ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ

ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ଲାଗି ଆନ୍ତରିକ ଉଦ୍ୟମ ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲାରେ ଏପରି ଗ୍ରାମ ରହିଛି, ଯେଉଁଠି ରାସ୍ତାଘାଟ, ପାନୀୟଜଳ, ସ୍ବାସ୍ଥ୍ୟସେବା, ଅଙ୍ଗନଓ୍ବାଡି ଶିକ୍ଷା, ବିଦ୍ୟାଳୟ କିଛି ନାହିଁ। ସେପରି ଏକ ଗ୍ରାମ ହେଉଛି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲି ପଞ୍ଚାୟତର କେରଙ୍ଗଜବା।
କେରଙ୍ଗଜବା ରାଜସ୍ବ ଗ୍ରାମରେ ରହିଛି ଦୁଇଟି ପଡ଼ାସାହି ଅଲେଖଗୁଡା ଓ ଦୁଟିବାଡ଼ି। ମୋଟ ୩୫ ପରିବାର ବସବାସ କରନ୍ତି ଏହି ୨ ସାହିରେ। ଲୋକସଂଖ୍ୟା ୩ଶହ। ପିଡିଏସ ଚାଉଳ ହେଉ କିମ୍ବା ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ କିମ୍ବା ଭତ୍ତା ପାଇଁ ବଣ ପାହାଡ଼ର ପଥୁରିଆ ରାସ୍ତାରେ ନଦୀ ନାଳ ପାର ହୋଇ ୧୫ କି.ମି. ଚାଲିଚାଲି କର୍ତ୍ତନପାଲ୍ଲୀ ପଞ୍ଚାୟତକୁ ଗଲେ ମିଳିଥାଏ ଭତ୍ତା ଓ ପିଡିଏସ ଚାଉଳ। ଅନେକ ବର୍ଷ ତଳେ ଗ୍ରାମରେ ଗୋଟିଏ ମାତ୍ର କୂଅ ନିର୍ମାଣ ହୋଇଥିଲା। ଗୋଟିଏ ନଳକୂପ ମଧ୍ୟ ଖନନ କରାଯାଇଥିଲା। କୂଅରୁ ବର୍ଷା ଦିନେ ପାଣି ମିଳେ, କିନ୍ତୁ ଖରା ଦିନ ଆସିଲେ କୁଅଟି ଶୁଖିଯାଏ। ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଏହା ଏଯାଏ ମରାମତି ହୋଇନାହିଁ। ଫଳରେ ଗ୍ରାମବାସୀ ଆଖପାଖରେ ଥିବା ଝରଣାରୁ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ସ୍ବାସ୍ଥ୍ୟ ସେବା କହିଲେ ମାସକୁ ଥରେ ସ୍ବାସ୍ଥ୍ୟକର୍ମୀମାନେ ଗ୍ରାମକୁ ଆସିଥାନ୍ତି। କାହାର ଦେହ ଖରାପ ଥିଲେ କିଛି ଔଷଧ ଦେଇ ଚାଲିଯାନ୍ତି। ପୁଣି ସେମାନେ ଆସିବା ସମୟ ମଧ୍ୟରେ ଯଦି କାହାର ଦେହ ଖରାପ ହୁଏ ତେବେ ଦିଶାରୀ ଅବା ଗୁଣିଗାରେଡି ହିଁ ଭରସା। ଗ୍ରାମକୁ ରାସ୍ତା ନ ଥିବାରୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ଆସିପାରେନାହିଁ। ରୋଗୀଙ୍କୁ ମେଡିକାଲ ନେବା କଷ୍ଟକର ହୋଇଥାଏ ବୋଲି କହନ୍ତି ଗ୍ରାମର ଗଙ୍ଗା ମାଢି, ମୁଡ କାଟାମି, ଆଡମା ମାଢି, ଅର୍ଜୁନ ପାଙ୍ଗି, ମାନ ଭୂମିଆ, ପାଣ୍ଡେ ମାଢି, ସୀତା ମାଢି ଓ ପାଇକେ ମାଡକାମୀ।
ଏପରି ଦୃଶ୍ୟ ଖାଲି କେରଙ୍ଗଜବା ନୁହେଁ ମାଥିଲି ବ୍ଲକ ଅଞ୍ଚଳରେ ଏପରି ଅନେକ ଗ୍ରାମ ଅଛି ଯେଉଁଠି ସରକାରୀ ଯୋଜନା ସ୍ବପ୍ନ ପାଲଟଛି। ସରକାରଙ୍କ ପକ୍ଷରୁ ୨୦୧୦ରେ ଗ୍ରାମରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ବିଦ୍ୟାଳୟରେ ୨୪ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ଜଣେ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଯଦି ସମ୍ପୃକ୍ତ ଶିକ୍ଷକ ଜଣକ ସରକାରୀ କାର୍ଯ୍ୟରେ ବ୍ଲକ କିମ୍ବା ଜିଲା କାର୍ଯ୍ୟାଳୟକୁ ଯାଆନ୍ତି ତେବେ ବିଦ୍ୟାଳୟ ବନ୍ଦ ରହେ। ଶିଶୁଙ୍କ ପ୍ରାକ୍‌ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପାଇଁ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଫଳରେ ଶିଶୁ,ଗର୍ଭବତୀ ମହିଳା ଓ ପ୍ରସୂତିମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚତ୍ତ ହେଉଛନ୍ତି। ନିକଟସ୍ଥ କୋପ୍ରା ଗ୍ରାମରେ ଗୋଟିଏ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିଲେ ମଧ୍ୟ ନଦୀନାଳ ପାର ହୋଇ ସେଠାକୁ ଯିବା ସମ୍ଭବ ହେଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବ୍ଲକ ଓ ଜିଲା ପ୍ରଶାସନ ଗ୍ରାମର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri