ପ୍ରତିଦ୍ୱନ୍ଦ୍ୱିତାରେ ପୁରୁଖା ନେତା

ଚଣ୍ଡିଖୋଲ,୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୧୯ ନଂ. ଜୋନ୍‌ ଜିଲା ପରିଷଦ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ, ଭାଜପା ଓ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଠାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ, କଂଗ୍ରେସ ପକ୍ଷରୁ ଜିଲା ସେବାଦଳ ଅଧ୍ୟକ୍ଷ ଶ୍ରୀକାନ୍ତ ମଲ୍ଲିକ, ଭାଜପା ପକ୍ଷରୁ ସମିତିସଭ୍ୟ କିଶୋର ରାଉତ ଓ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ମୋକିମ ଖାଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଚାରିନଙ୍ଗଳ, ନଳିପୁର, ବରପଦା, ମଝିପଡ଼ା, ଅଚ୍ୟୁତବସନ୍ତ, ମାଣ୍ଡୁକା, ବାଲିଚନ୍ଦ୍ରପୁର ଓ ପତରାଜପୁର ୯ ପଞ୍ଚାୟତର ୧୨୭ ୱାର୍ଡକୁ ନେଇ ଏହି ଜୋନ୍‌ ଗଠିତ। ଉକ୍ତ ଜୋନ୍‌ର ମୋଟ୍‌ ଭୋଟର ସଂଖ୍ୟା ୪୦,୭୦୦। ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦,୭୬୩ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୯,୩୩୫ ରହଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଶାସକ ବିଜେଡି ସପକ୍ଷରେ ରହିଥିଲା। ବିଜେଡି ପ୍ରାର୍ଥୀ ଇତିଶ୍ରୀ ସାମଲ ୧୧,୭୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ନିକଟତମ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳି ରାଉତ ୮,୨୨୯ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ଅମିତା ଜେନା ୫,୧୭୯ ଖଣ୍ଡ ଭୋଟ୍‌ ପାଇଥିଲେ। ସେହିଭଳି ସ୍ବାଧୀନ ପ୍ରାର୍ଥୀ ସଙ୍ଗୀତା ବଳ ୧୧୩୨ ଖଣ୍ଡ ଭୋଟ ପାଇଥିଲେ। ତେବେ ଚଳିତ ଥର ଶାସକ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଏବେ ବ୍ଲକ ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୮ ନଂ. ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଜିଣିଥିବା ଅରବିନ୍ଦଙ୍କ ଏହି ଜୋନ୍‌ର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମୀଙ୍କ ସହ ସିଧାସଳଖ ସମ୍ପର୍କ ରଖିଛନ୍ତି। ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ବିଧାୟକଙ୍କ ବିକାଶ ଓ ଦଳର ସଙ୍ଗଠନ ବଳରେ ଚଳିତ ନିର୍ବାଚନରେ ବିଜୟୀ ହେବାକୁ ଆଶାରଖି ସେ ପ୍ରଚାରକୁ ଜୋରଦାର କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜଣେ ଦକ୍ଷ ସଙ୍ଗଠକ। କଂଗ୍ରେସର ଜିଲା ସେବାଦଳ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଶ୍ରୀକାନ୍ତଙ୍କ ସ୍ତ୍ରୀ ଗୀତାଞ୍ଜଳି ଏହି ଜୋନ୍‌ରୁ ପ୍ରାର୍ଥୀ ହୋଇ ୮ ହଜାରରୁ ଅଧିକ ଭୋଟ ହାତେଇଥିଲେ। ବଡ଼ଚଣା ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଙ୍ଗଠନ ଭୁଶୁଡ଼ିଥିଲେ ମଧ୍ୟ ଶ୍ରୀକାନ୍ତ ଏହି ଜୋନ୍‌ର ପୁରୁଣା ମୁହଁ ଭାବେ ନିଜର ସଙ୍ଗଠନ, ସ୍ଥାନୀୟ ସମସ୍ୟା, ଶାସକ ଦଳର ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର କରିଛନ୍ତି। ସେହିଭଳି ଭାଜପାରୁ ପ୍ରାର୍ଥୀ ହୋଇଥିବା କିଶୋର ରାଉତ ମାଣ୍ଡୁକା ପଞ୍ଚାୟତ ସମିତିସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ରାଉତ ଦୁଇଦୁଇଥର ସମିତିସଭ୍ୟ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ଜଣେ ଭଲ ସଙ୍ଗଠକ ଭାବେ ଜଣାଶୁଣା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ଶାସକ ଦଳର ଦୁର୍ନୀତିକୁ ଅସ୍ତ୍ରକରି ସେ ଲୋକଙ୍କ ପାଖକୁ ଯାଉଛନ୍ତି। ଭୋଟର ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶାବାଦୀ। ସେହିପରି ଆମ୍‌ ଆଦ୍‌ମୀ ପାର୍ଟିର ପ୍ରାର୍ଥୀ ମୋକିମ ପ୍ରଥମ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ ସାଇକେଲ ଧରି ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ତେବେ ୨୦୧୨ ଓ ୨୦୧୭ରେ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ଇତିଶ୍ରୀ ସାମଲ ବିଜୟୀ ହୋଇଥିଲେ। ତେଣୁ ବିଜେଡିର ଗଡ଼ କୁହାଯାଉଥିବା ଏହି ଜୋନ୍‌କୁ ଏଥର କେଉଁ ଦଳ ହାତେଇବ ତାହା ଭୋଟ ଗଣତି ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri