ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ

ମାଲକାନଗିର,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗାଁ ଥାଇ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ ପ୍ରଶାସନ ରେକର୍ଡରେ ନ ଥିବାରୁ ଆନ୍ଧ୍ରପ୍ରଦେଶ ଏହି ଗ୍ରାମକୁ କବ୍‌ଜା କରିଥିଲା। ଏହି ଘଟଣା ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀ ତତ୍ପର ହୋଇ ଗାଁରେ ପହଞ୍ଚି ସମସ୍ତ ସୁବିଧା ସୁଯୋଗ ଦେବା ସହ ସେଠାରେ ତୁରନ୍ତ ଏକ ବିଦ୍ୟାଳୟ ପ୍ରତିଷ୍ଠା ସହ ଓଡ଼ିଆ ଶିକ୍ଷା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମକୁ ପ୍ରଶାସନ ନିଜ ରେକର୍ଡରେ ଅନ୍ତର୍ଭୁକ୍ତ କରିଥିଲା।

ସେହିପରି ଏକ ଗ୍ରାମ ମାଲକାନଗିରି ଜିଲା ଗୁଗୁଲ ଆପ୍‌ ମାନଚିତ୍ରରେ ଥିବା ବେଳେ ପ୍ରଶାସନିକ ରେକର୍ଡରେ ନ ଥିବା ଆଶ୍ଚର୍ଯ୍ୟ କରୁଛି। ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗନ୍ଧୀ ନାମକ ଏହି ଗ୍ରାମରେ ୬୦ରୁ ଊର୍ଦ୍ଧ୍ୱ ଜନଜାତିର ଡିଡାଇ ପରିବାର ବସବାସ କରନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ନାକାମାମୁଡି ସଦର ପଞ୍ଚାୟତଠାରୁ ନିଲାପାରି, ପିପିଲିପଦର ଓ କେନ୍ଦୁଗୁଡା ଗ୍ରାମକୁ ଗଲା ପରେ କେନ୍ଦୁଗୁଡା ଛକରୁ ତାରକାଗୁଡା ୧ କି.ମି.ଘାଟି ରାସ୍ତା ପାର ହେଲା ପରେ ଏହି ଗ୍ରାମ ପଡୁଛି।

ତେବେ ଏହି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ହୋଇଛି। ଏହି ଗ୍ରାମକୁ ଯେଉଁ ରାସ୍ତା ନିର୍ମାଣ ଚାଲିଛି ତାହା ଦାମୋଦରବେଡା ଗ୍ରାମ ନାମରେ ଚାଲିଥିବା ବେଳେ ଏହି ଗ୍ରାମର ଜନସାଧାରଣ ଦାମୋଦରବେଡା ଗ୍ରାମ ନାମରେ ବାର୍ଦ୍ଧକ୍ୟ ଭତା ପାଉଛନ୍ତି।

ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କିମ୍ବା ବିଦ୍ୟାଳୟ ନାହିଁ। ଗ୍ରାମର କୌଣସି ଲୋକଙ୍କ ଘରବାରୀ ପଟ୍ଟା, ଜମି ପଟ୍ଟା କିମ୍ବା ଜଙ୍ଗଲ ଜମି ପଟ୍ଟା ନାହିଁ, କିନ୍ତୁ ଗ୍ରାମବାସୀ ଆଜକୁ ପ୍ରାୟ ୭୫ ବର୍ଷ ହେଲା ସେଠାରେ ବସବାସ କରୁଥିବା ମୁଖିଆ ପଲାସୀ ପ୍ରକାଶ କରିଛନ୍ତି।

ଏଥିପାଇଁ ଗ୍ରାମବାସୀ ପୂର୍ବରୁ ଅନେକ ଥର ଜିଲାପାଳ ଓ ଚିତ୍ରକୋଣ୍ଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଦୀର୍ଘ ୭୫ ବର୍ଷ ହେଲା ମାଲକାନଗିରି ଜିଲାରେ ବସବାସ କରୁଥିଲେ ମଧ୍ୟ ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ରେକର୍ଡରେ ତାଙ୍କ ଗ୍ରାମ ନାମ ନ ଚଢିବାରୁ ଗ୍ରାମବାସୀ ବାଧ୍ୟ ହୋଇ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏଣୁ ତୁରନ୍ତ ରାଜସ୍ବ ଗ୍ରାମ ଘୋଷଣା କରାଯିବା ସହ ସମସ୍ତ ପରିବାରଙ୍କୁ ୧ ମାସ ମଧ୍ୟରେ ଘରବାରୀ, ଚାଷ ଜମି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଅଙ୍ଗନଓ୍ବାଡି, ବିଦ୍ୟାଳୟ, ପାନୀୟ ଜଳ ଇତ୍ୟାଦିର ସୁବିଧା କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

ଟେଷ୍ଟ କ୍ରିକେଟ୍‌ର ଇତିହାସ ବଦଳାଇଦେଲେ ଏହି କ୍ରିକେଟର୍‌: ସମସ୍ତଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୧।୯: ଜୋ ରୁଟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଫିଲ୍ଡର ହୋଇପାରିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସେ ଏହି ସଫଳତା ହାସଲ…

ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ…

କନ୍ୟା ରାଶିରେ ବୁଧ-ଚନ୍ଦ୍ରଙ୍କ ଏଣ୍ଟ୍ରି: ଆର୍ଥିକ ସମସ୍ୟାରେ ବୁଡିରହିବେ ୩ ରାଶି, ପାଖରୁ ପଳାଇବ ସବୁ ଧନ!

ଭୁବନେଶ୍ୱର: ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଚନ୍ଦ୍ରମା ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିରେ ପୂର୍ବରୁ ଅବସ୍ଥାନ କରୁଥିବା ବୁଧ ଗ୍ରହଙ୍କ ସହ…

ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଦଳ ଇଷ୍ଟ ଜୋନ ମାଲାମାଲ: ହାରିକି ବି ସାଉଥ ଜୋନ୍‌ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ…

ନୂଆଦିଲ୍ଲୀ , ୧୧।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସ୍‌ରେ ବଡ଼ ଅଗ୍ରଣୀ ଯୋଗୁ ଇଷ୍ଟ ଜୋନ ଚାମ୍ପିଅନ…

ମ୍ୟାଚ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ବୈଭବ, ଶାମିଙ୍କୁ ଦେଲେ ବଡ଼ ଉପହାର: ଦେଖିକି ଭାବପୂର୍ଣ୍ଣ ହୋଇଗଲେ…

ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍‌ର ଖୁସିର ମୁହୂର୍ତ୍ତ। ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri