Posted inଖେଳ

କଳିଙ୍ଗରୁ ଓଏଫ୍‌ସିର ବିଜୟ ଅଭିଯାନ

ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଇଣ୍ଡିଆନ୍‌ ସୁପର୍‌ ଲିଗ୍‌(ଆଇଏସ୍‌ଏଲ୍‌)ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସିକୁ ୨-୦ ଗୋଲରେ ପରାସ୍ତ କରି ସମ୍ପୂର୍ଣ୍ଣ ୩ ପଏଣ୍ଟ ଅର୍ଜନ କରିଛି ଓଏଫ୍‌ସି। ଦଳ ପକ୍ଷରୁ ଜେରି ମାହ୍ବିମିଙ୍ଗଥାଙ୍ଗା ଓ ଡିଏଗୋ ମରିସିଓ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ଓଏଫ୍‌ସି ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୫୮ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା ଓଏଫ୍‌ସି। ୪-୨-୩-୧ କମ୍ବିନେଶନ ସହିତ ଓଏଫ୍‌ସି ଦଳ ମ୍ୟାଚକୁ ଓହ୍ଲାଇଥିଲା। ଷ୍ଟାର୍ଟିଂ ଲାଇନ୍‌ ଅପ୍‌ରେ ରୟ କ୍ରିଷ୍ଣା ରହିଥିବା ବେଳେ ଦ୍ୱିତୀୟ ହାଫ୍‌ରେ ସବ୍‌ଷ୍ଟିଚ୍ୟୁଟ୍‌ ଭାବରେ ଆସିଥିଲେ ଡିଏଗୋ ମରିସିଓ। ମ୍ୟାଚ୍‌ର ଷଷ୍ଠ ମିନିଟରେ ବିପଜ୍ଜନକ ଖେଳ ପାଇଁ ଆମେ ରଣାଓ୍ବଡେଙ୍କୁ ୟେଲୋ କାର୍ଡ ମିଳିଥିଲା। ୧୫ ମିନିଟରେ ଖରାପ ପାଗ କାରଣରୁ ଖେଳ ବନ୍ଦ ରହିବା ପରେ ପୁନର୍ବାର ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ଜେରୀଙ୍କ ଗୋଲରେ ଓଡ଼ିଶା ୧-୦ରେ ଆଗୁଆ ହୋଇଥିଲା। ଆମେ ରଣାଓ୍ବଡେଙ୍କେ ଏକ ଶକ୍ତିଶାଳୀ ଶଟ୍‌କୁ ଚେନ୍ନାଇନ୍‌ ଗୋଲକିପର ସମିକ୍‌ ମିତ୍ର ଡିଫ୍ଲେକ୍ଟ କରିଥିଲେ। ପୁନର୍ବାର ଆମେଙ୍କ ନିକଟରେ ଶଟ୍‌ ମାରିବାର ସୁଯୋଗ ଥିଲେ ମଧ୍ୟ ସେ ଜେରୀଙ୍କୁ ପାଶ୍‌ ଦେଇଥିଲେ। ବାମପାଦରେ ଏକ ଚମତ୍କାର ଶଟ୍‌ ଜରିଆରେ ଜେରୀ ଦୁଇଜଣ ଡିଫେଣ୍ଡର ଓ ସମିକ୍‌ ମିତ୍ରଙ୍କୁ ପରାସ୍ତ କରି ଓଏଫ୍‌ସିକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଓଏଫ୍‌ସି ଆକ୍ରମଣ ଜାରି ରଖିଥିଲା। ୪୭ ତମ ମିନିଟରେ ଚେନ୍ନାଇନ୍‌ ପକ୍ଷରୁ କନର ସିଲ୍ଡ ଗୋଲ ସ୍କୋର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଅମରିନ୍ଦର ଏହାକୁ ରୋକିବାରେ ସଫଳ ହୋଇଥିଲେ। ୫୮ ତମ ମିନିଟରେ ରୟ କ୍ରିଷ୍ଣାଙ୍କ ସ୍ଥାନରେ ବିଗତ ସିଜନର ଗୋଲ୍ଡେନ୍‌ ବୁଟ୍‌ ବିଜେତା ଡିଏଗୋ ମରିସିଓ ବଦଳ ଖେଳାଳି ଭାବରେ ଆସିଥିଲେ। ପଡିଆକୁ ଆସିବାର ୫ ମିନିଟ ମଧ୍ୟରେ ମରିସିଓ ଗୋଲ ସ୍କୋର କରି ଓଏଫ୍‌ସିକୁ ୨-୦ରେ ଆଗୁଆ କରିଥିଲେ। ଲେଫ୍ଟ କର୍ନରରୁ ମିଳିଥିବା ଏକ ପାଶ୍‌କୁ ଆଗେଇ ନେଇଥିଲେ ମରିସିଓ। ସାମ୍ନାରେ ଜଣେ ଖେଳାଳି ଡିଫେଣ୍ଡ କରିବା ପାଇଁ ରହିଥିବା ବେଳେ ଗୋଲ କିପର ମଧ୍ୟ ରହିଥିଲେ। ତେବେ ବାମ ପାଦରେ ଏକ କ୍ରସ କରିବା ସହିତ ସିଜନର ପ୍ରଥମ ଗୋଲ ସ୍କୋର କରିଥିଲେ ମରିସିଓ। ପରବର୍ତ୍ତୀ ସମୟରେ ଓଏଫ୍‌ସି ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ସହିତ ସିଜନର ପ୍ରଥମ ବିଜୟ ହାସଲ କରିଥିଲା। ଓଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri