ଆତ୍ମସମର୍ପଣ କଲେ ଫେରାର ଅଭିଯୁକ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଭାରତୀୟ ପର୍ଯ୍ୟଟନ ନିଗମ (ଆଇଟିଡିସି) ନାଁରେ ପୃଥକ୍‌ ଠକେଇ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ବିକାଶ ମହାରଣା ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସର୍ପଣ କରିଛନ୍ତି। ୨୦୨୧ ଡିସେମ୍ବରରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଗତ ଏପ୍ରିଲ ୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୂର୍ବରୁ ମାମଲା ନଂ.୧୦/୨୧ରେ ଅଭିଯୁକ୍ତ ଅନିକେଶ ସାହୁ ଗତବର୍ଷ ଅକ୍ଟୋବର ୧୦ରେ ଓ ମାମଲା ନଂ.୧୩/୨୧ରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ସ୍ବାମୀ ବିଜୟାନନ୍ଦ ମହାରାଜ ଏବଂ ଓଟିଡିସିର ପୂର୍ବତନ ଇଞ୍ଜିନିୟର ଚନ୍ଦନ ଆକାଶ ଅଗଷ୍ଟ ୨୨ରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି।
ସୂଚନା ଅନୁଯାୟୀ, ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କ ସହ ୨୦୨୦ ମେ’ରେ ବାବା ବିଜୟାନନ୍ଦ ନିଜକୁ ଓଟିଡ଼ିସି ଚେୟାରମ୍ୟାନ ଓ ଆଇଟିଡିସିର ସଦସ୍ୟ କହି ସମ୍ପର୍କ ଯୋଡ଼ିଥିଲେ। ଏଥିସହ ସେ ଚନ୍ଦନଙ୍କୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ବିକାଶଙ୍କୁ ଓଟିଡିସିର କ୍ଲର୍କ କହି ଧନୁର୍ଦ୍ଧରଙ୍କ ସହ ପରିଚୟ କରାଇଥିଲେ। ସେମାନେ ଓଟିଡିସିରେ ବହୁ କୋଟି ଟଙ୍କାର ନକଲି ୱାର୍କ ଅର୍ଡର ଦେଇ ତାଙ୍କଠାରୁ ୩ କୋଟି ଟଙ୍କା ଠକି ନେଇଥିଲେ। ଏହି ଟଙ୍କାରୁ ୧.୧୪ କୋଟି ଧନୁର୍ଦ୍ଧର ଅଭିଯୁକ୍ତଙ୍କ ବ୍ୟାଙ୍କରେ ଜମା କରିଥିବାବେଳେ ବିକାଶ ଜାଲ୍‌ ମନି ରିସିପ୍ଟ ଦେଇ ବାକି ୧.୮୫ କୋଟି ଟଙ୍କା ନେଇଥିଲେ। ଧନୁର୍ଦ୍ଧର ଠକେଇର ଶିକାର ହୋଇଥିବା ଜାଣିବା ପରେ ଓଟିଡିସିରେ ଅଭିଯୋଗ କରିଥିଲେ। ଓଟିଡିସିର ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା(ନଂ.୧୦/୨୧) ରୁଜୁ କରିଥିଲା। ସେହିପରି ପୁରୀରେ ହୋଟେଲ କରିଥିବା ତପନ କୁମାର ମହାନ୍ତିଙ୍କ ସହ ଅଭିଯୁକ୍ତ ଚନ୍ଦନ ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ ଓ ଅନିକେଶ ଆଇଟିଡିସିର ପ୍ରୋଜେକ୍ଟର କଣ୍ଟ୍ରାକ୍ଟର ଏବଂ ବିକାଶଙ୍କ ଓଟିଡିସିର କ୍ଲର୍କ କହି ସମ୍ପର୍କ ବଢାଇଥିଲେ। ଆଇଟିଡିସି ତତ୍ତ୍ୱାବଧାନରେ ପୁରୀରେ ଥିବା ନୀଳାଚଳ ଅଶୋକ ହୋଟେଲକୁ କିଣିବା ପାଇଁ ତପନଙ୍କ ସହ ସେମାନେ ୧୫ କୋଟିର ଡିଲ୍‌ କରିଥିଲେ। ତପନ ଦିଲ୍ଲୀସ୍ଥିତ ଆଇଟିଡିସିର ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା କରିଥିବାବେଳେ ୩୦ ଲକ୍ଷ ନଗଦ ଓ ବ୍ୟାଙ୍କ ଜମା ଆକାରରେ ଅଭିଯୁକ୍ତଙ୍କୁ ଦେଇଥିଲେ। ତେବେ ଠକେଇ ସମ୍ପର୍କରେ ଜାଣିବା ପରେ ତପନଙ୍କ ସ୍ତ୍ରୀ ବିଜୟିନୀ ମହାନ୍ତିଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଏକ ମାମଲା( ନଂ.୧୩/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri