Categories: ଖେଳ

ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍‌ ପଜିଟିଭ୍‌

ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଛି। କରୋନା ସଂକ୍ରମିତ ଖେଳାଳି ଏବେ ବେଙ୍ଗାଲୁରୁରେ ଅଛନ୍ତି। ତାଙ୍କୁ ବର୍ତ୍ତମାନ ଅନ୍ୟ ଖେଳାଳିଙ୍କଠାରୁ ପୃଥକ୍‌ ଆଇସୋଲେଶନରେ ରଖାଯାଇଛି। ବିଜୟ ହଜାରେ ଟ୍ରଫି ପାଇଁ ବିହାରର ଏକ ୨୨ ଜଣିଆ ଟିମ୍‌ ଆସିଛି। ବିହାର ଟିମ୍‌ ପ୍ରତିଯୋଗିତାର ଏଲିଟ୍‌ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ଦଳ ଏହାର ସମସ୍ତ ମ୍ୟାଚ ବେଙ୍ଗାଲୁରୁରେ ଖେଳିବ। ବିହାର ବୁଧବାର ଉତ୍ତର ପ୍ରଦେଶ ବିପକ୍ଷରେ ଏକ ଲିଗ୍‌ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶର ଜଣେ ଲେଖାଏ ଖେଳାଳି କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ଉଭୟ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟରେ ନେଗେଟିଭ ଆସିବା ପରେ ସେମାନେ ସେମାନଙ୍କ ଲିଗ୍‌ ଗେମ୍‌ ଖେଳୁଛନ୍ତି। ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶ ଏଲିଟ୍‌ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛନ୍ତି। ସେମାନେ ଜୟପୁରରେ ଅବସ୍ଥାନ କରି ଖେଳୁଛନ୍ତି।

Share