ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା ଫଳରେ ପୁରା ଥାନା ରଣକ୍ଷେତ୍ର ପାଲଟିଛି ।
ମିଳିଥିବା ସୁଚନା ମୁତାବକ, କରଞ୍ଜକଟା ଗ୍ରାମରେ ଥିବା ପଶ ୁଡାକ୍ତରଖାନାରେ ଥିବା ଏକ ଗଛକୁ  ଅଫିସ କର୍ମଚାରି କାଟିବା ଯୋଗୁ କିଛି ସମୟ ଧରି ବିଦ୍ୟୁତ ସରାବରାହ ବନ୍ଦ ରହିଥିଲା । ଦୀର୍ଘ ସମୟ  ବିଦ୍ୟୁତ ବନ୍ଦ ଫଳରେ ଗ୍ରାମର କେହି ଜଣେ କୁଆଡେ  ଅଫିସ କର୍ମଚାରୀଙ୍କ ଗାଳି ମନ୍ଦ କରିଥିଲା । ଗାଳିମନ୍ଦ କରିବା ଯୋଗୁ ଅଫିସ କର୍ମଚାରୀ ପୁରୁଣାକଟକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପକ୍ଷରେ ଥାନା ପକ୍ଷରୁ  ଉଭୟଙ୍କ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା। ଏହାକୁ ନେଇ ଗ୍ରାମର କିଛି ଯୁବକକୁ ଥାନାକୁ ଆସି ପଚାରିବାରୁ  କୁଆଡେ ପୋଲିସ ପକ୍ଷରୁ  ସେମାନଙ୍କୁ ପ୍ରଥମେ  ମାଡ ମରାଯାଇଥିବା ଯୁବକ ମାନେ ଅଭିଯୋଗ କରିଛନ୍ତି ।
ଯୁବକମାନେ ମାଡ ଖାଇବା ପରେ ଗ୍ରାମର ଆଉ କିଛି ଯୁବକ ଆସି  କାହଁକି  ମାଡ ମାରିଲ ଓ ଆପଣଙ୍କୁ ମାଡ ମାରିବାକୁ କିଏ ଅଧିକାର ଦେଲା ବୋଲି  କହିଥିଲେ । ଏହାକୁ ନେଇ  ପୋଲିସ ଓ ଗ୍ରାମର ଯୁବକ ମାନଙ୍କ ମଧ୍ୟରେ  ଉଚ୍ଚବାଚ ହେବା ସହ ପିଟାପିଟି ହୋଇଥିଲା । ଫଳରେ ପୁରା ଥାନା ପରିସର ରଣକ୍ଷେତ୍ର ପାଲଟିଥିଲା । ଏହାକୁ ନେଇ ଥାନା ପରିସର ଅଶାନ୍ତ ରହିଥିବା ବେଳେ ପୋଲିସ ମାଡରେ କିଛି ଯୁବକ ମଧ୍ୟ ଆହତ ହୋଇଛନ୍ତି। ଏପଟେ ଘଟଣାସ୍ଥଳରେ ବୌଦ୍ଧ ଏସଡିପିଓ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ପୋଲିସ ପକ୍ଷରୁ ଗ୍ରାମର ଛଅ ଜଣ ଯୁବକକୁ ଅଟକ ରଖିଥିବା ବେଳେ ଅନ୍ୟ ଯୁବକ ମାନଙ୍କୁ ଖୋଜା ଯାଉଥିବା ଜଣାପଡିଛି । ଏନେଇ ପୁରୁଣାକଟକ ଥାନା ଅଧିକାରୀ ଅରୁଣ କୁମାର ସିଂକୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ ।
Dharitri – Odisha’s No.1 Odia Daily

Share