ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର ପ୍ରସାଦ ଡିଆରେ ସ୍ଥାୟୀ ସେତୁ ନିର୍ମାଣ, କୁମ୍ଭୀର ଉପଦ୍ରବରୁ ଜନଜୀବନର ସୁରକ୍ଷା ଏବଂ ପ୍ରାୟ ୫୦୦ ଏକର ଚାଷଜମିର ସୁରକ୍ଷା ଦାବିରେ ସୋମବାର ଗ୍ରାମବାସୀମାନେ ଆମରଣ ଅନଶନରେ ବସିଛନ୍ତି।

ଗାଁର ପ୍ରାୟ ୧୭୦ ପରିବାରର ଆବାଳବୃଦ୍ଧବନିତା ହାତରେ ପ୍ଲାକାର୍ଡ ଧରି ଏବଂ ‘ଶୁଣ ସରକାର, ଆମକୁ ବଞ୍ଚାଇଦିଅ’ ସ୍ଲୋଗାନ ଦେଇ ରାଜକନିକା ସଦରସ୍ଥିତ କନିକା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମବାସୀଙ୍କ ଏକମାତ୍ର ଦାବି ଖରସ୍ରୋତା ନଦୀ ଉପରେ ସ୍ଥାୟୀ ସେତୁ ନିର୍ମାଣ କରାଯାଉ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବନ୍ୟା ସମୟରେ ନଦୀରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା। ଏହା ପୂର୍ବରୁ ମଧ୍ୟ କୁମ୍ଭୀର ଆକ୍ରମଣରେ ଜୀବନହାନି ଘଟିଛି। ଗାଁରୁ ବାହାରକୁ ଯିବା ପାଇଁ ଡଙ୍ଗା କିମ୍ବା ଡୁଙ୍ଗି ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ପ୍ରତିଦିନ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି।

ହସ୍ପିଟାଲ, ବଜାର, ହାଟ, ପିଲାମାନଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ରାଜକନିକା ସଦରକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡ଼ୁଛି। ନଦୀରେ କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ପ୍ରତିଦିନ ଭୟ ଓ ଆଶଙ୍କା ମଧ୍ୟରେ ଜୀବନଯାପନ କରୁଥିବା କହିଛନ୍ତି।

ଗ୍ରାମବାସୀଙ୍କ ଆହୁରି ଅଭିଯୋଗ ଯେ, ସରକାର ବଦଳୁଛି, ନେତା ବଦଳୁଛନ୍ତି, କିନ୍ତୁ ଗାଁର ସମସ୍ୟା ବଦଳୁନାହିଁ। ର୍ନିବାଚନ ସମୟରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ନିର୍ବାଚନ ପରେ ସେତୁ ନିର୍ମାଣ ଦାବି ଅବହେଳିତ ହୋଇଆସୁଛି। ଫଳରେ ଖରସ୍ରୋତା ନଦୀ ଉପରେ ସେତୁ ଦେଇ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି।

ଅନ୍ୟପଟେ ଗାଁର ଚତୁଃପାର୍ଶ୍ୱରେ ନଦୀ ଘେରି ରହିଥିବା ବେଳେ ପ୍ରାୟ ୫୦୦ ଏକର ଚାଷଜମି ନଦୀର ଅତଡ଼ା ଖାଇ ଧୀରେ ଧୀରେ ନଦୀଗର୍ଭକୁ ଲୀନ ହେବାକୁ ବସିଛି। ଏନେଇ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରି କରି ଥକିପଡ଼ିବା ପରେ ଗ୍ରାମବାସୀ ଶେଷରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

‘ସେତୁ ନିର୍ମାଣ କର, ଆମକୁ କୁମ୍ଭୀର କବଳରୁ ମୁକ୍ତ କର’ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସେତୁ ନଥିବାରୁ ଗାଁକୁ ଝିଅବାହା ଦେବାକୁ ମଧ୍ୟ ଲୋକେ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ତତ୍କାଳୀନ ବିଧାୟକଙ୍କ ପକ୍ଷରୁ ସେତୁ ନିର୍ମାଣ ପାଇଁ ସର୍ଭେ କରାଯାଇଥିଲେ ମଧ୍ୟ ତାହା ଏଯାବତ୍ ନାଲିଫିତା ତଳେ ଚାପି ହୋଇ ରହିଛି। ସେହିପରି ୨୦୨୪-୨୫ ମସିହାରେ ପ୍ରପୋଜାଲ ଆପ୍ରୁଭାଲ ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସରକାରୀସ୍ତରରେ ତତ୍ପରତା ପ୍ରକାଶ ନପାଇବାରୁ ସେତୁ ନିର୍ମାଣ ଅନିଶ୍ଚିତତାରେ ରହିଛି ବୋଲି ଗ୍ରାମବାସୀ କହିଛନ୍ତି।

‘ମୁଖ୍ୟମନ୍ତ୍ରୀ ଆମ ଗୁହାରି ଶୁଣି ସେତୁ ନିର୍ମାଣର ବ୍ୟବସ୍ଥା କଲେ ଆମ ଗାଁର ଲୋକଙ୍କ ଜୀବନ ବଞ୍ଚିବ’ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

ତେବେ ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି କେନ୍ଦ୍ରାପଡ଼ା ଉପଜିଲାପାଳ ଅରୁଣ କୁମାର ନାୟକ ଅନଶନସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ କନିକା ତହସିଲଦାର ଭାନୁମତି ମାଝୀ ଓ ଅତିରିକ୍ତ ତହସିଲଦାର ଅଙ୍କିତା କାଣ୍ଡି ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଅନଶନସ୍ଥଳରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ପହଞ୍ଚିବା ସହ ଘଟଣାକୁ ନେଇ ରାଜନୈତିକ ତତ୍ପରତା ଆରମ୍ଭ ହୋଇଥିବା ଦେଖାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?