Posted inଖେଳ

ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି। ଦୁବାଇ ସମୁଦ୍ର ବେଳାଭୂମିରେ ରହିଛି ଏକମାତ୍ର ରିସୋର୍ଟ ରୟାଲ ମିରେଜ୍‌। ସକାଳବେଳାର ମନୋମୁଗ୍ଧକର ପରିବେଶରେ ଆକାଶମାର୍ଗରେ ଦେଖିବାକୁ ମିଳିଥିଲା ରେଡ୍‌ବୁଲ୍‌ ସ୍କାଏ ଡାଇଭିଂ ଏବଂ ଓ୍ବିଙ୍ଗଶୁଟ୍‌ ଆଥ୍‌ଲେଟ ଡାନି ରୋମାନ୍‌ଙ୍କ ଷ୍ଟଣ୍ଟ୍‌। ପାମ୍‌ ଦୀପାଞ୍ଚଳର ସ୍ପାନିଶ ସ୍କାଏଡାଇଭିଂ ଆଥଲେଟ୍‌ ଏକ ବିମାନରୁ ପାରାଚୁଟ୍‌ରେ ହଜାର ହଜାର ଫୁଟ୍‌ ଉଚ୍ଚରୁ ଲମ୍ଫ ପ୍ରଦାନ କରିଥିଲେ। ତାଙ୍କ ହାତରେ ରହିଥିଲା ଏକ ବ୍ୟାଗ୍‌। ଏଥିରେ ଭରି ରହିଥିଲା ରାଜସ୍ଥାନ ରୟାଲ୍ସ ୨୦୨୦ ଜର୍ସି, ଯାହାକୁ ପରେ ଖେଳାଳିମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ବେଳେ ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ଉପସ୍ଥିତ ଥିଲେ। ଏକ ନିଆରା ଫ୍ୟାଶନରେ ଦଳର ଜର୍ସ ଉନ୍ମୋଚନରେ ସେମାନେ ରୋମାଞ୍ଚତ୍ତ ହୋଇଥିଲେ ଏବଂ ନିଜେ ଗର୍ବ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଏହି ଆପ୍‌ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପ୍ରଶସ୍ତ’ (PRASHAST) ଆପ୍‌ ମାଧ୍ୟମରେ ସ୍କୁଲ ପିଲାମାନଙ୍କଠାରେ ଶିକ୍ଷଣ ଅକ୍ଷମତା ଏବଂ ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଚିହ୍ନଟ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ CJPର ଆସିଲା ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ସେ କହିଛନ୍ତି…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri