ଡ୍ୟାମ ଠେଲା ପାଣିକୁ ନେଇ ଚିନ୍ତାରେ ଗ୍ରାମବାସୀ: ଆନ୍ଦୋଳନକୁ ଓହ୍ଲାଇଲେ

ବଲାଙ୍ଗୀର,୨୯।୯( ସୁନିଲ ମହାନ୍ତି): ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମ୍‌ରେ ଜଳସ୍ତର ବଢ଼ିବାରେ ଲାଗିଛି। ଏପରିକି ଶନିବାର ସକାଳୁ ଡ୍ୟାମ୍‌ର ଠେଲାପାଣି କୁମିଆପାଲି ଗାଁ ପାଖକୁ ଚାଲି ଆସିଥିବାରୁ ଗାଁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି I ତେବେ ଗତ କିଛିଦିନ ହେଲା ଲଗାଣ ବର୍ଷା ହେବାରୁ ସୁକ୍‌ତେଲ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମ୍‌ର ଠେଲା ପାଣି ଏବେ କୁମିଆପାଲି ଗାଁ ନିକଟକୁ ଚାଲିଆସିଛି ।

କୁମିଆଁପାଲିର ସୁକ୍‌ତେଲ ନଦୀ ଖଣ୍ଡିରେ ଥିବା ଧବଳେଶ୍ବର ଶିବମନ୍ଦିରକୁ ଡ୍ୟାମ ଠେଲା ପାଣି ମନ୍ଦିର ଚାରିପଟରେ ଘେରି ହୋଇରହିଛି। ଫଳରେ ଲୋକଙ୍କ ମନ୍ଦିରକୁ ଯିବା ଆସିବା ବନ୍ଦ ହୋଇଯାଇଛି। ନଦୀ ଖଣ୍ଡିଠାରୁ ଗାଁ ପାଖକୁ ଲାଗିଥିବା ଧାନକ୍ଷେତ ଉପରେ ଡ୍ୟାମ୍‌ର ଠେଲା ପାଣି ଭର୍ତ୍ତି ହୋଇ ରହିଛି। ଧାନ ଚାଷ କରିଥିବା ଚାଷ ଜମି ଏବେ ପୁରା ନଷ୍ଟ ହୋଇଯାଇଛି। କୁମିଆଁ ପାଲି ଗାଁର କେତେକଙ୍କ ଘର ଭିତରକୁ ପାଣି ପଶିଆସିଛି l ସେମାନଙ୍କର ଘରେ ଥିବା ଖାଦ୍ୟ ସାମଗ୍ରୀ ପାଣିରେ ଭାସିଯାଇଛି l ରନ୍ଧା ବଢ଼ା ବନ୍ଦ କରିଦେଇଛନ୍ତି। ରାତି ସାରା ନ ଶୋଇ ବଢୁଥିବା ଡ଼୍ୟାମ ପାଣିକୁ ଅନାଇ ବସିଛନ୍ତି l ଏପରି ପରିସ୍ଥିତିରେ ଗାଁ ଲୋକଙ୍କ ବିଭିନ୍ନ ଦାବୀକୁ ସରକାର ପୂରଣ ନ କରି ଡ଼୍ୟାମ ପାଣି ବାନ୍ଧି ଛାଡ଼ୁ ଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି l
ରବିବାର ଅସନ୍ତୋଷ ପ୍ରକାଶ କରି କୁମିଆପାଲିର ଗ୍ରାମବାସୀ ପାଣି ଭିତରେ ପଶି ଜଳ ସତ୍ୟାଗ୍ରହ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଜିଲା ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି, ତାଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କୁମିଆ ପାଲିରେ ରହିଯାଇଥିବା ୭୦ ପରିବାରରୁ ଉଦ୍ଧର୍‌ବ ଗ୍ରାମବାସି ମରିଯିବେ ପଛେ ଗାଁ ଛାଡ଼ିବେ ନାହିଁ l ଦରକାର ପଡ଼ିଲେ ପାଣିରେ ବୁଡ଼ି ମରିଯିବେ ହେଲେ ଗାଁ ଛାଡ଼ିବେ ନାହିଁ ବୋଲି ଲୋକେ କହିଛନ୍ତି I କୁମିଆପାଲି ଗାଁର ୭୦ ରୁ ଉର୍ଦ୍ଧ ଆଦିବାସୀ ପରିବାରଙ୍କ ବିଭିନ୍ନ ଦାବି ପୂରଣ ହୋଇ ନ ଥିବାରୁ ସେମାନେ ଗାଁରୁ ବିସ୍ଥାପିତ ଏପର୍ଯ୍ୟନ୍ତ ହୋଇନାହାନ୍ତି। ସେମାନଙ୍କର ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଗାଁ ଛାଡିବେ ନାହିଁ ପ୍ରଶାସନକୁ ଜଣାଇଛନ୍ତି l ବିଭିନ୍ନ ସମୟରେ କୁମିଆ ପାଲି ଗ୍ରାମର ପ୍ରତିନିଧି ଦଳ, ଜିଲା ପ୍ରଶାସନ ଓ ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିସାରିଥିଲେ ମଧ୍ୟ ସମାଧାନ ବାଟ ଆଜି ପର୍ଯ୍ୟନ୍ତ ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri