ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ ଚୋରି ହୋଇଯାଇଛି। କିନ୍ତୁ ଆଜିକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ କୁ. କଣ୍ଟାପାଲି ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ସମ୍ମୁଖୀନ ହେଉଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ ବୁଧବାର ରାତିରେ ଗାଁମୁଣ୍ଡରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଖୋଲି ସେଥିରେ ଥିବା ମୂଲ୍ୟବାନ ଧାତୁକୁ ଚୋରମାନେ ନେଇ ଯାଇଥିଲେ। ସକାଳୁ ଗ୍ରାମବାସୀ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଦେଖି ବଡମାଳ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ।

ବଡ଼ମାଳ ପୋଲିସ ଏହି ମାମଲା ସ୍ଥାନୀୟ ସରପଞ୍ଚ କରିବେ ବୋଲି କହିଥିଲେ। ଏହାପରେ ଗ୍ରାମବାସୀ ହିର୍ମା ସରପଞ୍ଚଙ୍କ ପାଖକୁ ଯିବାରୁ ସେ ଏହି ମାମଲା ବିଦ୍ୟୁତ୍‌ ବିଭାଗ କରିବ ବୋଲି କହିଥିଲେ। ଏପରି ପ୍ରଚଣ୍ଡ ଖରା ସାଙ୍ଗକୁ ଗରମରେ ଗ୍ରାମବାସୀ ଉତ୍କଟ ଜଳ ସଙ୍କଟର ସମ୍ମୁଖୀନ ହୋଇ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା କୁ. କଣ୍ଟାପାଲିର ଗ୍ରାମବାସୀ କହିଛନ୍ତି।

ଝାରସୁଗୁଡାରେ ବର୍ତ୍ତମାନ ଗରମରେ ପ୍ରଶାସନ ଲୋକଙ୍କୁ ପିଇବା ପାଣି ପରି ଏକ ସମ୍ବେଦନଶୀଳ ଘଟଣାରେ ଏତେ ବିଳମ୍ବ କରିବା ଲୋକଙ୍କ ମନକୁ ଢେର କଷ୍ଟ ଦେବା ସହିତ ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିବାକୁ ଲାଗୁଛି।

ଏ ନେଇ ସରବାହାଲ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଭଗବାନ ସାହୁଙ୍କୁ ପଚାରିଯବାରୁ ସେ କହିଥିଲେ ଯେ ବଡ଼ମାଳ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ବଡ଼ମାଳ ଥାନାରେ ଟ୍ରାନ୍ସଫର୍ମର ଚୋରି ନେଇ ଅଭିଯୋଗ କରିିଛନ୍ତି। ଆମେ ଏହାର ତୁରନ୍ତ ସମାଧାନ କରି କୁ. କଣ୍ଟାପାଲି ଗ୍ରାମବାସୀଙ୍କୁ ପିଇବା ପାଣି ପହଞ୍ଚାଇବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।

କୁ. କଣ୍ଟାପାଲି ଗ୍ରାମର ମନ ପଧାନ, ଶରତ ସା, ଅବଧୁତ ପଧାନ, ସଭ୍ୟ ପଟେଲ ପ୍ରମୁଖ ପିଇବା ପାଣି ଯୋଗାଣର ତୁରନ୍ତ ବ୍ୟବସ୍ଥା ନ କଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri