Posted inଖେଳ

ବିସିସିଆଇ ମିଡିଆ ରାଇଟସ୍‌: ବାଜି ମାରିଲା ଭାଏକମ ୧୮

ନୂଆଦିଲ୍ଲୀ,୩୧।୮: ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଇ-ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥର ଭାଏକମ ୧୮ ଟିମ ଇଣ୍ଡିଆର ଅନ୍ତର୍ଜାତୀୟ ଘରୋଇ ମ୍ୟାଚ ର ଟିଭି ଏବଂ ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛ। ଏହା ସହିତ ବର୍ତ୍ତମାନ ଏହି ଚୁକ୍ତି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଘରୋଇ ଦିନିକିଆ ସିରିଜରୁ ଆରମ୍ଭ ହେବ। ଡିଜ୍‌ନୀ ଷ୍ଟାର ମଧ୍ୟ ଟିମ ଇଣ୍ଡିଆ ମ୍ୟାଚର ମିଡିଆ ଅଧିକାର ପାଇବା ପାଇଁ ଦୌଡ଼ରେ ଥିଲା, କିନ୍ତୁ ସେ ସଫଳ ହୋଇପାରିଲା ନାହିଁ।
ଟିମ ଇଣ୍ଡିଆର ଘରୋଇ ମ୍ୟାଚ ଟେଲିକାଷ୍ଟ ଅଧିକାର ପୂର୍ବରୁ ଗତ ୧୧ ବର୍ଷ ଧରି ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କ ପାଖରେ ଥିଲା। ବର୍ତ୍ତମାନ ଭାଏକମ ୧୮ ସେମାନଙ୍କୁ ପଛରେ ପକାଇ ଡିଜିଟାଲ ତଥା ଟିଭିରେ ଅଧିକାର ହାସଲ କରିଛି। ଭାଏକମ ୧୮ ଗୋଟିଏ ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ଟେଣ୍ଡର କରିଛି, ଯାହା ଗତଥର ତୁଳନାରେ ୭.୮ କୋଟି ଟଙ୍କା ଅଧିକ।
ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ଠାରୁ ଆରମ୍ଭ କରି ଭାଏକମ ୧୮ ଆସନ୍ତା ୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ୬୬ଟି ଅନ୍ତର୍ଜାତୀୟ ମ୍ୟାଚ ପ୍ରଦର୍ଶନ କରିବାର ସୁଯୋଗ ପାଇବ। ଏହି ଚୁକ୍ତି ମାର୍ଚ୍ଚ ୨୦୨୮ ମାସରେ ଶେଷ ହେବ। ବର୍ତ୍ତମାନ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ ରେ ହେବ।
ଆସନ୍ତା ୫ ବର୍ଷ ପାଇଁ ବିସିସିଆଇରୁ ମିଡିଆ ଅଧିକାର ହାସଲ କରିବା ସହିତ। ଭାଏକମ ୧୮ ବର୍ତ୍ତମାନ ଆହୁରି ଅନେକ କ୍ରୀଡା ଇଭେଣ୍ଟ ଟେଲିକାଷ୍ଟ କରିବାର ଅଧିକାର ପାଇଛ। ଏଥିରେ ଆଇପିଏଲର ଡିଜିଟାଲ ପ୍ରସାରଣ ଅଧିକାର, ଟିଭି ଏବଂ ମହିଳା ପ୍ରିମିୟର ଲିଗର ଡିଜିଟାଲ ଅଧିକାର, ୨୦୨୪ ମସିହାରୁ ଭାରତରେ ଦକ୍ଷିଣ ଆଫ୍ରିକାର ଘରୋଇ ମ୍ୟାଚର ପ୍ରସାରଣ ଅଧିକାର, ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜ, ଦକ୍ଷିଣ ଆଫ୍ରିକା ଟି-୨୦, ଏନ୍‌ବିଏ, ସିରିଜ ଏ ପ୍ରସାରଣ ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri