Posted inଖେଳ

ବିଜୟ ହଜାରେ ଟ୍ରଫି: ଉଥାପ୍ପାଙ୍କ ଶତକ: ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର,୨୧।୨(ସ୍ପୋର୍ଟ୍ସ ବ୍ୟୁରୋ): ଦେଶର ସର୍ବବୃହତ ଘରୋଇ ଦିନିକିଆ ଟୁର୍ନାମେଣ୍ଟ ତଥା ରଣଜୀ ଦିନିକିଆ ଟ୍ରଫି ରୂପେ ଜଣାଶୁଣା ଥିବା ବିଜୟ ହଜାରେ ଟ୍ରଫି ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ତା’ର ଅଭିଯାନ ପରାଜୟରୁ ଆରମ୍ଭ କରିଛି। ଶନିବାର ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ କେରଳଠାରୁ ଭିଜେଡି ମେଥଡ୍‌ରେ ୩୪ ରନରେ ପରାସ୍ତ ହୋଇଛି। ବାଙ୍ଗାଲୋରର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଟସ୍‌ ଜିତି କେରଳ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷାଜନିତ ଓଦା ଆଉଟ୍‌ ଫିଲ୍ଡ ଯୋଗୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୪୫ ଓଭରରେ ୮ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରିଥିଲା। ଜବାବରେ କେରଳ ୩୮.୨ ଓଭରରେ ୪ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା। ଫଳରେ ଭିଜେଡି ନିୟମରେ କେରଳକୁ ୩୪ ରନରେ ବିଜୟୀ ଘୋଷିତ କରାଯାଇଥିଲା। ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମ ଭଳି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ଗୁଡିକରେ ଫଳାଫଳ ହାସଲ ପାଇଁ ଭିଜେଡି ମେଥଡର ବ୍ୟବହାର ହୋଇଥାଏ। ଓଡ଼ିଶା ଏବେ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୨ ତାରିଖ ସୋମବାର ତା’ର ଦ୍ୱିତୀୟ ମ୍ୟାଚ୍‌ ରେଲଓ୍ବେ ବିପକ୍ଷରେ ଖେଳିବ।
କେରଳ ତରଫରୁ ରବିନ ଉଥାପ୍ପା ସର୍ବାଧିକ ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ଅଧିନାୟକ ସଚିନ ବେବି ୪୦, ବିଷ୍ଣୁ ବିନୋଦ ୨୮, ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୪ ରନକରି ଆଉଟ ହୋଇଥିବା ବେଳେ ଭଥସାଲ ଗୋବିନ୍ଦ ୨୯ ଓ ମହମ୍ମଦ ଆଝାରୁଦ୍ଦିନ ୨୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୌରଭ କାନୋଜ ସର୍ବାଧିକ ୩ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ତରଫରୁ ଓପନର ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଓପନର ଗୌରବ ଚୌଧୁରୀ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨୭, ରେଜେଶ ଧୂପର ୨୦, ଅଭିଷେକ ଯାଦବ ୧୩, ଶୁଭ୍ରାଂଶୁ ସେନାପତି ୪, ଅଧିନାୟକ ଶାନ୍ତନ୍ୟୁ ମିଶ୍ର ୭ ଓ ସୂର୍ଯ୍ୟକାନ୍ତ ବିନା ସ୍କୋରରେ ଆଉଟ ହୋଇଥିଲେ। କାର୍ତ୍ତିକ ବିଶ୍ୱାଳ ୪୫ ଓ ସୌରଭ କାନୋଜ ୯ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଦୁଇ ଓପନର ସନ୍ଦୀପ ଓ ଗୌରବ ୧୩୪ଟି ବଲ୍‌ ଖେଳି ୧୧୯ ରନକରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ବୋଲିଂରେ କେରଳ ତରଫରୁ ଶ୍ରୀସନ୍ଥ, ଏମ୍‌.ଡି. ନିଦ୍ଧେଶ ଓ ଜଲାଜ ସାକସେନା ୨ଟି ଲେଖାଏ, ସଚିନ ବେବି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓଡ଼ିଶା ୪୫ ଓଭରରେ ୨୫୮/୮
(ସନ୍ଦୀପ- ୬୬, ଗୌରବ- ୫୭, କାର୍ତ୍ତିକ- ୪୫*, ଦେବବ୍ରତ- ୨୭, ଶ୍ରୀସନ୍ଥ- ୨/୪୧, ନିଦ୍ଧେଶ- ୨/୪୩, ସାକସେନା- ୨/ ୪୩)।
କେରଳ ୩୮.୨ ଓଭରରେ ୨୩୩/୪
(ଉଥାପ୍ପା- ୧୦୭, ସଚିନ- ୪୦, ଆଝାରୁଦ୍ଦିନ- ୨୩*, ବିଷ୍ଣୁ- ୨୮, ଗୋବିନ୍ଦ- ୨୯*, ସୌରଭ- ୩/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri