ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ

ଜଗତ୍‌ସିଂହପୁର ଅଫିସ୍‌, ୨୧।୧୨ – ଜଗତ୍‌ସିଂହପୁର ଜିଲାରେ ଏବେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଦବୀ ଖାଲି ସାଙ୍ଗକୁ ଅସ୍ତ୍ରୋପଚାର ସୁବିଧା ନ ଥିବା ଏବଂ ଭିତ୍ତିଭୂମିର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାଣୀ ରକ୍ତ, ପରିସ୍ରା ନମୁନା ସଂଗ୍ରହରେ ଜଗତ୍‌ସିଂହପୁର ସାରା ରାଜ୍ୟରେ ୧ ନମ୍ବର ଥିବାବେଳେ ଜିଲା ପ୍ରାଣୀରୋଗ ନିରୂପଣ କେନ୍ଦ୍ର (ଡିଡିଏଲ୍‌)ରେ ଜଣେ ସ୍ଥାୟୀ ପ୍ରାଣୀ ଚିକିତ୍ସକ (ଭିଏସ୍‌) ନିଯୁକ୍ତି ଦିଆଯାଉନି। ଜିଲାରେ ପ୍ରାଣୀ ଶଲ୍ୟ ବିଶେଷଜ୍ଞ ପଦବୀ ନାହିଁ। ଅସ୍ତ୍ରୋପଚାର ସୁବିଧା ନ ଥିବାରୁ ଗୃହପାଳିତ ପ୍ରାଣୀଙ୍କ ପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଜିଲାରେ ମୋଟ ୧୩୫ ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ) ପଦବୀ ଥିବାବେଳେ ମାତ୍ର ୫୩ ଜଣରେ ସେବା ଚାଲିଛି। ଓଡ଼ିଶାର କେତେକ ଜିଲା ପ୍ରାଣୀ ଚିକିତ୍ସାଳୟରେ ଏକାଧିକ ବିଶେଷଜ୍ଞ ପଦବୀ ଥିବା ବେଳେ ଜିଲାରେ ଗୋଟିଏବି ପ୍ରାଣୀ ବିଶେଷଜ୍ଞ ପଦବୀ ସୃଷ୍ଟି କରାଯାଉନାହିଁ। ପ୍ରାଣୀ ଚିକିତ୍ସା ପହଞ୍ଚତ୍ ପାରୁ ନ ଥିବା ସ୍ଥାନରେ ସରକାର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା (ଏମ୍‌ଭିୟୁ) ଯୋଗାଇ ଦେଉଛନ୍ତି। ଗୋଟିଏ ଏମ୍‌ଭିୟୁରେ ଜଣେ ଅତିରିକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀ ସମ୍ପଦ ସହାୟକ ଓ ଆଟେଣ୍ଡାଣ୍ଟ ରହିବା ଭଳି ବ୍ୟବସ୍ଥା ଅଛି। ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକରେ ୮ଟି ଏମ୍‌ଭିୟୁ କରାଯାଇଛି। ହେଲେ ସେଥିରୁ ୫ଟି ଯଥା ଜଗତ୍‌ସିଂହପୁର, କୁଜଙ୍ଗ, ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକରେ ଏମ୍‌ଭିୟୁ ପାଇଁ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ଖାଲି ପଡ଼ିଛି। ଓଡ଼ିଶାର ସର୍ବାଧିକ ରକ୍ତ ଓ ପରିସ୍ରା ପରୀକ୍ଷା ଜଗତ୍‌ସିଂହପୁର ଜିଲା ପ୍ରାଣୀ ଚିକିତ୍ସାଳୟର ଡିଡିଏଲ୍‌ରେ ହେଉଛି। ଏଥିରେ ଜଣେ ନିୟମିତ ଭିଏଏସ୍‌ ରହିବା ବ୍ୟବସ୍ଥା ଥିଲେ ସୁଦ୍ଧା ଖାଲି ପଦବୀ ପୂରଣ କରାଯାଉନାହିଁ। ଜଗତ୍‌ସିଂହପୁର ଓ ବାଲିକୁଦା ବ୍ଲକରୁ ଜଣେ ହିସାବରେ ଭିଏଏସ୍‌ ସପ୍ତାହରେ ୩ ଦିନ ଲେଖାଏ ପାଳିକରି ଆସୁଛନ୍ତି। ଆବଶ୍ୟକ ସମୟରେ ଗୃହପାଳିତ ପ୍ରାଣୀଙ୍କୁ ଜିଲାରେ ଅସ୍ତ୍ରୋପଚାର ସେବା ମିଳି ପାରୁନାହିଁ। ଲୋକେ ସେମାନଙ୍କୁ କଟକ ଓ ଭୁବନେଶ୍ୱର ନେବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ଜିଲା ପ୍ରାଣୀ ଚିକିତ୍ସାଳୟରେ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି। ଚିକିତ୍ସାଳୟ କାର୍ଯ୍ୟାଳୟର କୋଠା ପୁରୁଣା ହୋଇ ଭାଙ୍ଗିରୁଜି ଗଲାଣି। ଉପ ନିର୍ଦ୍ଦେଶକଙ୍କ କ୍ୱାର୍ଟର ପରିତ୍ୟକ୍ତ ଅବସ୍ଥାରେ ଥିଲେ ମଧ୍ୟ ପୁନରୁଦ୍ଧାର କରାଯାଉନାହିଁ। ସେହିପରି ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ କ୍ୱାର୍ଟର ନାହିଁ। କୁଜଙ୍ଗ ବ୍ଲକର ୩ଟି ଯାକ ପଦବୀ ଯଥା ବିଭିଓ (ବ୍ଲକ ଭେଟେରିନାରି ଅଫିସର), ଅତିରିକ୍ତ ଭିଏଏସ୍‌, ଏମ୍‌ଭିୟୁ ଭିଏସ୍‌ ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଗତ ବନ୍ୟା ସମୟରେ ଏହି ପଦବୀ ଖାଲି ଥିବା କାରଣରୁ ପ୍ରାଣୀ ସେବାରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା। ଏପରି କି ସରକାର ସ୍ବତନ୍ତ୍ର ଭାବେ ପ୍ରାଣୀ ଚିକିତ୍ସକ ପଠାଇବାକୁ ବାଧ୍ୟ ହୋଇଥିଲେ। ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକର ୨ଟି ଲେଖାଏ ଅତିରିକ୍ତ ଭିଏଏସ୍‌ ପଦବୀ ଖାଲି ପଡିଛି। ଚିଆଁ ଉପତ୍ାଦନ କେନ୍ଦ୍ରରେ ଏ ପର୍ଯ୍ୟନ୍ତ ଭିଏଏସ୍‌ ନିଯୁକ୍ତି ହୋଇନାହାନ୍ତି। ନାଉଗାଁରୁ ଜଣେ ଭିଏଏସ୍‌ (ପ୍ରାଣୀ ଚିକିତ୍ସକ) ଅସ୍ଥାୟୀ ଭାବେ କାମ କରୁଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ବେହେରା କୁହନ୍ତି, ବାସ୍ତବରେ ଜିଲାରେ ଅନେକ କିଛି ଅଭାବ ରହିଛି। ଏସବୁ ପୂରଣ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri