ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ

ଜଗତ୍‌ସିଂହପୁର ଅଫିସ୍‌, ୨୧।୧୨ – ଜଗତ୍‌ସିଂହପୁର ଜିଲାରେ ଏବେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଦବୀ ଖାଲି ସାଙ୍ଗକୁ ଅସ୍ତ୍ରୋପଚାର ସୁବିଧା ନ ଥିବା ଏବଂ ଭିତ୍ତିଭୂମିର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାଣୀ ରକ୍ତ, ପରିସ୍ରା ନମୁନା ସଂଗ୍ରହରେ ଜଗତ୍‌ସିଂହପୁର ସାରା ରାଜ୍ୟରେ ୧ ନମ୍ବର ଥିବାବେଳେ ଜିଲା ପ୍ରାଣୀରୋଗ ନିରୂପଣ କେନ୍ଦ୍ର (ଡିଡିଏଲ୍‌)ରେ ଜଣେ ସ୍ଥାୟୀ ପ୍ରାଣୀ ଚିକିତ୍ସକ (ଭିଏସ୍‌) ନିଯୁକ୍ତି ଦିଆଯାଉନି। ଜିଲାରେ ପ୍ରାଣୀ ଶଲ୍ୟ ବିଶେଷଜ୍ଞ ପଦବୀ ନାହିଁ। ଅସ୍ତ୍ରୋପଚାର ସୁବିଧା ନ ଥିବାରୁ ଗୃହପାଳିତ ପ୍ରାଣୀଙ୍କ ପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଜିଲାରେ ମୋଟ ୧୩୫ ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ) ପଦବୀ ଥିବାବେଳେ ମାତ୍ର ୫୩ ଜଣରେ ସେବା ଚାଲିଛି। ଓଡ଼ିଶାର କେତେକ ଜିଲା ପ୍ରାଣୀ ଚିକିତ୍ସାଳୟରେ ଏକାଧିକ ବିଶେଷଜ୍ଞ ପଦବୀ ଥିବା ବେଳେ ଜିଲାରେ ଗୋଟିଏବି ପ୍ରାଣୀ ବିଶେଷଜ୍ଞ ପଦବୀ ସୃଷ୍ଟି କରାଯାଉନାହିଁ। ପ୍ରାଣୀ ଚିକିତ୍ସା ପହଞ୍ଚତ୍ ପାରୁ ନ ଥିବା ସ୍ଥାନରେ ସରକାର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା (ଏମ୍‌ଭିୟୁ) ଯୋଗାଇ ଦେଉଛନ୍ତି। ଗୋଟିଏ ଏମ୍‌ଭିୟୁରେ ଜଣେ ଅତିରିକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀ ସମ୍ପଦ ସହାୟକ ଓ ଆଟେଣ୍ଡାଣ୍ଟ ରହିବା ଭଳି ବ୍ୟବସ୍ଥା ଅଛି। ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକରେ ୮ଟି ଏମ୍‌ଭିୟୁ କରାଯାଇଛି। ହେଲେ ସେଥିରୁ ୫ଟି ଯଥା ଜଗତ୍‌ସିଂହପୁର, କୁଜଙ୍ଗ, ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକରେ ଏମ୍‌ଭିୟୁ ପାଇଁ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ଖାଲି ପଡ଼ିଛି। ଓଡ଼ିଶାର ସର୍ବାଧିକ ରକ୍ତ ଓ ପରିସ୍ରା ପରୀକ୍ଷା ଜଗତ୍‌ସିଂହପୁର ଜିଲା ପ୍ରାଣୀ ଚିକିତ୍ସାଳୟର ଡିଡିଏଲ୍‌ରେ ହେଉଛି। ଏଥିରେ ଜଣେ ନିୟମିତ ଭିଏଏସ୍‌ ରହିବା ବ୍ୟବସ୍ଥା ଥିଲେ ସୁଦ୍ଧା ଖାଲି ପଦବୀ ପୂରଣ କରାଯାଉନାହିଁ। ଜଗତ୍‌ସିଂହପୁର ଓ ବାଲିକୁଦା ବ୍ଲକରୁ ଜଣେ ହିସାବରେ ଭିଏଏସ୍‌ ସପ୍ତାହରେ ୩ ଦିନ ଲେଖାଏ ପାଳିକରି ଆସୁଛନ୍ତି। ଆବଶ୍ୟକ ସମୟରେ ଗୃହପାଳିତ ପ୍ରାଣୀଙ୍କୁ ଜିଲାରେ ଅସ୍ତ୍ରୋପଚାର ସେବା ମିଳି ପାରୁନାହିଁ। ଲୋକେ ସେମାନଙ୍କୁ କଟକ ଓ ଭୁବନେଶ୍ୱର ନେବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ଜିଲା ପ୍ରାଣୀ ଚିକିତ୍ସାଳୟରେ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି। ଚିକିତ୍ସାଳୟ କାର୍ଯ୍ୟାଳୟର କୋଠା ପୁରୁଣା ହୋଇ ଭାଙ୍ଗିରୁଜି ଗଲାଣି। ଉପ ନିର୍ଦ୍ଦେଶକଙ୍କ କ୍ୱାର୍ଟର ପରିତ୍ୟକ୍ତ ଅବସ୍ଥାରେ ଥିଲେ ମଧ୍ୟ ପୁନରୁଦ୍ଧାର କରାଯାଉନାହିଁ। ସେହିପରି ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ କ୍ୱାର୍ଟର ନାହିଁ। କୁଜଙ୍ଗ ବ୍ଲକର ୩ଟି ଯାକ ପଦବୀ ଯଥା ବିଭିଓ (ବ୍ଲକ ଭେଟେରିନାରି ଅଫିସର), ଅତିରିକ୍ତ ଭିଏଏସ୍‌, ଏମ୍‌ଭିୟୁ ଭିଏସ୍‌ ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଗତ ବନ୍ୟା ସମୟରେ ଏହି ପଦବୀ ଖାଲି ଥିବା କାରଣରୁ ପ୍ରାଣୀ ସେବାରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା। ଏପରି କି ସରକାର ସ୍ବତନ୍ତ୍ର ଭାବେ ପ୍ରାଣୀ ଚିକିତ୍ସକ ପଠାଇବାକୁ ବାଧ୍ୟ ହୋଇଥିଲେ। ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକର ୨ଟି ଲେଖାଏ ଅତିରିକ୍ତ ଭିଏଏସ୍‌ ପଦବୀ ଖାଲି ପଡିଛି। ଚିଆଁ ଉପତ୍ାଦନ କେନ୍ଦ୍ରରେ ଏ ପର୍ଯ୍ୟନ୍ତ ଭିଏଏସ୍‌ ନିଯୁକ୍ତି ହୋଇନାହାନ୍ତି। ନାଉଗାଁରୁ ଜଣେ ଭିଏଏସ୍‌ (ପ୍ରାଣୀ ଚିକିତ୍ସକ) ଅସ୍ଥାୟୀ ଭାବେ କାମ କରୁଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ବେହେରା କୁହନ୍ତି, ବାସ୍ତବରେ ଜିଲାରେ ଅନେକ କିଛି ଅଭାବ ରହିଛି। ଏସବୁ ପୂରଣ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri