ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ ଏହି ଟଙ୍କାକୁ ଲାଞ୍ଚୁଆ ବାବୁ ଚଳୁକରିବା ଲାଗି ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡିବସିଛି। ଲାଞ୍ଚୁଆ ବାବୁ ଜଣକ ହେଲେ ଗଞ୍ଜାମଜିଲା ପୁରୁଷୋତ୍ତମପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ।

ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଡ ବରଗାଁ ପଞ୍ଚାୟତର ଇନାମ ତେନ୍ତୁଳିଆ ଗ୍ରାମରେ ଥିବା ଷଣ୍ଢମରା ପୋଖରୀର ପୁନଃଉଦ୍ଦାରଲାଗି ଗତ କିଛି ମାସ ହେଲା କାର୍ଯ୍ୟ ଚାଲିଛି।ଏହି କାର୍ଯ୍ୟକୁ ରାଣିଗାଁର ପ୍ରମୋଦ ବେହେରା ମେଟ ଭାବରେ ରହି ତଦାରଖ କରୁଛନ୍ତି। ମାତ୍ର ଶ୍ରମିକଙ୍କୁ ତାଙ୍କର ମଜୁରୀ ଲାଗି କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ବାରମ୍ବାର ଟଙ୍କା ଦାବି କରି ହଇରାଣ ହରକତ କରିବାରେ ଲାଗିଥିଲେ। ଲାଞ୍ଚ ଟଙ୍କା ଦେଲେ ହିଁ ବିଲକରୁଥିଲେ।

ଠିକ୍ ସମୟରେ ମଜୁରୀ ପାଇନପାରି ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏପରିକି ଯନ୍ତ୍ରୀ ଜଗଦୀଶ ସାହୁ ପୂର୍ବରୁ ବହୁଥର ଶ୍ରମିକଙ୍କ ପେଟକାଟି ଟଙ୍କା ନେଇଛନ୍ତି। ପୁଣି ଦୁଇ ଗୋଟି ବିଲ ୫୫ହଜାର ୬ଶହ ଟଙ୍କା ଓ ୫୯ ହଜାର ୯୧୯ ଟଙ୍କା ଏପରିକି ସର୍ବ ମୋଟ ୧ ଲକ୍ଷ ୨୪ହଜାର ଟଙ୍କାର ବିଲ କରିବା ଲାଗି ୧୦ ହଜାର ଟଙ୍କା ଦାବି କରି ହଇରାଣ କରି ବିଲ କରାଇ ଦେଉନଥିଲେ।

ଯାହାକି କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ବ୍ଯବହାର ରେ ଅତିଷ୍ଟ ହୋଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ପ୍ରମୋଦଙ୍କ ଏହି ଅଭିଯୋଗକୁ ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଶଚନ୍ଦ୍ର ପ୍ରଧାନ ଗୁରୁତର ସହ ନେଇ କେସ ନଂ ୩/୨୩ ପ୍ରକାରେ ମାମଲା ରୁଜୁ କରି ଏହାର କାର୍ଯାନୁଷ୍ଟାନ ଲାଗି ଡିଏସପି ଶରତ ଚନ୍ଦ୍ର ସାହୁ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦେଶ ପ୍ରକାରେ ଡିଏସପି ଶରତଙ୍କ ସମେତ ଇନ୍ସପେକ୍ଟର ସନ୍ତୋଷି ବାରିକ ଓ ବାସୁଦେବ ରାଓ ଏବଂ କର୍ମଚାରୀମାନେ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି ଛକି ରହିବା ସହ ରାସାୟନିକ ରଙ୍ଗ ଲଗା ୧୦ ହଜାର ଟଙ୍କା ପ୍ରମୋଦଙ୍କୁ ଦେଇଥିଲେ। ଏହି ଟଙ୍କାକୁ ନେଇ ପ୍ରମୋଦ ଯନ୍ତ୍ରୀ ଜଗଦୀଶ ସାହୁଙ୍କୁ ପ୍ରଦାନ କରିଥିଲେ। ଜଗଦୀଶ ଟଙ୍କାକୁ ଧରି ଗଣିବା ସହ କାଳେ ଗଣତିରେ ଭୂଲ ହୋଇଯାଇଥିବ। ଟଙ୍କା କାଳେ କମିଯାଇଥିବ ଭାବି ବ୍ଳକ କାର୍ଯ୍ୟାଳୟକୁ ଆସିଥିବା ତଳିଆ କର୍ମଚାରୀ ଜଗନ୍ନାଥ ପୁର ପଞ୍ଚାୟତର ଜିଆରଏସ ସୂର୍ଯ୍ୟନାରାୟଣ ସ୍ବାଇଁଙ୍କୁ ଡାକି ଗଣିବା ପାଇଁ ଦେଉଥିବା ବେଳେ ଛକିରହିଥିବା ଭିଜିଲାନ୍ସ ବିଭାଗିୟ କର୍ମଚାରୀମାନେ ମାଡି ବସିଥିଲେ।

ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଜଗଦୀଶ ଭିଜିଲାନ୍ସକୁ ଚକମା ଦେଖାଇ ଖସିଯିବାକୁ ଉଦ୍ଯମ କରୁଥିବା ବେଳେ କର୍ମଚାରୀ ମାନେ ଦୁଇ ହାତକୁ ଜାବୁଡି ଧରି ଟାଣି ଟାଣି କାର୍ଯ୍ୟାଳୟ ମଧ୍ଯକୁ ଆଣି ହାତଧୋଇ ଥିଲେ। ଏହାକୁ ନେଇ ଡିଏପି ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଟଙ୍କା ସହ କିଛି କାଗଜପତ୍ର ଜବତ କରାଯାଇଛି। ଏହା ଏହି ଅଫିସ ସହ ସେ ରହୁଥିବା ବ୍ରହ୍ମପୁରରେ ଭଡା ଘରେ ମଧ୍ୟ ରେଡ କରାଯାଇ ତଦନ୍ତ ଚାଲିଛି। ଜଗଦୀଶ ଓ ସୂର୍ଯ୍ୟ ନାରାୟଣଙ୍କୁ ଅଟକ ରଖାଯାଇଛି। ଜଗଦୀଶ ଏଠାରେ ପ୍ରାୟ ଦିର୍ଘ ପାଞ୍ଚବର୍ଷ ହେଲା କାର୍ଯ୍ୟ କରିବା ସହ ବଡବରଗାଁ ପଞ୍ଚାୟତ ସମେତ ଭୀମପୁର, ବାଘଳା, ଓ ଜଗନ୍ନାଥ ପୁର ଆଦି ଚାରିଗୋଟି ପଞ୍ଚାୟତ ଦାଇତ୍ଯରେ ରହିଛନ୍ତି। ଏହି ପଞ୍ଚାୟତ ମାନଙ୍କରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋଳତାଡ କଲେ ଏହି ଲାଞ୍ଚୁଆ ବାବୁଙ୍କ ଆହୁରି ବହୁତ ଗୁମର ଫିଟିବା ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri