ବିଜୟଧାରା ବଦଳାଇପାରେ ଶ୍ରମିକ ଅଶାନ୍ତ

ଯାଜପୁର ଅଫିସ/କଳିଙ୍ଗନଗର, ୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନ। ଏଠାରେ ୨୦୧୯ରେ ୭୯.୩୮%, ୨୦୧୪ରେ ୮୪.୩୫%, ୨୦୦୯ରେ ୭୬.୪୪% ଓ ୨୦୦୪ ସାଧାରଣ ନିର୍ବାଚନରେ ୭୬.୩୯% ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ କମ୍‌ ଭୋଟ ବ୍ୟବଧାନରେ ହାରଜିତ୍‌ ହୋଇଆସୁଛି। ବିଜେଡି ସବୁଥର ବାଜିମାରି ନେଉଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ସୁକିନ୍ଦା ନିର୍ବାଚନମଣ୍ଡଳୀର ସମସ୍ତ ୬ ଜିଲା ପରିଷଦ ଜୋନ୍‌କୁ ବିଜେଡି ଅକ୍ତିଆର କରିଥିଲା। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଯଦି ଅଧିକ ସଂଖ୍ୟାରେ ମତଦାନ ହୁଏ, ତା’ହେଲେ ବିଜୟଧାରା ବଦଳିପାରେ। ଏହାର କାରଣ ସ୍ଥାନୀୟ ଅଞ୍ଚଳରେ ବିକାଶ ନ ହେବା ଏବଂ ଶ୍ରମିକ ଛଟେଇକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ବୋଲି କୁହାଯାଉଛି। ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ଏହାକୁ ନିର୍ବାଚନ ପ୍ରସଙ୍ଗ କରି ଜୋରଦାର ଅଭିଯାନ ଚଳାଇଛନ୍ତି।
ସୁକିନ୍ଦା ବିଧାୟକ ତଥା ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ଦଳର ସୁନ୍ଦରଗଡ଼ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିବାରୁ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କର ପ୍ରାୟତଃ ଦେଖା ମିଳୁନାହିଁ। ତାଙ୍କ ସ୍ଥାନରେ ପୁରୁଖା ବିଜେଡି ନେତା ପ୍ରଫୁଲ ଘଡ଼େଇ ନିର୍ବାଚନ ପରିଚାଳନା କରୁଛନ୍ତି। ହେଲେ ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକ ଛଟେଇ ସହ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଅସନ୍ତୁଷ୍ଟ ହେବା ସହ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଏହା ବିଜେଡି ପାଇଁ କ୍ଷତି ନୁହେଁ ବୋଲି କୁହଯାଇ ନ ପାରେ। କାରଣ ସବୁ ଅସନ୍ତୁଷ୍ଟ ଯେ ଭୋଟ ବର୍ଜନ କରିବେ ତାହା କହିହେବ ନାହିଁ। ତେଣୁ ଶ୍ରମିକ ଅଶାନ୍ତି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ମତପ୍ରକାଶ ପାଇଛି। ଗତ ସାଧାରଣ ନିର୍ବାଚନ(୨୦୧୯) ପୂର୍ବରୁ କାଳିଆପାଣି ଓଏମ୍‌ସି ପାର୍କରେ ଆୟୋଜିତ ଏକ ବୈଠକରେ ଜଣେ ଶ୍ରମିକ ନେତା ବିଜେଡିକୁ ଭୋଟ ନ ଦେଲେ ନିଯୁକ୍ତିରୁ ଛଟେଇ ବୋଲି ଚେତାବନୀ ଦେଇଥିଲେ, ଯାହାର ପ୍ରଭାବ ସେତେବେଳେ ଭାଜପା ସପକ୍ଷରେ ଯାଇଥିଲା। ଏଠାରେ ପ୍ରଥମ କରି ଭାଜପା ଦ୍ୱିତୀୟ ଦଳ ଭାବେ ବିଜେଡିକୁ ଟକ୍କର ଦେଇଥିଲା। ଭାଜପା ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ମାତ୍ର ୧୬,୭୨୪ ଭୋଟ ବ୍ୟବଧାନରେ ବିଜେଡିର ପ୍ରୀତିରଞ୍ଜନ ଘଡ଼େଇଙ୍କଠାରୁ ହାରିଥିଲେ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ବିଜେଡିର ନିର୍ବାଚନ ଭାର ସମ୍ଭାଳିଥିବା ପ୍ରଫୁଲ୍ଲ ଘଡ଼େଇ ପୂର୍ବରୁ ୪ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ। ତଥାପି ନଗଡ଼ା ଭଳି ଚିତ୍ର ସାରା ବିଶ୍ୱରେ ବଦନାମ ଆଣିଥିଲା। ଏବେ ବି ଏକାଧିକ ଗ୍ରାମକୁ ସୁଦୃଢ଼ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାରେ ବିପୁଳ ହରିଲୁଟ ହୋଇଥିବା ନେଇ ଲୋକାୟୁକ୍ତ ଓ କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ଏହାସହ ସ୍ବାସ୍ଥ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଧୂଆଁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ଅଛନ୍ତି। କିଡ୍‌ନୀ ରୋଗରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏହିସବୁ କାରଣରୁ ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଶାଳିଜଙ୍ଗା ପଞ୍ଚାୟତ ୮ ନମ୍ବର ୱାର୍ଡ ବେଣାପାଟିଆ ଗ୍ରାମବାସୀ ଏବଂ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନାତୋର ଗ୍ରାମର ଲୋକେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳ ଭାଜପା ଏବଂ କଂଗ୍ରେସ ଶାସକ ଦଳ ବିରୋଧରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ସମସ୍ୟା ଦୀର୍ଘଦିନର ହୋଇଥିଲାବେଳେ ବିରୋଧୀ ଦଳଗୁଡ଼ିକ ପ୍ରାୟତଃ ନିର୍ବାଚନ ସମୟରେ ସକ୍ରିୟ ରହୁଥିବାରୁ ସେମାନେ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହାନ୍ତି। ଫଳରେ ବିଜେଡି ୩୦ ବର୍ଷ ହେଲା ନିର୍ବାଚନରେ ସଫଳ ହୋଇଆସୁଛି। ଏହି ଧାରା ଚଳିତ ପଞ୍ଚାୟତ ନିର୍ବାଚନରେ ବଦଳୁଛି କି ନାହିଁ ତାହା ଭୋଟଗଣତି ପରେ ସ୍ପଷ୍ଟ ହୋଇଯିବ।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମର ସୁକାନ୍ତ ନାଏକ କୁହନ୍ତି, ବିଜେଡି ନେତୃବୃନ୍ଦ ଏଠାରେ ଦୀର୍ଘଦିନ ଧରି ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀ ପଦରେ ଅଳଙ୍କୃତ ହୋଇଛନ୍ତି। କିନ୍ତୁ ଆଜି ବି ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା, ସ୍ବଚ୍ଛ ପାନୀୟ ଜଳ ଆଦି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଲୋକେ ଚୁଆପାଣି ପିଉଛନ୍ତି। ଲୋକେ ଏଥର ଉଚିତ ଜବାବ ଦେବେ ବୋଲି ଆଲୋଚନା ହେଉଥିବା ନାଏକ କହିଛନ୍ତି। ଯଖପୁରା ଅଞ୍ଚଳର ସାମାଜିକ କର୍ମୀ ଅକ୍ଷୟ ଧଳ କୁହନ୍ତି, ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ଓ କାରଖାନା ଭରପୂର ରହିଛି। କିନ୍ତୁ ସ୍ଥାନୀୟ ନିଯୁକ୍ତି ଗୌଣ ଥିବାରୁ ଆଜି ବି ଲୋକେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। କେତେକ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ସହଯୋଗରେ ଖଣି ଓ ଶିଳ୍ପରେ ବାହାର ରାଜ୍ୟର ଲୋକଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବାବେଳେ ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର କୁହନ୍ତି, ଜିଲାର ସମସ୍ତ ୩୯ଟି ଜୋନ୍‌ରେ ବିଜେଡି ବିଜୟୀ ହେବ। ଏଥିରେ କୌଣସି ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri