Posted inଖେଳ

ବିଜୟ ହଜାରେ ଟ୍ରଫି: ଉଥାପ୍ପାଙ୍କ ଶତକ: ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର,୨୧।୨(ସ୍ପୋର୍ଟ୍ସ ବ୍ୟୁରୋ): ଦେଶର ସର୍ବବୃହତ ଘରୋଇ ଦିନିକିଆ ଟୁର୍ନାମେଣ୍ଟ ତଥା ରଣଜୀ ଦିନିକିଆ ଟ୍ରଫି ରୂପେ ଜଣାଶୁଣା ଥିବା ବିଜୟ ହଜାରେ ଟ୍ରଫି ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ତା’ର ଅଭିଯାନ ପରାଜୟରୁ ଆରମ୍ଭ କରିଛି। ଶନିବାର ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ କେରଳଠାରୁ ଭିଜେଡି ମେଥଡ୍‌ରେ ୩୪ ରନରେ ପରାସ୍ତ ହୋଇଛି। ବାଙ୍ଗାଲୋରର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଟସ୍‌ ଜିତି କେରଳ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷାଜନିତ ଓଦା ଆଉଟ୍‌ ଫିଲ୍ଡ ଯୋଗୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୪୫ ଓଭରରେ ୮ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରିଥିଲା। ଜବାବରେ କେରଳ ୩୮.୨ ଓଭରରେ ୪ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା। ଫଳରେ ଭିଜେଡି ନିୟମରେ କେରଳକୁ ୩୪ ରନରେ ବିଜୟୀ ଘୋଷିତ କରାଯାଇଥିଲା। ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମ ଭଳି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ଗୁଡିକରେ ଫଳାଫଳ ହାସଲ ପାଇଁ ଭିଜେଡି ମେଥଡର ବ୍ୟବହାର ହୋଇଥାଏ। ଓଡ଼ିଶା ଏବେ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୨ ତାରିଖ ସୋମବାର ତା’ର ଦ୍ୱିତୀୟ ମ୍ୟାଚ୍‌ ରେଲଓ୍ବେ ବିପକ୍ଷରେ ଖେଳିବ।
କେରଳ ତରଫରୁ ରବିନ ଉଥାପ୍ପା ସର୍ବାଧିକ ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ଅଧିନାୟକ ସଚିନ ବେବି ୪୦, ବିଷ୍ଣୁ ବିନୋଦ ୨୮, ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୪ ରନକରି ଆଉଟ ହୋଇଥିବା ବେଳେ ଭଥସାଲ ଗୋବିନ୍ଦ ୨୯ ଓ ମହମ୍ମଦ ଆଝାରୁଦ୍ଦିନ ୨୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୌରଭ କାନୋଜ ସର୍ବାଧିକ ୩ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ତରଫରୁ ଓପନର ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଓପନର ଗୌରବ ଚୌଧୁରୀ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨୭, ରେଜେଶ ଧୂପର ୨୦, ଅଭିଷେକ ଯାଦବ ୧୩, ଶୁଭ୍ରାଂଶୁ ସେନାପତି ୪, ଅଧିନାୟକ ଶାନ୍ତନ୍ୟୁ ମିଶ୍ର ୭ ଓ ସୂର୍ଯ୍ୟକାନ୍ତ ବିନା ସ୍କୋରରେ ଆଉଟ ହୋଇଥିଲେ। କାର୍ତ୍ତିକ ବିଶ୍ୱାଳ ୪୫ ଓ ସୌରଭ କାନୋଜ ୯ ରନ କରି ଅପରାଜିତ ରହିଥିଲେ। ପ୍ରଥମ ଉଇକେଟରେ ଦୁଇ ଓପନର ସନ୍ଦୀପ ଓ ଗୌରବ ୧୩୪ଟି ବଲ୍‌ ଖେଳି ୧୧୯ ରନକରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ବୋଲିଂରେ କେରଳ ତରଫରୁ ଶ୍ରୀସନ୍ଥ, ଏମ୍‌.ଡି. ନିଦ୍ଧେଶ ଓ ଜଲାଜ ସାକସେନା ୨ଟି ଲେଖାଏ, ସଚିନ ବେବି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓଡ଼ିଶା ୪୫ ଓଭରରେ ୨୫୮/୮
(ସନ୍ଦୀପ- ୬୬, ଗୌରବ- ୫୭, କାର୍ତ୍ତିକ- ୪୫*, ଦେବବ୍ରତ- ୨୭, ଶ୍ରୀସନ୍ଥ- ୨/୪୧, ନିଦ୍ଧେଶ- ୨/୪୩, ସାକସେନା- ୨/ ୪୩)।
କେରଳ ୩୮.୨ ଓଭରରେ ୨୩୩/୪
(ଉଥାପ୍ପା- ୧୦୭, ସଚିନ- ୪୦, ଆଝାରୁଦ୍ଦିନ- ୨୩*, ବିଷ୍ଣୁ- ୨୮, ଗୋବିନ୍ଦ- ୨୯*, ସୌରଭ- ୩/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri