Posted inUncategorized

Video: ସୁପରମ୍ୟାନ ଭାବେ ଏମିତି କ୍ୟାଚ୍‌ ଧରିଲେ ମେଣ୍ଡିସ, ମାଲିକାଣୀ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଚେନ୍ନାଇ,୨୬।୪: ସନରାଇଜର୍ସ ହାଇଦ୍ରାବାଦର କାମିନ୍ଦୁ ମେଣ୍ଡିସ ଚମତ୍କାର କ୍ୟାଚ୍‌ ଧରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସୁପରମ୍ୟାନ ଭଳି ଏକ କ୍ୟାଚ ନେଇଥିଲେ। ଫଳରେ ସେ IPL 2025 ରେ ‘କ୍ୟାଚ ଅଫ ଦି ଟୁର୍ନାମେଣ୍ଟ’ ପାଇଁ ଦାବିଦାର ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ଖେଳାଯାଇଥିଲା। ଏଥିରେ CSKର ଡେବ୍ୟୁଟାଣ୍ଟ ଡେୱାଲ୍ଡ ବ୍ରେଭିସ (Dewald Brevis Debut CSK) ବ୍ୟାଟିଂ କରୁଥିଲେ। ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବାକୁ ଯାଉଥିଲେ କିନ୍ତୁ ମେଣ୍ଡିସଙ୍କ ଏକ ଚମତ୍କାର କ୍ୟାଚ ଯୋଗୁ ୪୨ ରନରେ ଆଉଟ ହୋଇଥିଲେ।

ଏହି କ୍ୟାଚ CSKର ଇନିଂସର ୧୩ତମ ଓଭରରେ ଆସିଥିଲା, ଯେଉଁଥିରେ ହର୍ଷଲ ପଟେଲ ବୋଲିଂ କରୁଥିଲେ। ବ୍ରେଭିସ ଓଭରର ଚତୁର୍ଥ ବଲ୍‌ରେ ଛକା ମାରିଥିଲେ ଏବଂ ପରବର୍ତ୍ତୀ ବଲ୍‌ରେ ମଧ୍ୟ ସେ ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରିଥିଲେ। ବ୍ରେଭିସ ଲଙ୍ଗ-ଅଫ ଆଡ଼କୁ ଏକ ଫଲ୍‌-ପାୱାର ସଟ ମାରିଥିଲେ, କିନ୍ତୁ ସେଠାରେ ପୂର୍ବରୁ ଉପସ୍ଥିତ କାମିନ୍ଦୁ ମେଣ୍ଡିସ ସୁପରମ୍ୟାନ ଭାବେ ଏକ ଚମତ୍କାର କ୍ୟାଚ ନେଇଥିଲେ। କାମିନ୍ଦୁ ଅବିଶ୍ୱସନୀୟ କ୍ୟାଚ ନେବା ମାତ୍ରେ କ୍ୟାମେରା ହାଇଦ୍ରାବାଦ୍‌ ମାଲିକାରୀ କାବ୍ୟା ମାରାନଙ୍କ ଆଡ଼କୁ ଗଲା। କାବ୍ୟା ଠିଆ ହୋଇ ମେଣ୍ଡିସଙ୍କୁ ତାଙ୍କ ପ୍ରୟାସ ପାଇଁ ପ୍ରଶଂସା କଲେ।

ଶ୍ରୀଲଙ୍କାର କ୍ରିକେଟର କାମିନ୍ଦୁ ମେଣ୍ଡିସ ଚମତ୍କାର ଖେଳାଳି। ସେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦୦ ରନ ପୂରଣ କରିବାରେ ଡନ ବ୍ରାଡମ୍ୟାନଙ୍କ ସହ ସମକକ୍ଷ ହୋଇଥିଲେ, ଏହି ସଫଳତା ସେ ୧୩ ଇନିଂସରେ ହାସଲ କରିଥିଲେ। ମେଣ୍ଡିସ ମଧ୍ୟ ବୋଲିଂ କରିପାରିବେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଦୁଇ ହାତରେ ବୋଲିଂ କରିପାରିବେ। ମେଗା ନିଲାମରେ SRH ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri