ରାତିସାରା ବାଲିଘାଟ ଜଗିଲେ ଗ୍ରାମବାସୀ

ହାଟଡ଼ିହୀ,୨୫।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲିଘାଟରୁ ବାଲି ଚୋରାଚାଲାଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଶୁକ୍ରବାର ବେଆଇନ ବାଲି ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକେ, ଭାଜପା ନେତା ଯଜ୍ଞ ପ୍ରସାଦ ସାହୁ ଏବଂ ଅନ୍ୟମାନେ ରାତିସାରା ବାଲି ସତ୍ୟାଗ୍ରହ ଆନ୍ଦୋଳନରେ ବସିଥିଲେ। ମାଫିଆଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଠେଙ୍ଗା, ବାଡ଼ି ଧରି ବାଲିଘାଟ ଜଗିଥିଲେ। ରାତିରେ ବାଲି ମାଫିଆମାନେ ଘାଟକୁ ଗାଡ଼ି ନେଇ ଯାଇଥିବା ବେଳେ ଲୋକଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ପହଞ୍ଚତ୍ବା ପରେ ବାଲି ମାଫିଆ ଗାଡି ଧରି ଘଟଣାସ୍ଥଳରୁ ପଳାଇଥିଲେ।
ସୂଚନା ଯୋଗ୍ୟ, କିଛି ଦିନପୂର୍ବେ ବାଲିଘାଟକୁ ଯାଇଥିବା ବେଳେ ହାଟଡ଼ିହୀ ତହସିଲଦାର, ଖଣି ବିଭାଗ କର୍ମଚାରୀଙ୍କୁ ମାଫିଆମାନେ ହତ୍ୟା ଧମକ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସୂଚନା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନି। ଏବେ ବାଲି ଚୋରିକୁ ରୋକିବା ପାଇଁ ବାଲି ସତ୍ୟାଗ୍ରହ ଚାଲିଥିବା ବେଳେ ରାତି ସମୟରେ ବାଲି ମାଫିଆ ସକ୍ରିୟ ହେଉଛନ୍ତି। ତେବେ ଉକ୍ତ ବାଲି ଚୋରାଚାଲାଣ ପ୍ରସଙ୍ଗକୁ ନେଇ ଆସନ୍ତା ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଖଣି ଅଧିକାରୀ ତାରିଣୀ ସିଂ କହିଛନ୍ତି, ବେଆଇନ ବାଲି ଚୋରାଚାଲାଣ ରୋକିବା ନେଇ ଲୋକମାନେ ଧାରଣା ଦେଇଥିଲେ। ପରେ ଉକ୍ତ ବାଲିଘାଟ ରାସ୍ତାରେ ବଡ଼ ଟ୍ରେଞ୍ଚ ଖୋଳାଯାଇଥିଲା। କିନ୍ତୁ ଟ୍ରେଞ୍ଚକୁ ପୋତି ପୁଣି ବାଲି ଚୋରାଚାଲାଣ ହେଉଛି। ଏ ବାବଦରେ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଛି। ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା କହିଛନ୍ତି, ଖଣି ବିଭାଗ ସହ କଥାହୋଇ ପଦକ୍ଷେପ ନିଆଯିବ। ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା କହିଛନ୍ତି, ବାଲିଘାଟରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଆଶା କରି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଜଣାଇଥିଲେ। ପରେ ନନ୍ଦିପଦା ପୋଲିସକୁ ଘଟଣାସ୍ଥଳକୁ ଯିବାକୁ କହିଥିଲେ। ପୋଲିସ ସେଠାକୁ ଯାଇ ପରିସ୍ଥିତି ଉପରେ ନଜର ରଖିଥିଲା। ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ କହିଛନ୍ତି, ବାଲି ମାଫିଆମାନେ ପ୍ରଶାସନ ସହଯୋଗରେ ବାଲି ଚୋରାଚାଲାଣ କରୁଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଜୟଦେବ ଜେନା ସୋସିଆଲ ମିଡିଆରେ ବାଲି ଚୋରାଚାଲାଣକୁ ବିରୋଧୀ କରିଛନ୍ତି। ପ୍ରକାଶଯୋଗ୍ୟ, କିଛି ବର୍ଷ ପୂର୍ବେ ବାଲି ଚାଲାଣକୁ ନେଇ ସମଣା ପୂର୍ବତନ ସରପଞ୍ଚ ବୈଷ୍ଣବ ବିଶ୍ୱାଳଙ୍କୁ ଦିନରେ ହାଣି ହତ୍ୟା କରାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?