ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

ଯୋଡ଼ା,୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ପଳସା ପଞ୍ଚାୟତ ଗୟଳମରା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ବହୁବାର ଗ୍ରାମବାସୀ ଅଭିଯୋଗ କଲେ ବି ସ୍ଥାୟୀ ସମାଧାନ ହେଉନାହିଁ। ପାନୀୟ ଜଳ ଯୋଗାଣ ଦାବିରେ ଅଞ୍ଚଳବାସୀ ଗୁରୁବାର ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣା ଦେଇଥିଲେ। ଥିବା ଜଣାପଡ଼ିଛି।

ଅଭିଯୋଗ ମୁତାବକ, ସାହିରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସାହିରେ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେଉଥିବାରୁ ଅତିଷ୍ଠ ହୋଇ ମହିଳା, ପୁରୁଷ ତାଙ୍କ ଘର ଆଗରେ ଧାରଣାରେ ବସିଥିବା ଗୟଳ ସାହିର ମହିଳା ହେମଲତା ମହାକୁଡ଼, ଉଷାରାଣୀ ମହାକୁଡ଼, ଝିଙ୍ଗୀ ମୁଣ୍ଡା, ରାମ ମୁଣ୍ଡା ଓ ବସନ୍ତ ମହାକୁଡ ପ୍ରମୁଖ କହିଥିଲେ।

ସ୍ଥାନୀୟ ସରପଞ୍ଚ ଉକ୍ତ ସାହିର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆଦୌ ଦୃଷ୍ଟି ଦେଉନାହାନ୍ତି। ବେଳେ ବେଳେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଉଛନ୍ତି। ଏଥିସହ ବେଲଦାଠାରେ ଥିବା ମେଗା ପ୍ରୋଜେକ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ସେଠାରୁ କିଛି ଗ୍ରାମକୁ ଜଳ ଯୋଗାଣ ହେଉଛି।

ନିକଟରେ ଥିବା ସୋଲାର ୱାଟର ପମ୍ପର ଜଳ ପାନୀୟ ଉପଯୋଗୀ ହେଉନାହିଁ। ଜଳରେ ଖାଦ୍ୟ ରନ୍ଧା ହେଲେ ତାହା ନାଲି ରଙ୍ଗ ହୋଇଯାଉଛି। ଲୋକେ ବାଧ୍ୟ ହୋଇ ଦେଢ଼ କି.ମି. ଦୂର ନଳ କୂଅରୁ ପାଣି ଆଣି ରୋଷେଇ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ଯୋଗେ ସାହିକୁ ଜଳ ଯୋଗାଣ କରାଯାଉଥିଲା। ତାହା ମଧ୍ୟ ୪ ଦିନ ହେଲା ବନ୍ଦ ହୋଇଯାଇଥିବା ଲୋକେ ପ୍ରକାଶ କରିଛନ୍ତି।

ସରପଞ୍ଚ ଅରୁଣ କୁମାର ନାଏକ କହିଛନ୍ତି, ବେଲଦାଠାରେ ଥିବା ମେଗା ପ୍ରୋଜେକ୍ଟରୁ ପାନୀୟ ଜଳ ଯୋଗାଣ ହେଉଛି। ଉକ୍ତ ପ୍ରୋଜେକ୍ଟର ଜଳ ଯୋଗାଣ ବର୍ତ୍ତମାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଯଦିଓ ସପ୍ଲାଏ ହେଉଛି, ସ୍ଥାନେ ସ୍ଥାନେ ପାଇପ୍‌ରୁ ପାଣି ଲିକେଜ ହେଉଛି। ଅନ୍ୟପକ୍ଷରେ ବାମେବାରି-କାଳୀମାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଉକ୍ତ ପାଇପ୍‌ ଲାଇନ୍‌କୁ ଉଠାଇ ପୁର୍ନବାର ଲଗାଯିବ। ଏହା ସହିତ ଉକ୍ତ ସାହିରେ ସୋଲାର ପମ୍ପ ଦ୍ୱାରା ପାନୀୟ ଜଳ ଯୋଗାଣ ହେଉଛି। ମାତ୍ର ଉକ୍ତ ପାଣି ରୋଷେଇ ଉପଯୋଗୀ ନୁହେଁ।

ଏପରି ସ୍ଥିତିରେ ସ୍ଥାନୀୟ ଓଏମ୍‌ସିରେ କାର୍ଯ୍ୟ କରୁଥିବା ଠିକାସଂସ୍ଥା ପକ୍ଷରୁ ଉକ୍ତ ସାହିକୁ ଯୋଗାଣ କରାଯାଉଥିଲା। ଟ୍ୟାଙ୍କର ୪ ଦିନ ହେବ ଖରାପ ହେବାରୁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ହୋଇଛି। ଠିକାସଂସ୍ଥା ସହିତ ଯୋଗାଯୋଗ କରି ପାନୀୟ ଜଳ ଯୋଗାଣ କରାଯାଇଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri