Posted inଫୁରସତ

ଶିକ୍ଷାରେ ସର୍ବୋତ୍ତମ ଭିଏତନାମ

ଲୋକପ୍ରିୟ ବ୍ରିଟିଶ ମାଗାଜିନ୍‌ ‘ଦ ଇକୋନୋମିଷ୍ଟ’ର ଏକ ଆର୍ଟିକଲ କହେ ଭିଏତନାମର ଜିଡିପି ପର୍‌ କ୍ୟାପିଟା (ଯାହାକୁ କି ଦେଶର ସର୍ବମୋଟ ଘରୋଇ ଉତ୍ପାଦକୁ ଜନସଂଖ୍ୟା ଦ୍ୱାରା ବିଭାଜନ କରି ଗଣନା କରାଯାଏ ଓ ଯାହା କୌଣସି ଦେଶର ଆର୍ଥିକ ବିକାଶର ମାପକାଠି) ପଡ଼ୋଶୀ ଦେଶ ମାଲେସିଆ, ଥାଇଲାଣ୍ଡଠାରୁ କମ୍‌। ତେବେବି ଏଠାକାର ପିଲାମାନେ ସବୁଠାରୁ ଭଲ ଶିକ୍ଷା ପାଉଛନ୍ତି। ତା’ସହ ଓ୍ବାର୍ଲଡ ବ୍ୟାଙ୍କର ରିପୋର୍ଟ ଅନୁସାରେ ଭିଏତନାମର ଛାତ୍ରଙ୍କ ଆଗ୍ରିଗେଟ ଲର୍ନିଂ ସ୍କୋର ମାଲେସିଆ, ଥାଇଲାଣ୍ଡ, ୟୁକେ, କାନାଡାର ଛାତ୍ରଙ୍କଠାରୁ ୬ଗୁଣ ଭଲ। ଭିଏତନାମ ଶିକ୍ଷା ବ୍ୟବସ୍ଥାର ଏହି ସଫଳତା ପଛରେ ଏଠାକାର ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉକ୍ତ ପତ୍ରିକା କହିଛି। ଏହାସହ ୨୦୨୦, ଷ୍ଟକହୋମ୍‌ ସ୍କୁଲ ଅଫ୍‌ ଇକୋନୋମିକ୍ସର ଆସୋସିଏଟ୍‌ ପ୍ର. ଅଭିଜିତ ସିଂଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଇଥିଓପିଆ, ଭାରତ, ପେରୁ ଓ ଭିଏତନାମ ପିଲାଙ୍କର କରାଯାଇଥିବା ଏକ ପରୀକ୍ଷାରେ ଭିଏତନାମର ୫ରୁ ୮ ବର୍ଷ ପିଲାଙ୍କ ଫଳାଫଳ ଭଲ ହୋଇଥିବା ଜଣାପଡ଼ିଥିଲା। ଯାହା ପ୍ରମାଣିତ କରେ ଯେ, ଭିଏତନାମର ସ୍କୁଲ ବ୍ୟବସ୍ଥା କେତେ ଭଲ। ଆଉ ଏହାପଛରେ ଏଠାକାର ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବି ଉକ୍ତ ପତ୍ରିକା ଦାବି କରେ। କାରଣ ଏଠାକାର ଶିକ୍ଷକ ଉଚ୍ଚଶିକ୍ଷିତ ହେବାସହ ପଢାଇବାରେ ବେଶ୍‌ ଦକ୍ଷ।

ଆଉ ଶିକ୍ଷକଙ୍କ ପ୍ରଦର୍ଶନ ଭଲ ହେବା ପଛର କାରଣ ହେଉଛି ସେମାନେ ଓ୍ବେଲ ମ୍ୟାନେଜ୍‌ଡ ବା ସୁପରିଚାଳକ ଏବଂ ଉଚ୍ଚ ତାଲିମପ୍ରାପ୍ତ। ତା’ସହ ସେମାନଙ୍କୁ ସ୍ବାଧୀନତା ଦିଆଯାଇଥାଏ ଯେ, ସେମାନେ କିଭଳି କ୍ଲାସ୍‌କୁ ଅଧିକ ସକ୍ରିୟ କରିବେ ଓ ପିଲାମାନଙ୍କୁ କିଭଳି ଶ୍ରେଣୀ ସହିତ ଅଧିକ ଜଡ଼ିତ ରଖିବେ। ଆଉ ଏକ କଥା, ଭିଏତନାମରେ ପିଲାଙ୍କ ଭଲ ପ୍ରଦର୍ଶନକୁ ନେଇ ଶିକ୍ଷକଙ୍କ ମାନ ନିର୍ଦ୍ଧାରଣ କରାଯାଏ। ଯେଉଁ ଶିକ୍ଷକଙ୍କ ଛାତ୍ରୀଛାତ୍ର ଭଲ ପ୍ରଦର୍ଶନ କରନ୍ତି ସେହି ଶିକ୍ଷକଙ୍କୁ ‘ଟିଚର୍‌ ଏକ୍ସଲେନ୍ସ’ ସମ୍ମାନରେ ସମ୍ମାନିତ କରାଯାଏ। ତେଣୁ ଶିକ୍ଷକମାନେ ନିଜର ଶତପ୍ରତିଶତ ଦେବାକୁ ଚେଷ୍ଟା କରନ୍ତି। ଭିଏତନାମରେ ଆଞ୍ଚଳିକ ତାରତମ୍ୟକୁ ଦୂରେଇ ସବୁ ସ୍ଥାନରେ କିଭଳି ଶିକ୍ଷାକୁ ପହଞ୍ଚାଯାଇପାରିବ ଓ ସେଠାକାର ଶିକ୍ଷାର ମାନରେ ଉନ୍ନତି କରାଯାଇପାରିବ ସେଥିପାଇଁ ଭଲ ଶିକ୍ଷକଙ୍କୁ ଅଧିକ ଦରମା ଦେଇ ଦୂର ଦୂରାନ୍ତର ଉପାନ୍ତ ଅଞ୍ଚଳକୁ ପଠାଯାଇଥାଏ। ଏହାବାଦ ଏଠାକାର ସମାଜ ବି ଶିକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇଆସିଛି। ଅର୍ଥାତ୍‌ ଏଠାକାର ଗରିବ ମାତାପିତା ମଧ୍ୟ ପିଲାଙ୍କ ଶିକ୍ଷା ପାଇଁ ଯଥାସାଧ୍ୟ ଖର୍ଚ୍ଚ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି। ଆଉ ସହରୀ ବାପାମା’ ତ ଭଲ ଶିକ୍ଷକ ଥିବା ସ୍କୁଲରେ ହିଁ ପିଲାଙ୍କୁ ପଢାଇଥାନ୍ତି। କାରଣ ଏଠାରେ ବିଶ୍ୱାସ ରହିଛି ଯେ, ଶିକ୍ଷାବ୍ୟବସ୍ଥାର ବିକାଶ ହେଲେ ହିଁ ଦେଶ ଅର୍ଥନୀତିର ବିକାଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri