ବିହ୍ୱଳ

କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୩ ଡିସେମ୍ବରରେ ମଞ୍ଜୁରୀ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଯେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କୋଭିଶିଲ୍ଡ ପ୍ରସ୍ତୁତ କରାଯାଉଥିବା ବେଳେ ଭାରତ ବାୟୋଟେକ୍‌ କୋଭାକ୍ସିନ ଉଦ୍ଭାବନ ଓ ପ୍ରସ୍ତୁତ କରୁଛି। ଟିକାକୁ ମଞ୍ଜୁରୀ ମିଳିବା ଖବର ପ୍ରସାରିତ ହେବା ପରେ ଅନେକ ଭାରତୀୟ ଆଶ୍ୱସ୍ତ ହୋଇଛନ୍ତି। ହେଲେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କୋଭିଡ୍‌ ଟିକାକୁ ନେଇ ଦେଇଥିବା ମନ୍ତବ୍ୟ ଏବେ ଆଲୋଚନାର ବିଷୟ ପାଲଟିଛି। ନିକଟରେ ସେ କୋଭିଡ୍‌ ଭାକ୍ସିନ୍‌ ନେବେ ନାହିଁ ବୋଲି କହିଛନ୍ତି। କାରଣ ଦର୍ଶାଇବାକୁ ଯାଇ ଏସବୁକୁ ‘ଭାଜପା ଟିକା’ ବୋଲି ସେ ଅଭିହିତ କରିଛନ୍ତି। ଭାଜପା ନାମ ଉଠାଇଥିବାରୁ ତାଙ୍କୁ ସେହି ଦଳ ପକ୍ଷରୁ ସମାଲୋଚନା କରାଯାଉଛି।
ଏପଟେ ଡିସିଜିଆଇଙ୍କ ମନ୍ତବ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ମନେହୁଏ। ଗୁଜବକୁ ରୋକିବା ଉଦ୍ଦେଶ୍ୟ ରଖି ଗଣମାଧ୍ୟମରେ ଦାବି କରାଯାଉଛି ଯେ ଏହି ଦୁଇ ଟିକା ୧୧୦ ପ୍ରତିଶତ ଫଳପ୍ରଦ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୦୦ ପ୍ରତିଶତ ହେଉଛି ସର୍ବାଧିକ ସଫଳତା। ଏତେବଡ଼ ସଂସ୍ଥା ଦାୟିତ୍ୱହୀନତାରେ ୧୧୦ ପ୍ରତିଶତ କହିବା ଅର୍ଥ ହେଉଛି, ବୋଧହୁଏ ସତେଯେମିତି କରୋନା ଭାଇରସ୍‌ ଟିକା ନେବା ପରେ ସେହି ବ୍ୟକ୍ତିବିଶେଷଙ୍କୁ ଅନେକ ଭିନ୍ନ ରୋଗରୁ ସୁରକ୍ଷା ମିଳିଯିବ। ପୃଥିବୀରେ ସ୍ବୀକୃତି ଲାଭ କରିଥିବା ଫାଇଜର କମ୍ପାନୀର ଟିକାକୁ ନିଜେ ସେହି କମ୍ପାନୀ ୯୫ ପ୍ରତିଶତ ଫଳପ୍ରଦ ବୋଲି କହିଛି। କିନ୍ତୁ ଭାରତ ସରକାରଙ୍କ ଔଷଧ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଯେଉଁଭଳି ପିଲାଳିଆ କଥା କହୁଛନ୍ତି ସେଥିରୁ ମନରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଇତିହାସକୁ ଦେଖିଲେ ଜଣାପଡ଼େ ଯେ ବିଭିନ୍ନ ଟିକାକୁ ବିକଶିତ ଓ ଲୋକଙ୍କ ଉପରେ ପରୀକ୍ଷଣ କରିବା ପାଇଁ ଅନେକ ଥର ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଲାଗିଛି। ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ, ପୂର୍ବର ଜ୍ଞାନକୌଶଳ ତୁଳନାରେ ଏବେକାର ବୈଜ୍ଞାନିକମାନଙ୍କ ପାଖରେ ଅଧିକ ଜ୍ଞାନ ଓ ସୁବିଧା ରହିଛି। କିନ୍ତୁ ଭାରତର ଔଷଧୀୟ ନିର୍ମାଣ କ୍ଷେତ୍ର ନିଜସ୍ବ ଜ୍ଞାନକୌଶଳ ବିକାଶ କରି ନୂତନ ଟିକାର ଉଦ୍ଭାବନରେ ଆମ ଦେଶର କୌଣସି ରେକର୍ଡ ନାହିଁ। ବିହ୍ବଳିତ ହୋଇ ଅନେକ ଭାରତୀୟ ଭାବୁଛନ୍ତି ଯେ, ଆମେ ଦେଶରେ ସବୁ ଟିକା ଉଦ୍ଭାବନ ହୁଏ। ବାସ୍ତବ କଥା ହେଲା ଯେ, ଜ୍ଞାନକୌଶଳ ଆସେ ବିଦେଶରୁ ଏବଂ ପୃଥିବୀର ପ୍ରାୟ ୭୦ ପ୍ରତିଶତ ଟିକା ପ୍ରସ୍ତୁତ ହୁଏ ଭାରତର ବିଭିନ୍ନ କାରଖାନାରେ। ସେହି ୭୦ ପ୍ରତିଶତକୁ ସାଧାରଣରେ ଆମେସବୁ ଧରିନେଉଛୁ ଏହା ଆମ ଦେଶର ବୈଜ୍ଞାନିକ ମୁଣ୍ଡରୁ ବାହାରିଛି। ଏହିଭଳି ଅନ୍ୟ ଏକ ଉଦାହରଣ ହେଉଛି ସ୍ବର୍ଗତ ଷ୍ଟିବ୍‌ ଜବ୍‌ସଙ୍କ ଦ୍ୱାରା ଉଦ୍ଭାବିତ ଆଇଫୋନ୍‌ ଚାଇନାରେ ତିଆରି ହେଉଛି। ତାହାର ଅର୍ଥ ନୁହେଁ ଯେ, ଚାଇନାର ବୈଷୟିକବିତ୍‌ମାନେ ଏହି ଫୋନ୍‌କୁ ଉଦ୍ଭାବନ କରିଛନ୍ତି।
ଏଭଳି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ମନ୍ତବ୍ୟ ଅସ୍ବାଭାବିକ ହୋଇ ନ ପାରେ। ଉଲ୍ଲେଖଯୋଗ୍ୟ ଯେ, କୋଭିଶିଲ୍ଡ ଭାରତରେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଅର୍ଥାତ୍‌ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି କାମ ପାଇଁ ଆଷ୍ଟ୍ରାଜେନିକାର ଲାଇସେନ୍ସପ୍ରାପ୍ତ ପ୍ରସ୍ତୁତକାରୀ। ତା’ର ଜ୍ଞାନକୌଶଳ ଭାରତର ନୁହେଁ। ସେହି ଟିକା ବିକ୍ରିରୁ ମିଳୁଥିବା ଲାଭର ବଡ଼ ପରିମାଣ ପାଇବ ଆଷ୍ଟ୍ରାଜେନିକା। ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭଳି ପୃଥିବୀର ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଆଷ୍ଟ୍ରାଜେନିକାର ଟିକା ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ କୋଭାକ୍ସିନ୍‌ ସମ୍ପୂର୍ଣ୍ଣ ଭାବେ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ। ତାହାର ଏ ପର୍ଯ୍ୟନ୍ତ ଉଚିତ ପରିମାଣର ପରୀକ୍ଷା କରାଯାଇ ନାହିଁ। ଜଣାଶୁଣା ବ୍ୟକ୍ତି ଭାବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ ଏହି କୋଭାକ୍ସିନ୍‌ ନେବା ପରେ ତାଙ୍କଠାରେ କରୋନା ପଜିଟିଭ୍‌ ଦେଖାଦେବା ନିକଟ ଅତୀତରେ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଏଠାରେ କୁହାଯାଇପାରେ ଯେ ଫାଇଜର, ମଡର୍ନା, ଗାମ୍‌ଲୟ ଓ ଆଷ୍ଟ୍ରାଜେନିକା କେତେ ଫଳପ୍ରଦ ହୋଇଛନ୍ତି, ସେ ନେଇ ପ୍ରସିଦ୍ଧ ଗବେଷଣା ଜର୍ନାଲରେ ତଥ୍ୟ ପ୍ରକାଶ ପାଇଛି। ଅଥଚ ଭାରତ ପ୍ରସ୍ତୁତ କୋଭାକ୍ସିନ୍‌ କେତେ ଫଳପ୍ରଦ ହୋଇଛି ସେ ସଂକ୍ରାନ୍ତ ବିବରଣୀ ଅନ୍ତର୍ଜାତୀୟସ୍ତରର ଜର୍ନାଲରେ ପ୍ରକାଶିତ ହୋଇ ସେଭଳି ରେଟିଂ ପାଇ ନ ଥିବାରୁ ସନ୍ଦେହ ପ୍ରକାଶ ହେବା ସ୍ବାଭାବିକ।
ଏବକାର ଭାରତରେ ଏକ ନୂଆ ‘ଭିଡ଼’ ମନୋଭାବ ସୃଷ୍ଟି ହୋଇଛି। ସେଭଳି ଭିଡ଼କୁ ଯୁକ୍ତିଯୁକ୍ତ କଥା ଶୁଣାଇଲେ ତା’ର ପ୍ରଭାବ ପଡ଼ିବା ତ ଦୂରର କଥା, ଅଯଥାରେ ପ୍ରବଳ ବିରୋଧ ହେଉଛି। ଯେମିତିକି ବିମୁଦ୍ରୀକରଣ ପରେ ଅନେକ ଲକ୍ଷ ଅର୍ଥନୀତିଜ୍ଞ ଜନ୍ମ ନେଲେ, ସେହିପରି ଅନେକ କୋଟି ମେଡିକାଲ ବିଶେଷଜ୍ଞ ଏବେ ସୃଷ୍ଟି ହୋଇଯାଇଛନ୍ତି। ସମସ୍ତେ ସବୁ କଥା ଉପରେ ସ୍ପଷ୍ଟ ମତ ଦେବା ସହିତ ଅନ୍ୟର ମତ ଶୁଣିବା ପାଇଁ ଅପ୍ରସ୍ତୁତ। ହୁଏତ ସେଥିପାଇଁ ଅଖିଳେଶଙ୍କ ବ୍ୟକ୍ତିଗତ ମତକୁ ନେଇ ଝଡ଼ ବୋହିଲା। ଅଖିଳେଶ ନିଜେ ଟିକା ନେବେ ନାହିଁ ବୋଲି କହିଥିଲା ବେଳେ ଅନ୍ୟ କାହାରିକୁ ଟିକା ନେବା ପାଇଁ ମନା କରିନାହାନ୍ତି। ଆମ ସମସ୍ତଙ୍କ ଭଳି ତାଙ୍କର ମଧ୍ୟ ବାକ୍‌ ସ୍ବାଧୀନତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri