶନରେ ବ୍ୟାଟିଂ କରିଛନ୍ତି। ସେ ଆହୁରି ମଧ୍ୟ ଅନ୍ୟ ଜଣେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ କୋଚିଂ ଦେଇଛନ୍ତି। ଗାଭାସ୍କର ପୂର୍ବରୁ ହଲ୍‌ ଅଫ୍‌ ଫେମ୍‌ର ସଦସ୍ୟ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri