୩୦୦ବିଲେଇଙ୍କୁ ମାରି ଗ୍ରାହକଙ୍କୁ ପରଷୁଥିଲେ କ୍ୟାଟ ସୁପ୍‌, ଆଉ ଏବେ…

ହାନୋଇ,୨୯।୧୨: ଆପଣ ଚିକେନ କିମ୍ବା ଭେଜ ସୁପ୍‌ ବିଷୟରେ ତ ଶୁଣିଥିବେ ହେଲେ କେବେ ବିଲେଇ ମାଂସର ସୁପ୍‌ କଥା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ଭିଏତନାମାର ଏକ ପୁରୁଣା ରେଷ୍ଟୁରାଣ୍ଟରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ବର୍ଷ ବର୍ଷ ଧରି ବିଲେଇ ମାଂସର ସୁପ୍‌ ବିକ୍ରି କରାଯାଉଛି। ଏହି ରେଷ୍ଟୁରାଣ୍ଟରେ ଏପ୍ରକାର ଡିସ୍‌ କ୍ୟାଟ ସୁପ୍‌ ଭାବରେ ମଧ୍ୟ ପରିଚିତ। ଏଥିପାଇଁ ରେଷ୍ଟୁରାଣ୍ଟ ମାଲିକ ପ୍ରତି ମାସରେ ୩୦୦ରୁ ଅଧିକ ବିଲେଇଙ୍କୁ ହତ୍ୟା କରିଥାନ୍ତି। ଅନୁମାନ କରିପାରୁଥିବେ ଲୋକଟି ମାସକୁ ୩୦୦ବିଲେଇ ଭାବରେ ଆଜି ଯାଏଁ କେତେ ବିଲେଇର ହତ୍ୟା କରିଥିବ!

ଭିଏତନାମର ଜିୟା ବାଓ ରେଷ୍ଟୁରାଣ୍ଟର ମାଲିକ ଫାମ କ୍ୱୋକ କ୍ୟାଟ ସୁପ୍‌ ପ୍ରସ୍ତୁତ କରୁଥିଲେ। ହଠାତ୍‌ ଦିନେ ସେ ରେଷ୍ଟୁରାଣ୍ଟ ସାମ୍ନାରେ ଥିବା ବିଜ୍ଞାପନକୁ ଚିରି ଦୋକାନରେ ତାଲା ଝୁଲାଇ ଦେଇଥିଲେ। କୁହାଯାଉଛି କି, ଫାମ ନିଜ ଭୁଲକୁ ନେଇ ପଶ୍ଚାତାପ କରୁଛନ୍ତି ସେଥିପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି। ସେହିପରି ରେଷ୍ଟୁରାଣ୍ଟରେ ଥିବା ୨୦ବିଲେଇଙ୍କୁ ଛାଡି ଦେଇଛନ୍ତି। କିଛିଙ୍କୁ ଆଡପଶନ ସେଣ୍ଟରକୁ ଛାଡିବା ସହ କିଛିଙ୍କୁ ସ୍ଥାନୀୟ ଲୋକଙ୍କ ପାଖକୁ ଛାଡି ଦେଇଛନ୍ତି।

ଫାମ କହିଛନ୍ତି, ରେଷ୍ଟୁରାଣ୍ଟରେ କ୍ୟାଟ ସୁପ୍‌ ବିକ୍ରି କରିବା ପୂର୍ବରୁ ଅନ୍ୟ ଖାଦ୍ୟ ଓ ପାନୀୟ ବିକ୍ରି କରୁଥିଲି। କିନ୍ତୁ ଏଥିରୁ ଭଲ ଆୟ ହୋଇପାରୁ ନ ଥିଲା। ପରେ କ୍ୟାଟ ସୁପ୍‌ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲି। ସେତେବେଳେ ଆମ ଇଲାକାରେ ସେମିତି କିଛି ମିଳୁ ନ ଥିଲାା। ତେଣୁ କ୍ୟାଟ ସୁପ୍‌ର ଚାହିଦା ବଢିବାକୁ ଲାଗିଲା। ଏବେ ମୁଁ କରିଥିବା ଭୁଲର ପରିଣାମ ବୁଝିପାରୁଛି। ସେଥିପାଇଁ ମୁଁ ଦୋକାନ ବନ୍ଦ କରିଦେଲି।


Enter your email to get our daily news in your inbox.

All Right Reserved By Dharitri.Com

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri