Odisha Elections 2024
Posted inଖେଳ

ଭିନିସିୟସ୍‌ ଜୁନିୟରଙ୍କୁ ଜାତିଆଣ ଆକ୍ଷେପ

ମାଡ୍ରିଡ୍‌,୨୩ା୫(ପି.ଟି.): ସ୍ପାନିସ୍‌ ଲିଗ୍‌ ଫୁଟବଲରେ ବ୍ରାଜିଲର ଭିନିସିଅସ୍‌ ଜୁନିଅରଙ୍କୁ ଜାତିଆଣ ଆକ୍ଷେପର ଶିକାଶ ହେବାକୁ ପଡିଛି। ଭାଲେନ୍ସିଆ ବିପକ୍ଷରେ ରିୟଲ ମାଡ୍ରିଡ୍‌ର ୧-୦ ପରାଜୟରେ ଏମିତି ଘଟଣା ଘଟିଥିଲା। ମେଷ୍ଟାଲ୍ଲା ଷ୍ଟାଡିୟମରେ ଏଭଳି ଘଟଣା ଘଟିଥିବା ବେଳେ ଖେଳକୁ କିଛି ମିନିଟ୍‌ ପାଇଁ ବନ୍ଦ ରଖାଯାଇଥିଲା। ସ୍ପାନିଶ୍‌ ଲିଗ୍‌ରେ ଏଭଳି ଘଟଣା ପ୍ରଥମ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଓ ଟୁଇଟରରେ ସେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏକଦା ସ୍ପାନିଶ ଲିଗ୍‌ ରୋନାଲ୍ଡିନୋ, ରୋନାଲ୍ଡୋ, କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ଲିଗ୍‌ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲା ତାହା ବର୍ତ୍ତମାନ ଜାତିଆଣ ବାଦୀଙ୍କ ଲିଗ୍‌ ପାଲଟିଛି ବୋଲି ସେ ଅଭିଯୋଗ କରିଥିଲେ। ୨ ବର୍ଷୀୟ ଭିନିସିଅସ୍‌ ୫ ବର୍ଷ ତଳେ ସ୍ପାନିଶ ଲିଗ୍‌ ଖେଳିବା ପାଇଁ ସ୍ପେନକୁ ସ୍ଥାନାନ୍ତରିତ ହୋଇଥିଲେ। ଦର୍ଶକ ମାନେ ଭିନିସିଅସଙ୍କୁ ମାଙ୍କଡ ବୋଲି ସମ୍ବୋଧନ କରିଥିବା ବେଳେ ଏହାକୁ ନେଇ ରିୟଲ ମାଡ୍ରିଡ୍‌ କୋଚ୍‌ କାର୍ଲୋ ଆନ୍ସେଲୋଟ୍ଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ କୋଚ୍‌ ଭିନିସିଅସଙ୍କୁ ପଡିଆରୁ ବାହାରକୁ ନେଇଥିଲେ। ପଡିଆରୁ ବାହାରକୁ ଯିବା ସମୟରେ ଭିନିସିଅସ୍‌ ଭାଲେନ୍ସିଆ ଦର୍ଶକଙ୍କ ଆଡକୁ ମଝି ଆଙ୍ଗୁଳି ଦେଖାଇଥିଲେ, ଯାହାକୁ ଅନେକ ଖେଳାଳି ବିରୋଧ କରିଛନ୍ତି। ଭିନିସିଅସ ଭାଲେନ୍ସିଆ ସମର୍ଥକଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ଭାଲେନ୍ସିଆ କୋଚ୍‌। ତେବେ ଏହି ମାମଲାରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାଇକୋ ଲୁଲା ଡି ସିଲ୍‌ଭା ଓ ଫିଫା ବିଶ୍ୱକପର ଗୋଲ୍ଡେନ୍‌ ବୁଟ୍‌ ବିଜେତା ତଥା ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେ ଭିନିସିଅସଙ୍କୁ ସମର୍ଥନ କରିଛନ୍ତି। ଏମ୍‌ବାପେ ଏକ ଚିଠି ଲେଖିବା ସହିତ ଏହି ଲଢେଇରେ ତୁମେ ଏକୁଟିଆ ନାହଁ ଆମେ ତୁମ ସହିତ ଅଛୁ ବୋଲି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri