Posted inଖେଳ

ରେସିଂ ପଏଣ୍ଟ ସହ ଚୁକ୍ତି କଲେ ଭେଟେଲ

ଲଣ୍ଡନ, ୧୧ା୯ (ଏପି)-ଚାରିଥର ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ରେସିଂ ପଏଣ୍ଟ ଟିମ୍‌ ସହ ଚୁକ୍ତି କରିଛନ୍ତି। ଟିମ୍‌ର ନାମ କିନ୍ତୁ ନିକଟରେ ବଦଳିଯିବ। ଏହା ଆଷ୍ଟନ ମାର୍ଟିନ ଭାବେ ପରିଚିତ ହେବ। ସର୍ଗିଓ ପେରେଜ ଟିମ୍‌ ଛାଡ଼ି ଚାଲିଯିବା ଲାଗି ନିଷ୍ପତ୍ତି ନେବାର ଦିନକ ପରେ ରେସିଂ ପଏଣ୍ଟ ତରଫରୁ ଏହି ଘୋଷଣା କରାଯାଇଛି। ଭେଟେଲ ୨୦୨୧ ସିଜନ ପାଇଁ ରେସ୍‌ କରିବେ ବୋଲି ଟିମ୍‌ ତରଫରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏହି ଫୁର୍ମଲା ଓ୍ବାନ୍‌ ଡ୍ରାଇଭରଙ୍କ ସହ କେତେବର୍ଷ ପାଇଁ ଚୁକ୍ତି କରାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ଭେଟେଲ ହେଉଛନ୍ତି ଫର୍ମୁଲା ଓ୍ବାନର ଅନ୍ୟତମ ସଫଳତମ ଡ୍ରାଇଭର। ଚୁକ୍ତି ପାଇଁ ନବୀକରଣ ପାଇଁ ଅଫର ନ ମିଳିବାରୁ ଚଳିତ ସିଜନ ଶେଷରେ ସେ ଫେରାରି ଛାଡ଼ିବା ନିଶ୍ଚିତ ହୋଇଯାଇଥିଲା। ତାଙ୍କ ସ୍ଥାନରେ ଫେରାରି ତରଫରୁ ଆସନ୍ତାବର୍ଷ ମ୍ୟାକଲରେନ ଡ୍ରାଇଭର କାର୍ଲୋସ ସେଞ୍ଜ୍‌ ରେସ୍‌ରେ ଭାଗ ନେବେ। ା ଭେଟେଲ ତାଙ୍କ କ୍ୟାରିୟରରେ ୫୩ ଗ୍ରାଁ ପ୍ରି ରେସ୍‌ ଜିତିସାରିଛନ୍ତି। ତାଙ୍କଠାରୁ ଅଧିକ ରେସ୍‌ ଜିତିଥିବା ଦୁଇ ଜଣ ଡ୍ରାଇଭର ହେଲେ ମାଇକେଲ ସୁମାକର ଓ ଲୁଇସ୍‌ ହାମିଲଟନ। ୨୦୧୦ରୁ ୧୩ ପର୍ଯ୍ୟନ୍ତ ରେଡ୍‌ ବୁଲ୍‌ ତରଫରୁ କ୍ରମାଗତ ୪ଥର ଟାଇଟଲ ବିଜୟୀ ହୋଇଥିଲେ॥ ସେ ଅନ୍ୟ ଏକ ବିଜୟ ଲକ୍ଷ୍ୟରେ ୨୦୧୫ରେ ଫେରାରିରେ ଯୋଗ ଦେଇଥିଲେ। କିନ୍ତୁ ସେ ସ୍କଡେରିଆ କାର୍‌ରେ ମର୍ସିଢିଜ୍‌କୁ ଚ୍ୟାଲେଞ୍ଜ ଦେଇ ପାରି ନ ଥିଲେ। ତାଙ୍କୁ ନମ୍ବର ଓ୍ବାନ୍‌ ଷ୍ଟାଟସ ହରାଇବାକୁ ପଡ଼ିଥିବାବେଳେ ଟିମ୍‌ମେଟ୍‌ ଚାଲର୍‌ସ ଲେକ୍‌ରେକ୍‌ଙ୍କ ପ୍ରଦର୍ଶନ ତାଙ୍କ ତୁଳନାରେ ଅଧିକ ପ୍ରଭାବୀ ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri