ଗଞ୍ଜାମରୁ ଷଷ୍ଠ ବାଚସ୍ପତି ବିକ୍ରମ ଆରୁଖ

ବ୍ରହ୍ମପୁର ଅଫିସ,୧୧ା୬: ଗଞ୍ଜାମରୁ ବିକ୍ରମ କେଶରୀ ଆରୁଖ ୬ଷ୍ଠ ବାଚସ୍ପତି। ଅପରପକ୍ଷରେ ଭଞ୍ଜନଗର ବିଧାୟକ ଓଡ଼ିଶା ବିଧାନସଭା ବାଚସ୍ପତି ହେବା ଦ୍ୱିତୀୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଠାରୁ ଏଯାବତ୍‌ ଏହି ଜିଲାରୁ ଜଣେ ମହିଳାଙ୍କ ସମେତ ୩ ଜଣ ହୋଇଛନ୍ତି ଉପବାଚସ୍ପତି। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର କୌଣସି କାରଣରୁ ଗତ ସପ୍ତାହରେ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଶାସକ ବିଜେଡି ପକ୍ଷରୁ ଆରୁଖଙ୍କୁ ସେହି ସାମ୍ବିଧାନିକ ପଦ ନିମନ୍ତେ ପ୍ରାର୍ଥୀ କରାଯାଇଛି। ନିୟମ ପ୍ରକାରେ ସେ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ବିରୋଧୀ ଦଳର ସଂଖ୍ୟା ନ ଥିବାରୁ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛି। ଏକମାତ୍ର ନାମାଙ୍କନ ଦାଖଲ ହୋଇଥିବାରୁ ବିକ୍ରମ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାର ସ୍ପଷ୍ଟ ହୋଇଛି। ତେବେ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା ହେବ ଏବଂ ଦାୟିତ୍ୱ ଗ୍ରହଣ ସହ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ। ଭଞ୍ଜନଗର ବିଧାୟକ ବାଚସ୍ପତି ହେବା ଦ୍ୱିତୀୟ।
ତଥ୍ୟାନୁସାରେ ଭାଷାଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ହୋଇଥିବା ନିର୍ବାଚନରେ ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୁଡ଼ିପଦର ଅଞ୍ଚଳର ରାଜନେତା ଲାଲ ମୋହନ ପଟ୍ଟନାୟକ ବିଧାୟକ ହୋଇଥିଲେ। ୧୯୪୬ରୁ ୫୨ ପର୍ଯ୍ୟନ୍ତ ସେ ବିଧାନସଭା ବାଚସ୍ପତି ହୋଇଥିଲେ। ବର୍ତ୍ତମାନର ଚିକିଟି ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁର କ୍ଷେତ୍ରରେ ଥିଲା। ସେହିପରି ୧୯୬୧ ନିର୍ବାଚନରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ ଗଞ୍ଜାମର ତତ୍କାଳୀନ ପଶ୍ଚିମ କୋଦଳା ଆସନରୁ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ସେ ଏହି ଜିଲାରୁ ଦ୍ୱିତୀୟ ବାଚସ୍ପତି ହୋଇଥିଲେ। ଏହା ପୂର୍ବରୁ ପାଣିଗ୍ରାହୀ ୧୯୫୭ ନିର୍ବାଚନରେ ବ୍ରହ୍ମପୁରରୁ ନିର୍ବାଚିତ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହୋଇ ଶିକ୍ଷା ଓ ସୌରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ। ପରବର୍ତ୍ତୀ ୧୯୮୦ ନିର୍ବାଚନରେ ସୋମନାଥ ରଥ ଭଞ୍ଜନଗରରୁ ବିଧାୟକ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଅମଳରେ ସେ ବିଧାନସଭା ବାଚସ୍ପତି ହୋଇଥିଲେ। ସେ ଗଞ୍ଜାମ ଜିଲାରୁ ବାଚସ୍ପତି ପଦ ପାଇବାରେ ତୃତୀୟ ଥିଲେ।
୧୯୯୫ ନିର୍ବାଚନରେ ଚିକିଟି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଚିନ୍ତାମଣି ଦ୍ୟାନ ସାମନ୍ତରା ବିଧାୟକ ହୋଇଥିଲେ। ସେତେବେଳେ କିଶୋର ଚନ୍ଦ୍ର ପଟେଲ ବାଚସ୍ପତି ଓ ଦ୍ୟାନ ସାମନ୍ତରା ଉପବାଚସ୍ପତି ହୋଇଥିଲେ। ୧୯୯୬ ଲୋକ ସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ବ୍ରହ୍ମପୁର କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ମାତ୍ର ବର୍ଷକ ପରେ ପଟେଲ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହେଲେ। ତାଙ୍କ ସ୍ଥାନରେ ଚିନ୍ତାମଣିଙ୍କୁ ବାଚସ୍ପତି କରାଯାଇଥିଲା। ନରସିଂହ ରାଓଙ୍କୁ ଜିତାଇବା ପାଇଁ ଏହା କରାଯାଇଥିବା ରାଜନୈତିକ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହି ଜିଲାରୁ ଚତୁର୍ଥ ବାଚସ୍ପତି ହୋଇଥିବା ଦ୍ୟାନ ସାମନ୍ତରାଙ୍କ କାର୍ଯ୍ୟକାଳ ୪ ବର୍ଷ ହୋଇଥିଲା। ୨୦୧୯ ନିର୍ବାଚନରେ ଦିଗପହଣ୍ଡି ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମରୁ ପଞ୍ଚମ ବାଚସ୍ପତି ହୋଇଥିଲେ। ଗତ ସପ୍ତାହରେ ସେ ପଦରୁ ଇସ୍ତଫା ଦେଇଥିଲେ।
ଅପରପକ୍ଷରେ ବିଧାନସଭା ତଥ୍ୟାନୁସାରେ ବ୍ରହ୍ମପୁରର ପ୍ରଥମ ମହିଳା ବିଧାୟିକା ଏ.ଲକ୍ଷ୍ମୀବାଈ ୧୯୪୬ରୁ ୫୨ ଯାଏ ଉପବାଚସ୍ପତି ହୋଇଥିଲେ। ଲକ୍ଷ୍ମୀବାଈ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଭି.ଭି. ଗିରିଙ୍କ ଭଉଣୀ। ସେହିପରି ୧୯୮୫ ନିର୍ବାଚନରେ ଚିକିଟିରୁ କଂଗ୍ରେସ ବିଧାୟକ ଚିନ୍ତାମଣି ଦ୍ୟାନ ସାମନ୍ତରା ଉପବାଚସ୍ପତି ହୋଇଥିଲେ। ଛତ୍ରପୁରରୁ ନିର୍ବାଚିତ ଭାଜପା ବିଧାୟକ ରାମଚନ୍ଦ୍ର ପଣ୍ଡା ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଉପବାଚସ୍ପତି ହୋଇଥିଲେ। ସେତେବେଳେ ରାଜ୍ୟରେ ବିଜେଡି ଓ ଭାଜପା ମେଣ୍ଟ ସରକାର ଥିଲା। ତେଣୁ ଗଞ୍ଜାମରୁ ୩ ଜଣ ଉପବାଚସ୍ପତି ହୋଇଥିବା ରେକର୍ଡ ଅଛି। ବିକ୍ରମ ଆରୁଖ ଭଞ୍ଜନଗର ବିଧାନସଭା ଆସନରୁ ୧୯୯୫ ନିର୍ବାଚନରେ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ୫ ନିର୍ବାଚନରେ ବିଜେଡିରୁ ଲଗାତର ଭାବେ ଜିତି ଦୁଇଟି ହ୍ୟାଟ୍ରିକ ଅର୍ଜନ କରିଥିଲେ। ୨୦୦୯ରୁ ସେ କ୍ୟାବିନେଟ ମନ୍ତ୍ରୀ ହୋଇ ବଡ଼ ବଡ଼ ବିଭାଗ ସମ୍ଭାଳି ଥିଲେ। ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ଥିବା ବିକ୍ରମ ଗଞ୍ଜାମ ଜିଲାରୁ ହେବେ ଷଷ୍ଠ ବାଚସ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri